ଲକ୍ଡାଉନ୍: ଅନ୍ଲାଇନ୍ରେ ପୁରସ୍କାର ବାଣ୍ଟିଲା ଫେଡ୍କୋ
ଭୁବନେଶ୍ୱର: ଲକ୍ଡାଉନ୍ ପରିସ୍ଥିତିରେ ଟେକ୍ନୋଲୋଜିକୁ ବ୍ୟବହାର କରି କର୍ମଚାରୀଙ୍କ ମନୋବଳକୁ ସୁଦୃଢ଼ କରିବାକୁ ଚେଷ୍ଟା କରିଛି ଫିଡ୍ବ୍ୟାକ ଏନର୍ଜି ଡିଷ୍ଟ୍ରିବ୍ୟୁସନ କଂପାନି ବା ଫେଡ୍କୋ। ଭାରତ ଓ ଆଫ୍ରିକା ମହାଦେଶର ୩୦୦ରୁ ଅଧିକ କର୍ମଚାରୀଙ୍କୁ ଏକାଠି ଗୋଟିଏ ମଞ୍ଚକୁ ଆଣି ଦକ୍ଷ ଏବଂ ପାରଦର୍ଶୀ କର୍ମଚାରୀଙ୍କୁ ସମ୍ମାନିତ କରାଯାଇଥିବା କମ୍ପାନୀ ପକ୍ଷରୁ କୁହାଯାଇଛି।
କମ୍ପାନୀ ପକ୍ଷରୁ କୁହାଯାଇଛି ଯେ, ସୁରକ୍ଷା, ଗୁଣାତ୍ମକ ମାନ, ଦକ୍ଷତା, ନୂତନତ୍ୱ, କର୍ମ ଶୃଙ୍ଖଳା, ସହକର୍ମୀ କର୍ମଚାରୀଙ୍କ ଓ ଟିମ୍ର ସଦସ୍ୟଙ୍କ ପ୍ରତି ଦରଦ ଭଳି କ୍ଷେତ୍ର ଉପରେ ନିରନ୍ତର ଏବଂ ଉଦାହରଣ ସୃଷ୍ଟିକାରୀ ପ୍ରଦର୍ଶନ କରିଥିବା କର୍ମଚାରୀମାନଙ୍କୁ ସ୍ୱତନ୍ତ୍ର ପୁରସ୍କାର ଦିଆଯାଇଛି । ବିଭିନ୍ନ ବର୍ଗରେ ପୁରସ୍କାର ଦିଆଯାଇଥିବା ବେଳେ ବିଜେତାମାନେ ସ୍ୱୀକୃତିର ସାର୍ଟିଫିକେଟ୍ ହାସଲ କରିଥିଲେ ।
ଏ ସଂପର୍କରେ ଫେଡ୍କୋର ମୁଖ୍ୟ ଦେବତୋଷ ଚର୍ତୁବେଦୀ କହିଛନ୍ତି ଯେ, “କୋଭିଡ୍-୧୯ ପରବର୍ତୀ ସମୟରେ ଆମର ଯାତ୍ରା ଦୁଇଟି ବିଷୟରୁ ବେଶ ଆକର୍ଷଣୀୟ ଯାହା ଆମେ କାର୍ଯ୍ୟ କରୁଥିବା କ୍ଷେତ୍ରରେ ଭିନ୍ନତା ସୃଷ୍ଟି କରିଛି, ସେଥି ମଧ୍ୟରୁ ପ୍ରଥମଟି ହେଉଛି ଏହା ଏକ ୨୪ ଘଣ୍ଟିଆ ଗ୍ରାହକ କୈନ୍ଦ୍ରୀକ ପରିଚାଳନା କ୍ଷେତ୍ର ଏବଂ ଦ୍ୱିତୀୟଟି ହେଉଛି ଏହା ଯେ ଆମର କର୍ପୋରେଟ୍ କର୍ମଚାରୀଙ୍କ ବ୍ୟତୀତ ଆମ ପାଖରେ ସାରା ଦୁନିଆର ବିଭିନ୍ନ କ୍ଷେତ୍ରର ଉଲ୍ଲେଖନୀୟ କ୍ଷେତ୍ର କର୍ମଚାରୀ ବା ଶକ୍ତି ରହିଛନ୍ତି । ସର୍ଟଲିଷ୍ଟ ହୋଇଥିବା ସମସ୍ତଙ୍କୁ ବିଶେଷ କରି ବିଜେତାମାନଙ୍କୁ ମୁଁ ଅଭିନନ୍ଦନ ଜଣାଉଛି । ସେମାନେ ଆମ ସଂସ୍ଥା ପାଇଁ ଦାୟିତ୍ୱବାନ ବ୍ୟବସାୟକୁ ଆଗକୁ ବଢ଼ାଇବାରେ ନେତୃତ୍ୱ ପ୍ରଦର୍ଶନ କରିଛନ୍ତି ।’’
ଫିଡ୍ବ୍ୟାକ୍ ଏନର୍ଜି ଡିଷ୍ଟ୍ରିବ୍ୟୁସନ କଂପାନି (ଫେଡ୍କୋ) ସ୍ମାର୍ଟ ପ୍ରଯୁକ୍ତି ଓ ସକ୍ରିୟ ଗୋଷ୍ଠୀ ଯୋଗାଯୋଗ ଜରିଆରେ ଦୂରତାର ଶେଷ ପର୍ଯ୍ୟନ୍ତ ସେବାରେ ଉନ୍ନତି ଆଣିବାରେ ଅନେକ ଗ୍ରାହକ କୈନ୍ଦ୍ରୀକ ପଦକ୍ଷେପ ଗ୍ରହଣ କରିଛି । କଂପାନିର ଅଭିଯାନଗୁଡ଼ିକ ମଧ୍ୟରେ ରହିଛି ୨୪ ଘଂଟିଆ କେନ୍ଦ୍ରୀୟ କଷ୍ଟମର କେୟାର ୟୁନିଟ୍, ଏସ୍ଏମ୍ଏସ୍ ସେବା ଓ ମୋବାଇଲ୍ କ୍ୟାମ୍ପ୍ ଯେଉଁଥିରେ ସମ୍ପୂର୍ଣ୍ଣ ବ୍ୟବସ୍ଥା ଥିବା ଭ୍ରାମ୍ୟମାଣ ଭ୍ୟାନ୍ ରହିଛି ଯାହା ଗାଁ ଗାଁ ବୁଲି ଲୋକମାନଙ୍କ ଘର ପାଖରେ ଅଭିଯୋଗ ସମାଧାନ କରୁଛି ଯାହା ଫଳରେ ଦୂରତାର ଶେଷରେ ଥିବା ବ୍ୟବହାରକାରୀଙ୍କ ସମସ୍ୟାକୁ ସନ୍ତୋଷର ସହିତ ସମାଧାନ କରାଯାଇପାରୁଛି ।