ପ୍ରତିରକ୍ଷା କ୍ଷେତ୍ରରେ ଦେଶ ହେବ ଆତ୍ମ ନିର୍ଭରଶୀଳ, ଅର୍ଡିନାନ୍ସ ଫ୍ୟାକ୍ଟ୍ରିମାନଙ୍କ ପାରଦର୍ଶିତା ବଢ଼ାଇବାକୁ ପ୍ରୟାସ

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): କେନ୍ଦ୍ର ସରକାର ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମ ନିର୍ଭରଶୀଳ ହେବା ପାଇଁ ଉଦ୍ୟମ କରିଛନ୍ତି। ଏହି କ୍ଷେତ୍ରରେ ଅଧିକ ପୁଞ୍ଜି ନିବେଶ କରାଯାଇ ଏଠାରେ କିପରି ପ୍ରତିରକ୍ଷା ଉପକରଣ ନିର୍ମାଣ ହୋଇପାରିବ ସେଥିନେଇ ଆବଶ୍ୟକ ଉଦ୍ୟମ ହେବ। ଏଥିଲାକି ଅର୍ଡିନାନ୍ସ  ଫ୍ୟାକ୍ଟ୍ରି ମାନଙ୍କର କର୍ପୋରେଟାଇଜେସନ୍‌ ହେବ। ଏହା ଘରୋଇକରଣ ନୁହେଁ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି।

ଏହା ଘରୋଇ କରଣ ନୁହେଁ।  ଅର୍ଡିନାନ୍ସ ଫ୍ୟାକ୍ଟ୍ରିମାନଙ୍କ ନଗମୀକରଣ କରାଯିବ । ଏହାଦ୍ଵାରା ପାରଦର୍ଶିତା ବଢ଼ିବ ବୋଲି ଆଶା କରାଯାଇଛି।

ବିଦେଶୀ ପୁଞ୍ଜି ନିବେଶକୁ ବଢ଼ାଯାଇଛି। ୪୯ ପ୍ରତିଶତରୁ ୭୪ ପ୍ରତିଶତକୁ ବୃଦ୍ଧି କରାଯାଇଛି। ଏକ ପ୍ରକଳ୍ପ ପରିଚାଳନା କେନ୍ଦ୍ର କାର୍ଯ୍ୟକାରୀ କରାଯିବ। ଏହା ବ୍ୟବସ୍ଥାକୁ ସ୍ଵୟଂକ୍ରିୟ କରିବା, ପାରଦର୍ଶିତା ବଢ଼ାଇବା ଏବଂ ଦାୟିତ୍ଵବୋଧ ବୃଦ୍ଧି ପାଇଁ ସହାୟକ ହେବ।

ଦେଶର ପ୍ରତିରକ୍ଷା ଉତ୍ପାଦନ ଆମଦାନୀ କମ୍‌ କରିବା ଏବଂ ଆମଦାନୀ ହୋଇଥିବା ଉପକରଣକୁ କିପରି ଭାରତୀୟ ସ୍ତରରେ ପ୍ରସ୍ତୁତି କରାଯାଇପାରିବ ସେଥିଲାଗି ବ୍ୟବସ୍ଥା କରାଯାଇଛି।

ଦେଶ ପାଇଁ କେଉଁ ଅସ୍ତ୍ରଶସ୍ତ୍ର  କେଉଁ ବର୍ଷ କିଣିବା ପାଇଁ ପ୍ରତିବନ୍ଧକ ଲଗାଯିବ ତାହାର ଏକ ବର୍ଷୱାରୀ ତାଲିକା ପ୍ରସ୍ତୁତି ହେବ। ଏହି ଅନୁସାରେ ଦେଶରେ ନିଜସ୍ଵ ଆବଶ୍ୟକତା ପୂରଣ ଲାଗି ଅସ୍ତ୍ରଶସ୍ତ୍ର ନିର୍ମାଣ କରାଯିବ।   ଏହାଦ୍ଵାରା ହତିଆର ଉତ୍ପାଦନ ଏଠାରେ ଅଧିକ ହେବ ଏବଂ ଆମେ ବିଦେଶରୁ କମ୍‌ ଆମଦାନୀ କରିବାରେ ସକ୍ଷମ ହୋଇପାରିବ। ଏହାଦ୍ଵାରା ପ୍ରତିରକ୍ଷା ଆମଦାନୀ ବିଲ୍‌ ହ୍ରାସ ପାଇବ।

Leave a Reply

Your email address will not be published.