#FDI Check: ଚୀନ୍‌ର ନିବେଶକୁ ଭାରତର ରୋକ୍‌, ଏବେ ପାକିସ୍ତାନ ଭଳି ଚୀନକୁ ଆଶଙ୍କା

ଭୁବନେଶ୍ଵର (ଓଡ଼ିଶା ଟାଇମ୍‌): କରୋନା ମାଡ଼ରେ ଦୁସ୍ଥ ହୋଇଯାଇଥିବା ଭାରତୀୟ କମ୍ପାନୀ ଉପରେ ନଜର ପକାଇଛି ଚୀନ୍‌। ବିଭିନ୍ନ ସୂତ୍ରରୁ ଏଗୁଡ଼ିକୁ କିଣି ମାଲିକାନା ଜାହିର କରିବାକୁ ଚେଷ୍ଟା କରୁଛି। ଚୀନର ଏହି ଭିତିରି ଉଦ୍ଦେଶ୍ୟକୁ ଭାରତ ତରଫରୁ ଯାଞ୍ଚ କରାଯାଇ ବିଦେଶୀ ନିବେଶ ନୀତିରେ ପରିବର୍ତ୍ତନ ଆଣିଛନ୍ତି ଭାରତ ସରକାର।ଶନିବାରଦିନ ଘୋଷଣା କରାଯାଇଥିବା ବୈଦେଶିକ ନୀତି ଅନୁସାରେ ଭାରତ ପାକିସ୍ତାନ ଓ ବାଂଲାଦେଶ ଭଳି ଚୀନକୁ ମଧ୍ୟ ସ୍ଵୟଂଚାଳିତ ନିବେଶ ପ୍ରକ୍ରିୟାରେ ନିବେଶ ପାଇଁ ବାରଣ କରିଛି। ଖାଲି ସେତିକି ନୁହେଁ ଚୀନ ନାଗରିକ ଥିବା କମ୍ପାନୀ ମଧ୍ୟ ଅନ୍ୟ କୌଣସି ଦେଶରୁ ନିବେଶ କରିପାରିବେ ନାହିଁ। ଯେହେତୁ ଚୀନର ଅଧିକାଂଶ କମ୍ପାନୀରେ କମ୍ୟୁନିଷ୍ଟ ନେତାମାନଙ୍କ ସମ୍ପର୍କ ରହିଛି, ସେମାନଙ୍କ କବଳରୁ ଭାରତୀୟ ଅର୍ଥନୀତିକୁ ବଞ୍ଚାଇବା ପାଇଁ ଭାରତ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ଏହାଦ୍ଵାରା ହଂକଂ, ସିଙ୍ଗାପୁରରୁ ମଧ୍‌ୟ ନିବେଶ ବାରଣ ହୋଇଛି।

ସ୍ଵୟଂଚାଳିତ ନିବେଶ ପ୍ରକ୍ରିୟାରେ କୌଣସି କମ୍ପାନୀରେ କୌଣସି ବିଦେଶ କମ୍ପାନୀ ନିବେଶ ପାଇଁ ରାସ୍ତା ଉନ୍ମୁକ୍ତ ରହିଛି। କେବଳ କିଛି ଦେଶ ଯେମିତି ବାଂଲାଦେଶ ଓ ପାକିସ୍ତାନ ଏଥିରୁ ବାଦ୍‌ ରହିଛନ୍ତି। ଏ ହି ପ୍ରକ୍ରିୟାରେ ନିବେଶ ଗ୍ରହଣ କରିବା ପରେ କେବଳ ଏକ ସରକାରଙ୍କୁ ଏହି ବିଷୟରେ ଜଣାଇବା ଏନେଇ ସିକ୍ୟୁରିଟି ଏକ୍ସଚେଞ୍ଜ ବୋର୍ଡ ଅଫ୍‌ ଇଣ୍ଡିଆ ( ସେବି) ଆପତ୍ତି ଉଠାଇବା ପରେ କେନ୍ଦ୍ର ସରକାର ଏହି ନିଷ୍ପତ୍ତି ନେଇଛନ୍ତି।

ଚୀନର ୟୁହାନ୍‌ ସହରରୁ ସୃଷ୍ଟି ହୋିଥିବା କରୋନା ମହାମାରୀ ଏବେ ବିଶ୍ଵରେ ଆତଙ୍କ ସୃଷ୍ଟି କରୁଛି। ଏହି ପରିସ୍ଥିତିରେ ସାରା ବିଶ୍ଵର ଅର୍ଥନୀତି ଉଜୁଡ଼ି ପଡ଼ିଛି। ପ୍ରାୟ ଦେଢ଼ ଲକ୍ଷଙ୍କ ଜୀବନ ଚାଲି ଗଲାଣି। ଏଭଳି ଏକ ସଙ୍କଟଜନକ ସ୍ଥିତିରେ ଚୀନର ଭାରତୀୟ କମ୍ପାନୀରେ ନିବେଶକୁ ‘ସୁଯୋଗ ଉଣ୍ଡିବା’ ତଥା ଫାଇଦାବାଦୀ ଆଚରଣ ଭାବେ ବଣ୍ଣନା କରାଯାଇଛି।

 

 

 

Leave a Reply

Your email address will not be published. Required fields are marked *