‘ଷ୍ଟାର୍ ଅଫ୍ ଦ ମିଲେନିୟମ ଆୱାର୍ଡ଼’ ପଛରେ ରହିଛି କମ୍ପ୍ୟୁଟର ତ୍ରୁଟି: ବିଗ୍ ବି

ଏବେ ବଲିଉଡ୍ ବିଗ୍ ବିଙ୍କ ପକ୍ଷରୁ ଏମିତି ଏକ ସୂଚନା ମିଳିଛି, ଯାହାକି ସିନେପ୍ରେମୀଙ୍କ ସହ ସମ୍ପୂର୍ଣ୍ଣ ବଲିଉଡ୍କୁ ସ୍ତବ୍ଧ କରିଦେଇଛି । ମିଳିଥିବା ଖବର ଅନୁଯାୟୀ ବିଗ୍ ବିଙ୍କ ବନ୍ଧୁ ଗୋବିନ୍ଦ ନାମଦେବଙ୍କ ପୁସ୍ତକ ‘ମଧୁକର୍ ଶାହ ବୁନ୍ଦେଲା’ର ଉନ୍ମୋଚନ ଅବସରରେ ସେ ଏହି ସୂଚନା ଦେଇଥିଲେ ।

ବିଗ୍ ବି କହିଛନ୍ତି ଯେ ୧୯୯୯ ମସିହାରେ ବିବିସି ପକ୍ଷରୁ ଦିଆଯାଇଥିବା ‘ମିଲେନିୟମ୍ ଅଫ୍ ଦ ଇୟର୍’ ସମ୍ମାନ କେବଳ ଏକ କମ୍ପ୍ୟୁଟର୍ ଜନିତ ତ୍ରୁଟି । କାରଣ ଏତେ ବଡ଼ ସମ୍ମାନ ପାଇଁ ମୋର ଯୋଗ୍ୟତା ନାହିଁ । ମୁଁ ଜଣେ ସାମାନ୍ୟ କଳାକାର। ପ୍ରକୃତରେ ବିଗତ ୧୦୦ ବର୍ଷର ଜଣେ ଲୋକପ୍ରିୟ କଳାକାର ବାଛିବା ପାଇଁ ବିବିସି ପକ୍ଷରୁ ଏକ ଅନ୍ଲାଇନ୍ ଭୋଟିଂ କରାଯାଇଥିଲା । ଅନ୍ଲାଇନ୍ ଭୋଟିଂ ବେଳେ କମ୍ପ୍ୟୁଟ କିିଛି ତ୍ରୁଟି ଥାଇପାରେ, ଯାହା ତାଙ୍କ ସପକ୍ଷରେ ଯାଇଥିଲା । କିନ୍ତୁ ଏହି ଟାଇଟେଲ୍ ପଛରେ ତାଙ୍କ ବନ୍ଧୁ ଗୋବିନ୍ଦ ନାମଦେବଙ୍କ ବଡ଼ ଅବଦାନ ରହିଛି । କାରଣ ଗୋବିନ୍ଦ ହିଁ ପ୍ରଥମ ଥର ପାଇଁ ବିଗ୍ ବିଙ୍କୁ ‘ଷ୍ଟାର୍ ଅଫ୍ ଦି ମିଲେନିୟମ୍’ ଭାବେ ଅଭିହିତ କରିଥିଲେ । ବିଗ୍ ବିଙ୍କ ପକ୍ଷରୁ ଏଭଳି ଖବର ଶୁଣିବା ପରେ ତାଙ୍କର ସରଳତା ଓ ଉଦାରପଣିଆକୁ ନେଇ ପ୍ରଶଂସକ ଏବେ ଗର୍ବ ଅନୁଭବ କରୁଛନ୍ତି ।

Leave a Reply

Your email address will not be published. Required fields are marked *