ଏଫ୍ଏଟିଏଫ୍ ବୈଠକ ଆରମ୍ଭ
ନୂଆଦିଲ୍ଲୀ(ଓଟି): ପ୍ୟାରିସ୍ରେ ଆଜିଠାରୁ ଫାଇନ୍ସିଆଲ୍ ଆକ୍ସନ୍ ଟାକ୍ସଫୋର୍ସ (ଏଫ୍ଏଟିଏଫ୍) ଗୁରୁତ୍ୱପୂର୍ଣ୍ଣ ବୈଠକ ଆରମ୍ଭ ହୋଇଯାଇଛି। ଆସନ୍ତା ଗୁରୁବାର ପର୍ଯ୍ୟନ୍ତ ହେବାକୁ ଥିବା ଏହି ବୈଠକରେ ପାକିସ୍ତାନ ଗ୍ରେ ଲିଷ୍ଟ୍ରୁ ହଟିବ କି କଳାତାଲିକାଭୁକ୍ତ ହେବ ତାହା ନିଷ୍ପତ୍ତି ହେବ। ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି, ବିଶ୍ୱବ୍ୟାଙ୍କ, ଜାତିସଂଘ ପରି ଅନ୍ତର୍ଜାତୀୟ ସଂସ୍ଥା ସମେତ ୨୦୫ ଦେଶର ପ୍ରାୟ ୮୦୦ ପ୍ରତିନିଧି ବୈଠକରେ ଅଂଶଗ୍ରହଣ କରିବାକୁ ଥିବାବେଳେ ପାକିସ୍ତାନକୁ କଳାତାଲିକାଭୁକ୍ତ କରିବା ପ୍ରସ୍ତାବକୁ ଚୀନ ବିରୋଧ କରିବ। କାରଣ ଏଇ ନିକଟରେ ପାକିସ୍ତାନ ଆତଙ୍କବାଦ ବିରୋଧରେ ଉତ୍ତମ ପଦକ୍ଷେପ ନେଇଛି ବୋଲି ସଫେଇ ଦେଇଥିବା ଚୀନ ସମ୍ପ୍ରତି ଏଫଏଟିଫର ଅଧ୍ୟକ୍ଷ ରହିଛି।
ସୂଚନାଯୋଗ୍ୟ ଯେ ପ୍ରତିଶ୍ରୁତି ମୁତାବକ ଆତଙ୍କବାଦୀଙ୍କୁ ପାଣ୍ଠିଯୋଗାଣ ବନ୍ଦ କରିବା ଦିଗରେ କୌଣସି ଦୃଷ୍ଠାନ୍ତମୂଳକ ପଦକ୍ଷେପ ନେଉନଥିବାରୁ ପାକିସ୍ତାନକୁ ୨୦୧୮ରୁ ଏଫଏଟିଏଫ ଗ୍ରେ ତାଲିକାରେ ରଖିଛି । ଗତ ଅକ୍ଟୋବରରେ ହୋଇଥିବା ଏଫଏଟିଏଫ ପ୍ରସ୍ତୁତି ବୈଠକରେ ମଧ୍ୟ ଏହି ଗ୍ରେ ମାନ୍ୟତାକୁ ବଜାୟ ରଖାଯାଇଥିଲା।