ବଲିଉଡର ନୂଆ ଚେହେରା

ବଲିଉଡର ସଂଘର୍ଷ ଦୁନିଆରେ ଏବେ ଆଉ ଜଣେ ଅଭିନେତା ଏଣ୍ଟ୍ରୀ ନେବାକୁ ଯାଉଛନ୍ତି । ସେ ହେଉଛନ୍ତି ଫତେହ ରଂଘାବା । ଦକ୍ଷ ଅଭିନେତା ଓ ରେସଲର୍ ଦାରା ସିଂଙ୍କ ନାତି ଏବଂ ବିନ୍ଦୁ ଦାରା ସିଂଙ୍କ ପୁଅ ହେଉଛନ୍ତି ଫତେହ । ଅପକମିଙ୍ଗ୍ ଫିଲ୍ମ ‘ଦୋସ୍ତାନା ୨’ରେ କରଣ ଜୋହର୍ ଫତେହଙ୍କୁ ବ୍ରେକ୍ ଦେବେ ବୋଲି ଚର୍ଚ୍ଚା ହେଉଛି । ରଂଘାବାଙ୍କ ସହ ଟେଲି ତାରକା ଲକ୍ଷ୍ୟ ମଧ୍ୟ ବଲିଉଡରେ ଏଣ୍ଟ୍ରୀ କରିବାକୁ ଯାଉଛନ୍ତି । ଫତେହଙ୍କ ବଲିଉଡ୍ ଏଣ୍ଟ୍ରୀ ନେଇ ବିନ୍ଦୁ କହିଛନ୍ତି ଯେ – ଅଭିନୟ କ୍ଷେତ୍ରରେ ବିଗତ ୪ ବର୍ଷ ଧରି ସେ ଅନେକ କିଛି କଷ୍ଟ କରିଛନ୍ତି । ତେଣୁ ତାଙ୍କୁ ପରିଶ୍ରମର ଫଳ ନିଶ୍ଚୟ ମିଳିବ । ସେ ଆଗାମୀ ଦିନରେ ଜଣେ ସଫଳ ଅଭିନେତା ଭାବେ ଦର୍ଶକଙ୍କ ମନ ଜିତିପାରିବେ ।

‘ଦୋସ୍ତାନା ୨’ରେ କାର୍ତ୍ତିକ ଆର୍ଯ୍ୟନ୍, ଜାହ୍ନବୀ କପୁର୍ ଓ ଲକ୍ଷ୍ୟ ମୁଖ୍ୟ ଭୂମିକାରେ ଅଛନ୍ତି । କିନ୍ତୁୁ ଫତେହଙ୍କର ଭୂମିକା ସମ୍ପର୍କରେ କୌଣସି ଖବର ଜଣାପଡ଼ିନାହିଁ । ଏହା ପୂର୍ବରୁ କରଣ ଜୋହର୍ ଅନେକ କଳାକାରଙ୍କ ଗଡ୍ ଫାଦର୍ ଭାବେ ଇଣ୍ଡଷ୍ଟ୍ରୀରେ ଏକ ନିଆରା ପରିଚୟ ହାସଲ କରିଛନ୍ତି ।

Leave a Reply

Your email address will not be published. Required fields are marked *