ଫ୍ୟାଶନ୍ ଟିପ୍ସ: ଫେଷ୍ଟିଭ୍ ସିଜିନ୍ ପାଇଁ ଦୁପଟ୍ଟା ଟ୍ରେଣ୍ଡ୍

ଆଗାମୀ କରବାଚୌଥ୍, ଧନତେରାସ୍ ଓ ଦୀପାବଳିରେ ନିଜକୁ ଫ୍ୟାଶନେବୁଲ୍ ସହ ଟ୍ରେଣ୍ଡି ଲୁକ୍ ଦେବା ପାଇଁ ବିୟୁଟିପାର୍ଲର୍ ଓ ଗାରମେଣ୍ଟସ୍ ଶୋ’ରୁମ୍ ଗୁଡ଼ିକରେ ଭିଡ଼ ବଢ଼ିଚାଲିଛି । ବିଶେଷ ଭାବେ ଏହି ଫେଷ୍ଟିଭ୍ ସିଜିନରେ ରୟାଲ୍ ଲୁକ୍ ଚାହୁଁଥିଲେ, ଏ କ୍ଷେତ୍ରରେ ଦୁପଟ୍ଟା ଆପଣଙ୍କ ପାଇଁ ପରଫେକ୍ଟ ରହିବ । ଏଥର ଫେଷ୍ଟିଭ୍ କଲେକସନ୍ କ୍ଷେତ୍ରରେ ଦୁପଟ୍ଟା ଏକ ବଡ଼ ସ୍ଥାନ ଅଧିକାର କରିଛି । ୱେଷ୍ଟର୍ଣ୍ଣ ଆଉଟପିଟ୍ ପସନ୍ଦ କରୁଥିବା ଝିଅମାନେ ମଧ୍ୟ ଉତ୍ସବ ଓ ପାର୍ଟି ୱିୟର୍ କ୍ଷେତ୍ରରେ ଦୁପଟ୍ଟା ଟ୍ରେଣ୍ଡକୁ ଅଧିକ ଗୁରୁତ୍ୱ ଦେଉଛନ୍ତି । ତେବେ ଆସନ୍ତୁ ଜାଣିବା କିଭଳି ଭାବେ ଏହି ଦୁପଟ୍ଟା ଟ୍ରେଣ୍ଡ୍ ଆପଣଙ୍କୁ ଗ୍ଲାମରସ୍ ଲୁକ୍ ଦେବ ।

୧- ସିଲକ୍ ଶାଢ଼ି ସବୁ ସମୟରେ ଓ ସମସ୍ତ ଉତ୍ସବ ପାଇଁ ପରଫେକ୍ଟ । ଏବେ ସିଲକର ଦୁପଟ୍ଟା ମଧ୍ୟ ଫ୍ୟାଶନ୍ ଟ୍ରେଣ୍ଡରେ ଅଛି । ସାଧାରଣ ଓ କମ୍ ଦାମର ଏକ ସାଲୱର୍ ସୁଟ୍ ସହିତ ସିଲକର ଦୁପଟ୍ଟା ଏକ ହେଭି ଓ ଦାମୀ ଲୁକ୍ ଦେଇଥାଏ । ଲେହେଙ୍ଗା, ଶାଢ଼ି, ଅନାରକଲି ଓ ସିମ୍ପଲ୍ ସାଲୱାର୍ ସୁଟ୍ ସହିତ ଆପଣ ଏହାକୁ କ୍ୟାରି କରିପାରିବେ ।

୨- ଗୋଟିଏ ବଦଳରେ ଡବଲ୍ ଦୁପଟ୍ଟା କ୍ୟାରି କରିବା ଆଜିକାଲିର ଫ୍ୟାଶନ୍ ସାଜିଛି । ବିଶେଷ ଭାବେ ଶାଢ଼ି ସହିତ ହେଭି ଏମ୍ରୋଡୋରି କାମ ହୋଇଥିବା ଦୁପଟ୍ଟାକୁ ଟିମଅପ୍ କରିହେବ । କିନ୍ତୁ ସାଧାରଣ ଶାଢ଼ୀ କିମ୍ବା ପ୍ରିଣ୍ଟ୍ ଶାଢ଼ି ସହିତ ଆଦୌ ଏହାକୁ କ୍ୟାରି କରନ୍ତୁ ନାହିଁ ।

୩- ଦୁପଟ୍ଟାରେ ସିତାରା ୱାର୍କ କାହିଁ କେଉଁ ସମୟରୁ ଫ୍ୟାଶନ୍ ଅପଡେଟ୍ ତାଲିକାରେ ରହିଆସିଛି । ନେଟ୍, ସିଫନ୍ କିମ୍ବା ସେମି ସିଲକ୍ ଦୁପଟ୍ଟାରେ ସିତାରା ୱାର୍କ ଆପଣଙ୍କୁ ଏକ କ୍ଲାସି ଲୁକ୍ ଦେବ ।

୪- ଜରିୱାର୍କ କିମ୍ବା ଗୋଟାପଟ୍ଟି ହୋଇଥିବା ଦୁପଟ୍ଟା ଦୁଲହନ୍ ଲୁକ୍ ଦେଇଥାଏ । ଗୋଟାପଟି ୱାର୍କ ହୋଇଥିବା ଗାଢ଼ା ଓ ହାଲକା ରଙ୍ଗର ଦୁପଟ୍ଟାକୁ ମ୍ୟାଚ୍ କରି ଆପଣ ସାଲୱାର୍ ସୁଟ୍ କିମ୍ବା ଲେହେଙ୍ଗା କିଣିପାରିବେ ।

୫- ନେଟ୍ ଉପରେ ଜରି, ମାଳି କିମ୍ବା କୁନ୍ଦନ କାମ ହୋଇଥିବା ଦୁପଟ୍ଟା ସବୁବେଳେ ଟ୍ରେଣ୍ଡଇନ୍ ଥାଏ । ହେଭି ସାଲୱାର୍ କିମ୍ବା ଅନାରକଲି ସହିତ ଆପଣ ଏଭଳି ଦୁପଟ୍ଟାକୁ ଟିମଅପ୍ କରନ୍ତୁ । ଏହି ଦୁପଟ୍ଟା କିଣୁଥିଲେ ସବୁବେଳେ ହାଲକା ରଙ୍ଗକୁ ଅଧିକ ଗୁରୁତ୍ୱ ଦିଅନ୍ତୁ । 

Leave a Reply

Your email address will not be published. Required fields are marked *