ଏହି ଦୀପାବଳିରେ ନିଜକୁ ବୋଲାନ୍ତୁ ଫ୍ୟାଶନ୍ ଅପଡେଟ୍, ଜାଣନ୍ତୁ କିଛି ଟିପ୍ସ

ଚାଲିଛି ଫେଷ୍ଟିଭ୍ ସିଜିନ୍ । ଏଭଳି ଏକ ରଙ୍ଗୀନ୍ ମାହୋଲରେ ନିଜକୁ ଓ ଘରକୁ ସଜାଇବାରେ ସମସ୍ତେ ବ୍ୟସ୍ତ । ବିଶେଷ ଭାବେ ଝିଅମାନେ ଏ କ୍ଷେତ୍ରରେ ବେଶ୍ ଆଗୁଆ । କିନ୍ତୁ ଏବେ ସମୟ ବଦଳି ଯାଇଛି । ପୁଅମାନେ ମଧ୍ୟ ନିଜର ଲୁକ୍ ଓ ଆଉଟଫିଟ୍ ପ୍ରତି ଯଥେଷ୍ଟ ଧ୍ୟାନ ଦେଉଛନ୍ତି । ତେଣୁ ଉତ୍ସବ ଋତୁରେ ଫ୍ୟାଶନେବୁଲ୍ ଲାଗିବା ପାଇଁ ଡିଜାଇନରମାନେ ଅନେକ କିଛି ଏକ୍ସପରିମେଣ୍ଟ୍ କରୁଛନ୍ତି । ଏହି ଧାରାରେ ପାରମ୍ପାରିକ କୂର୍ତ୍ତା ପାଇଜାମାର ମଧ୍ୟ ଅନେକ ଭେରାଇଟି ଆସୁଛି । ପାରମ୍ପରିକ ଲୁକ୍ ଓ ଆଉଟଫିଟକୁ ପସନ୍ଦ କରୁଥିବା ପୁରୁଷମାନଙ୍କ ପାଇଁ ଏଭଳି କିଛି ଫ୍ୟାଶନ୍ ଟିପ୍ସ ରହିଛି, ଯାହାକୁ ଆପଣାଇବା ଦ୍ୱାରା ଏକ ଟ୍ରେଣ୍ଡି ଲୁକ୍ ଆସିବ । ତେବେ ଆସନ୍ତୁ ଜାଣିବା –

୧- ସର୍ଟ କିମ୍ବା ଲଙ୍ଗ୍, ଯେ କୌଣସି କୂର୍ତ୍ତା ସହିତ ଆପଣ ଗୋଲଡେନ୍ କାମ ହୋଇଥିବା ନେହେରୁ ଜ୍ୟାକେଟ୍ କ୍ୟାରି କରନ୍ତୁ । ଏହା ବେଶ୍ ରୟାଲ୍ ଲୁକ୍ ଦେଇଥାଏ । ଯଦି ଆପଣ ଚାହିଁବେ, ତାହେଲେ ଜ୍ୟାକେଟରେ ଏକ ଛୋଟ ଷ୍ଟୋନ୍ ବ୍ରୋଚ୍ ମଧ୍ୟ ଲଗାଇପାରିବେ ।

୨- ଏଥେନିକ୍ ୱିୟର୍ କ୍ଷେତ୍ରରେ କ୍ଲାସିକସର ଚାହିଦା ସବୁଠାରୁ ଅଧିକ ରହିଛି ଏବଂ ରହିଥିବ ମଧ୍ୟ । ବେଜ୍ ଓ ଗୋଲଡରୁ ଆରମ୍ଭ କରି ମୋନୋକ୍ରୋମୋଟିକ୍ ପେଲେଟ୍ ଷ୍ଟାଇଲ୍ କୂର୍ତ୍ତାକୁ ଯେ କୌଣସି ଅବସରରେ କ୍ୟାରି କରାଯାଇପାରିବ । ଧଳା କିମ୍ବା ବେଜ୍ ଚୁଡ଼ିଦାର୍ ସହିତ ଏହା ବେଶ୍ ମାନିଥାଏ । ଏହା ଆପଣଙ୍କୁ ଏକ କୁଲ୍ ଓ କ୍ଲାସି ଲୁକ୍ ଦେଇଥାଏ ।

୩- ଜିଗଜାଗ୍ ସିଲହୁଟ୍, ଜିପର୍ଡ଼ ଡିଟ୍ସ, କିମୋନୋ ଷ୍ଟାଇଲ୍ ଟାଇଅପ୍ କୂର୍ତ୍ତା ସହିତ ଇଣ୍ଡିଆନ୍ ଏଥେନିକ୍ ୱିୟରର ପରିଭାଷା ହିଁ ବଦଳି ଯାଇଛି । ଦୀପାବଳିର କାର୍ଡ଼ପାର୍ଟି ପାଇଁ ବିଶେଷ ଭାବେ ଅର୍ଡ଼ର୍ ଦେଇ ଏହାକୁ ଡିଜାଇନ୍ କରାଯାଉଛି । ଏହି ସିଜିନର ସବୁଠାରୁ ବଡ଼ ଟ୍ରେଣ୍ଡ୍ ହେଉଛି ଏଚଟିଟି ମୋନୋକ୍ରୋମ୍ । ସଲିଡ୍ ରଙ୍ଗ ସହିତ ଭିନ୍ନ ରଙ୍ଗର ଜଗର୍ସ ସହିତ ଏହାକୁ ଟିମଅପ୍ କରନ୍ତୁ । ଏହାକୁ ଯୋଧପୁର ପ୍ୟାଣ୍ଟ୍ ସହିତ ମଧ୍ୟ ପିନ୍ଧାଯାଇପାରିବ ।

Leave a Reply

Your email address will not be published. Required fields are marked *