ଫେଷ୍ଟିଭ୍ ଲୁକର ପରଫେକ୍ଟ କଲର୍ ପେଷ୍ଟଲ୍, ଏସିମେଟ୍ରିକ୍ ସହିତ ବୋଲାନ୍ତୁ ଫ୍ୟାଶନେବୁଲ୍
ଆସନ୍ତା କରବାଚୌଥ୍ ଠାରୁ ଆରମ୍ଭ କରି ଦୀପାବଳି ପର୍ଯ୍ୟନ୍ତ ଏବେ ଫ୍ୟାଶନ୍ ଦୁନିଆରେ ପେଷ୍ଟଲ୍ ରଙ୍ଗର ବେଶ୍ ଚାହିଦା ରହିଛି । ଏଥେନିକ୍ ସହିତ ପେଷ୍ଟଲ୍ ରଙ୍ଗର ପ୍ରତ୍ୟେକ ସେଡକୁ ଏସିମେଟ୍ରିକ୍ ଷ୍ଟାଇଲ୍ ସହିତ ସବୁଠାରୁ ଅଧିକ ପସନ୍ଦ କରାଯାଉଛି । ତେବେ ଆସନ୍ତୁ ଜାଣିବା ଏ ସମ୍ପର୍କିତ କିଛି ଫ୍ୟାଶନ୍ ଟିପ୍ସ-
୧- ଗ୍ରେ କଲରରେ ଗୋଲଡେନ୍ କିମ୍ବା ସିଲଭର୍ କାମ ହୋଇଥିବା ଆଉଟଫିଟ୍ ବେଶ୍ ମାନିବ । ଗ୍ରେ ରଙ୍ଗର ସର୍ଟ ଏସିମେଟ୍ରିକ୍ କୂର୍ତ୍ତିକୁ ଆପଣ ଲେହେଙ୍ଗା ସହିତ ଟିମଅପ୍ କରିପାରିବେ । ଗ୍ରେ ସହିତ ରେଡ୍, ପିଙ୍କ୍, ପର୍ପଲ୍ ଓ ବ୍ଲୁ ରଙ୍ଗକୁ ମ୍ୟାଚ୍ କରନ୍ତୁ ।
୨- ଗ୍ରୀନ୍ ରଙ୍ଗର ପେଷ୍ଟଲ୍ ସେଡ୍ ଆଉଟଫିଟ୍ ସହିତ ପିଙ୍କ୍ ରଙ୍ଗକୁ ମ୍ୟାଚ୍ କରନ୍ତୁ । ଗୋଲଡେନ୍ ୱାର୍କ ହୋଇଥିବା ଏସିମେଟ୍ରିକ୍ ପେଷ୍ଟଲ୍ ଗ୍ରୀନ୍ ୟେଲୋ କିମ୍ବା ରେଡ୍ ଏକ ମଡ଼ର୍ଣ୍ଣ ଲୁକ୍ ଦେବ ।
୩- ପିଙ୍କର ପେଷ୍ଟଲ୍ ସେଡ୍ ସହିତ ଗାଢ଼ା ଗୋଲାପି, ପର୍ପଲ୍ କିମ୍ବା ବ୍ଲୁ ବେଶ୍ ଭଲ ମାନିଥାଏ । ଏହି କମ୍ବିନେସନର୍ ଆପଣ ଯେ କୌଣସି ଆଉଟଫିଟ୍ କ୍ୟାରି କରି କରିପାରିବେ ।
୪- ଲେମନ୍ ୟେଲୋ ସର୍ଟ କୂର୍ତ୍ତି ସହିତ ଲେହେଙ୍ଗା ଏବେ ଟ୍ରେଣ୍ଡରେ ଅଛି । ଫେଷ୍ଟିଭ୍ ଲୁକ୍ ପାଇବାକୁ ହେଲେ ଆପଣ ଏହା ସହିତ ଲଙ୍ଗ୍ ଓ ହେଭି ଇୟରିଂ ଟ୍ରାଏ କରନ୍ତୁ । ଏହା ଆପଣଙ୍କୁ କୁଲ୍ ସହିତ ଫ୍ୟାଶନେବୁଲ୍ ଲୁକ୍ ଦେବ । ୟେଲୋ ସହିତ ବ୍ଲାକ୍, ରେଡ୍ ଗ୍ରୀନ୍ କିମ୍ବା ମେରୁନର କମ୍ବିନେସନ୍ ରଖନ୍ତୁ ।
୫- ପିଚ୍ କଲର୍ ସହିତ ଗ୍ରେ ରଙ୍ଗର ପ୍ଲାଜୋ ଏକ ନିଆରା ଲୁକ୍ ଦେଇଥାଏ । ଯଦି ଆପଣ ଫ୍ୟାଶନକୁ ନେଇ ଏକ୍ସପରିମେଣ୍ଟ୍ କରୁଥାନ୍ତି, ତେବେ ଏହାକୁ କ୍ୟାରି କରିବା ସହିତ ମ୍ୟାଚିଙ୍ଗ୍ ସ୍କାର୍ଫ ଟ୍ରାଏ କରନ୍ତୁ । ଏହା ସହିତ ହାଇହିଲ୍ ପିନ୍ଧିପାରିବେ । ପିଚ୍ ସହିତ ବ୍ଲୁ ଓ ମେରୁନ ରଙ୍ଗକୁ ମ୍ୟାଚ୍ କରନ୍ତୁ ।