ଫ୍ୟାଶନ୍ ଟିପ୍ସ: ଆଉଟିଙ୍ଗ୍ ପାଇଁ ପରଫେକ୍ଟ ଆଉଟଫିଟ୍
ପିକନିକ୍ ହେଉ କିମ୍ବା କୌଣସି ଆଉଟିଙ୍ଗ୍, ସମସ୍ତେ ନିଜକୁ ଏକ ଷ୍ଟାଇଲିସ୍ ଓ ଫ୍ୟାଶନେବୁଲ୍ ଲୁକ୍ ଦେବାକୁ ଚାହାନ୍ତି । କିନ୍ତୁ ଅନେକ ସମୟରେ ଫ୍ୟାଶନ୍ ଚକ୍କରରେ ଆମକୁ ବିଭିନ୍ନ ପ୍ରକାର ଅଡ଼ୁଆ ପରିସ୍ଥିତିର ସାମନା କରିବାକୁ ପଡ଼ିଥାଏ । ଏହାର ସମାଧାନ କରିବାକୁ ହେଲେ ଆମକୁ ବିଶେଷ ଭାବେ ଆଉଟଫିଟ୍ ଉପରେ ଅଧିକ ଧ୍ୟାନ ଦେବାକୁ ହେବ ।
ଆଉଟିଙ୍ଗ ପାଇଁ ପରଫେକ୍ଟ ଆଉଟଫିଟ୍ କିଭଳି ହେବା ଦରକାର ସେ ସମ୍ପର୍କରେ ଫ୍ୟାଶନ୍ ପଣ୍ଡିତମାନେ କିଛି ଟିପ୍ସ ଦେଇଥାନ୍ତି । ଆସନ୍ତୁ ଜାଣିନେବା –
୧- ବାହାରକୁ ଯିବା ସମୟରେ ଆପଣ ଅଧିକ ଫିଟିଙ୍ଗ୍ ଡ୍ରେସ୍ ପିନ୍ଧନ୍ତୁ ନାହିଁ । ଡ୍ରେସ୍ ହାଲକା ଢିଲା ପିନ୍ଧିବା ଦ୍ୱାରା ଆପଣ ସତେଜତା ଅନୁଭବ କରିବେ । ଛୋଟ ଡ୍ରେସ୍ ଓ ଟାଇଟ୍ ଜୋତା ପିନ୍ଧିବାଠାରୁ ମଧ୍ୟ ଦୂରେଇ ରହନ୍ତୁ ।
୨- ଦୂର ଯାତ୍ରା କରିବା ସମୟରେ ଅଧିକ ସମୟ ବସି ରହିବାକୁ ପଡ଼ିଥାଏ । ତେଣୁ ସବୁବେଳେ ଭଲ କ୍ୱାଲିଟି ଓ କମ୍ପ୍ରେସନଯୁକ୍ତ ମୋଜା ପିନ୍ଧନ୍ତୁ । ଏହା ପାଦର ରକ୍ତ ସଞ୍ଜାଳନ ଠିକ୍ ରଖିଥାଏ ଏବଂ ସ୍କିନକୁ ଠିକ୍ ରଖିଥାଏ ।
୩- ଇଣ୍ଡିଆନ୍ ହେଉ କିମ୍ବା ୱେଷ୍ଟର୍ଣ୍ଣ, ସବୁ ଡ୍ରେସ୍ ସହିତ ଆପଣ ନିଶ୍ଚିତ ଭାବେ ସ୍ରଗସ୍ କ୍ୟାରି କରନ୍ତୁ । ପ୍ରତ୍ୟେକ ଡ୍ରେସ୍ ସହିତ ମ୍ୟାଚିଙ୍ଗ୍ ସ୍ରଗସ୍ ଆପଣଙ୍କୁ ଏକ ଟ୍ରେଣ୍ଡି ଲୁକ୍ ଦେଇଥାଏ ।
୪- ଢିଲା ଡ୍ରେସ୍ ସହିତ ଫେବ୍ରିକ୍ ପ୍ରତି ଧ୍ୟାନ ରଖିବା ମଧ୍ୟ ନିହାତି ଜରୁରୀ । ବାହାର ଧୁଳି ଓ ଝାଳରୁ ଅନେକ ସ୍କିନ୍ ସମସ୍ୟା ଦେଖାଯାଏ । ଏଥିରୁ ମୁକ୍ତି ପାଇବାକୁ ହେଲେ ବାହାରକୁ ଯିବା ସମୟରେ କଟନ୍, ରେୟାନ୍ ଓ ପଲିଷ୍ଟର୍ ସବୁଠାରୁ ଭଲ ବିକଳ୍ପ ।
୫- ସନଗ୍ଲାସ୍ ପିନ୍ଧିବାକୁ ଭୁଲନ୍ତୁ ନାହିଁ ।
୬- ପିକନିକ୍ କିମ୍ବା ଆଉଟିଙ୍ଗ୍ ପାଇଁ ଯେ କୌଣସି ଡ୍ରେସ୍ ସହିତ ମ୍ୟାଚିଙ୍ଗ୍ ଫଙ୍କି ଜୁଏଲାରୀ କ୍ୟାରି କରନ୍ତୁ ।