ଫ୍ୟାଶନ୍ ଟିପ୍ସ: କାଜୁଆଲ୍ ଆଉଟଫିଟ୍ ସହିତ ଗ୍ଲାମରର ତଡ଼କା
ଝିଅମାନେ ସବୁବେଳେ ଚାହାନ୍ତି ଯେ ତାଙ୍କର ୱାଡ଼ରୋବରେ ଥିବା କାଜୁଆଲ୍ ଆଉଟଫିଟସ୍ଗୁଡ଼ିକୁ ଷ୍ଟାଇଲିସ୍ ହେବା ସହିତ ପିନ୍ଧିବା ପାଇଁ ଆରାମଦାୟକ ହେଉ । ତେବେ ଏହି ୩ଟି କମ୍ବିନେସନ୍ ଚାହୁଁଥିବା ଝିଅମାନଙ୍କ ପାଇଁ ସବୁଠାରୁ ଭଲ ବିକଳ୍ପ ହେଉଛି ଅଫସୋଲଡର୍ ଟପ୍ । ଏହା ବେଶ୍ ଆରାମଦାୟକ ଏବଂ ଏକ ଗ୍ଲାମରସ୍ ଲୁକ୍ ଦେଇଥାଏ । କିନ୍ତୁ ଏହି ଅଫ୍ ସୋଲଡର୍ ଟପକୁ କଭଳି ଭାବରେ ମ୍ୟାଚ୍ କରାଯିବ ଏବଂ ଏହା କିଭଳି ଏକ ଫ୍ୟାଶନେବୁଲ୍ ଲୁକ୍ ଦେବ ସେ ସମ୍ପର୍କରେ ଫ୍ୟାଶନ୍ ପଣ୍ଡିତମାନେ କିଛି ଟିପ୍ସ ଦେଇଥାନ୍ତି ।
ତେବେ ଆସନ୍ତୁ ଜାଣିନେବା ସେସବୁ ଟିପ୍ସଗୁଡ଼ିକ ସମ୍ପର୍କରେ –
୧- ଜିନ୍ସ, ସ୍କର୍ଟ, ପ୍ୟାଣ୍ଟ୍ କିମ୍ବା ପ୍ଲାଜୋ, ଯେ କୌଣସି ବଟମ୍ ସହିତ ଅଫ୍ ସୋଲଡର୍ ଟପ୍ ପିନ୍ଧାଯାଇପାରିବ ।
୨- ଏହା ସହିତ ହାଲକା ଫଙ୍କି ଜୁଏଲାରୀ କ୍ୟାରି କରନ୍ତୁ । ଏହା ଆପଣଙ୍କୁ ଏକ ମଡ଼ର୍ଣ୍ଣ ଲୁକ୍ ଦେଇଥାଏ ।
୩- ଅଫ୍ ସୋଲଡର୍ ଟପ୍ ସହିତ ବଡ଼ ଇୟରିଂ ଓ ଲେୟାର୍ଡ଼ ନେକଲେସ୍ ଟ୍ରାଏ କରନ୍ତୁ । ଏହାଦ୍ୱାରା ଏକ ନିଆରା ଷ୍ଟାଇଲିସ୍ ଲୁକ୍ ଆସିଥାଏ ।
୪- ଅଫ୍ ସୋଲଡର୍ ଟପ୍ ପିନ୍ଧୁଥିଲେ ହାତରେ ବ୍ରେସଲେଟ୍ କିମ୍ବା କୌଣସି ଷ୍ଟୋନଯୁକ୍ତ ରିଷ୍ଟୱାଚ୍ ନିଶ୍ଚିତ ପିନ୍ଧନ୍ତୁ । ଏହା ବେଶ୍ ମାନିଥାଏ ।
୫- ଅଫ୍ ସୋଲଡର୍ ଟପ୍ ସହିତ କେବେ ମଧ୍ୟ ଫ୍ଲାଟ୍ ଜୋତା କ୍ୟାରି କରନ୍ତୁ ନାହିଁ । ହାଲକା ହିଲ୍ କିମ୍ବା ଷ୍ଟାଇଲିସ୍ ବୁଟ୍ ପିନ୍ଧନ୍ତୁ ।
୬- ଏଭଳି ଡ୍ରେସ୍ ସହିତ ମ୍ୟାଚ୍ କରିବା ଭଳି ଛୋଟ ପର୍ସ ଧରନ୍ତୁ ।