ଫ୍ୟାଶନ୍ ଟିପ୍ସ୍: ଆପଣାନ୍ତୁ ଆଲିଆଙ୍କ ଏହି ଡ୍ରେସ୍ ସେନ୍ସ, ନିଜକୁ ବୋଲାନ୍ତୁ ଫ୍ୟାଶନ୍ ଅପଡେଟ୍

ଚୁଲବୁଲି ନାୟିକା ଆଲିଆ ବି ଟାଉନରେ ପାଦ ଦେବା ଦିନଠାରୁ ତାଙ୍କର ଅଭିନୟ ଓ ତାଙ୍କର ଡ୍ରେସ୍ ସେନ୍ସକୁ ନେଇ ଚର୍ଚ୍ଚା ଚାଲିଆସିଛି । ଆଲିଆଙ୍କ ଡ୍ରେସଗୁଡ଼ିକୁ ଦେଖିଲେ ଆପଣ ଜାଣିପାରିବେ ସେସବୁ ଡ୍ରେସ୍ ଯେତିକି ଷ୍ଟାଇଲିସ୍ ପିନ୍ଧିବା ପାଇଁ ସେତିକି ଆରାମଦାୟକ । ତେଣୁ ଆଜିକାଲି ଆଲିଆ ଝିଅମାନଙ୍କ ଷ୍ଟାଇଲ୍ ଆଇକନ୍ ତାଲିକାର ସର୍ବୋଚ୍ଚ ସ୍ଥାନରେ ଅଛନ୍ତି । ଏହି ଧାରାରେ ଏବେ ଇନଷ୍ଟାଗ୍ରାମରେ ଆଲିଆଙ୍କ ଏକ ଫଟୋ ଅପଲୋଡ୍ ହୋଇଛି , ଯେଉଁଥିରେ ଆଲିଆ ଏକ ଲାଲ୍ରଙ୍ଗର ଡ୍ରେସ୍ ପିନ୍ଧିଛନ୍ତି । ଯଦି ଆପଣ ମଧ୍ୟ ଆଲିଆଙ୍କ ଭଳି ନିଜକୁ ଫ୍ୟାଶନ୍ ଅପଡେଟ୍ ରଖିବାକୁ ଚାହାନ୍ତି, ତେବେ ଏଭଳି ଡିଜାଇନର ଡ୍ରେସ୍ ନିଶ୍ଚିତ ଟାଏ କରନ୍ତୁ ।

ଆଲିଆଙ୍କ ଏହି ଜିପ୍ସି ଷ୍ଟାଇଲର ଡ୍ରେସ୍ ମେରୁନ୍ ରଙ୍ଗର ଏବଂ ପିନ୍ଧିବା ପାଇଁ ବେଶ୍ ହାଲକା । ମେରୁନ୍ ରଙ୍ଗର ଏହି ଡ୍ରେସରେ ଗୋଲଡେନ୍ ରଙ୍ଗର ବୋର୍ଡ଼ର୍ ରହିଛି । ଏହା ସହିତ ଡ୍ରେସର ସ୍ଲିଭ୍ ବେଲୁନ୍ ଷ୍ଟାଇଲର, ଯେଉଁଥିରେ ୱାନ୍ ସାଇଡ୍ ଅଫ୍ ସୋଲଡର୍ ଡିଜାଇନ୍ ଅଛି । ଏହି ଡ୍ରେସ୍ ସେନ୍ସକୁ ଆହୁରି ପରଫେକ୍ଟ ଲୁକ୍ ଦେବା ପାଇଁ ଆଲିଆ ଏକ ସୁନ୍ଦର ଡେଙ୍ଗଲର୍ସ କ୍ୟାରି କରିବା ସହିତ ଲାଲ୍ ରଙ୍ଗର ହାଇହିଲ୍ ପିନ୍ଧିଛନ୍ତି । ହାଲକା ମେକଅପ୍ ସହିତ ପିଙ୍କ୍ ରଙ୍ଗର ଲିପଷ୍ଟିକ୍ ଆଲିଆଙ୍କୁ ଏକ ନିଆରା ଲୁକ୍ ଦେଉଛି । ଏଭଳି ଡ୍ରେସକୁ ଆପଣ ଆଉଟିଙ୍ଗ୍ କିମ୍ବା କୌଣସି ଡିନର୍ ପାର୍ଟି ପାଇଁ ଟ୍ରାଏ କରିପାରିବେ ।

Leave a Reply

Your email address will not be published. Required fields are marked *