ଶୀତଦିନର ଫ୍ୟାଶନ୍ ଟ୍ରେଣ୍ଡ୍ ସେଲର୍ ପ୍ୟାଣ୍ଟ୍
ଶୀତଦିନରେ ଆଙ୍କଲଫିଟ୍ ଟ୍ରାଉଜର୍ସ ଓ ସ୍କିନ୍ ଫିଟିଙ୍ଗ୍ ଜିନର ଜମାନା ଆଉ ନାହିଁ । ଫ୍ୟାଶନ୍ ଟ୍ରେଣ୍ଡ୍ ସହିତ ଅପଡେଟ୍ ରହିବା ପାଇଁ ଏବେ ଝିଅମାନେ ଆପଣାଇ ନେଇଛନ୍ତି ସେଲର୍ ପ୍ୟାଣ୍ଟ । ଏହାର ବିଶେଷତା ହେଉଛି କାଜୁଆଲ୍ ଓ ଫର୍ମାଲ୍, ଦୁଇଟିଯାକ ଲୁକ୍ ପାଇଁ ଏହା ପରଫେକ୍ଟ ।
ତେବେ ଆସନ୍ତୁ ଜାଣିବା ଏ ସମ୍ପର୍କିତ କିଛି ଫ୍ୟାଶନ୍ ଟିପ୍ସ-
୧- ୱାଇଡ୍ ଲେଗ୍ ସହିତ ଏହାର ଅଣ୍ଟାରେ ଚଉଡ଼ା ପଟି କିମ୍ବା ଟାଇଟ୍ ବେଲ୍ଟ ରହିଥାଏ । ଏହା ସହିତ କିଛି ସେଲର୍ ପ୍ୟାଣ୍ଟରେ ପ୍ଲିଟସ୍ କିମ୍ବା ଡିଜାଇନ୍ ରହିଥାଏ । ଶୀତଦିନ ପାଇଁ ଏହି ପ୍ୟାଣ୍ଟଉଲେନ୍ ଓ ଭେଲଭେଟରେ ମଧ୍ୟ ଉପଲବ୍ଧ । ଏହାକୁ ସାର୍ଟ କିମ୍ବା ଟପ୍ ସହିତ କ୍ୟାରି କରାଯାଇପାରିବ ।
୨- ସାଟିନ୍ ଓ କ୍ରେପ୍ ଫେବ୍ରିକ ଶ୍ରେଣୀରେ ପ୍ଲେନ୍ ସେଲର୍ ପ୍ୟାଣ୍ଟର ଚାହିଦା ଅଧିକ । ଫଲିଙ୍ଗ୍ ଲୁକ୍ ଦେଉଥିବା ଏହି ପ୍ଲେନ୍ ସେଲର୍ ପ୍ୟାଣ୍ଟ୍ ସହିତ ଫ୍ରିଲ୍ ସ୍ଲିଭସ୍ ୱିଣ୍ଟର୍ କ୍ରପ୍ ଟପ୍ କ୍ୟାରି କରି ଆପଣ ବେଶ୍ ଫ୍ୟାଶନେବୁଲ୍ ଲୁକ୍ ପାଇପାରିବେ ।
୩- ଡେନିମ୍ ଲଭର୍ସ ଗାର୍ଲସମାନଙ୍କ ପାଇଁ କ୍ରପଡ୍ ୱାଇଡ୍ ଲେଗ୍ ସେଲର୍ ପ୍ୟାଣ୍ଟ୍ ଏକଦମ୍ ପରଫେକ୍ଟ । ଏହି ଥ୍ରୀ ଫୋର୍ଥ ୱାଇଡ୍ ଲେଗ୍ ପ୍ୟାଣ୍ଟକୁ ଷ୍ଟାଇଲିସ୍ ସ୍ରଗ୍ କିମ୍ବା ଲଙ୍ଗ୍ ଜ୍ୟାକେଟ୍ ସହିତ ଟ୍ରାଏ କରି ଆପଣ ବୋଲଡ୍ ଲୁକ୍ ପାଇପାରିବେ ।
୪- କାଜୁଆଲ୍ ଲୁକ୍ ପାଇଁ ଚେକ୍ ପ୍ରିଣ୍ଟର ସେଲର୍ ପ୍ୟାଣ୍ଟ ସହିତ ଲେଦର୍ ଜ୍ୟାକେଟ୍ କ୍ୟାରି କରିବା ବେଶ୍ କ୍ଲାସି ଲୁକ୍ ଦେଇଥାଏ ।
୫- ଆଉଟିଙ୍ଗ୍ ସମୟରେ ମଧ୍ୟ ଆପଣ ଏହି ପ୍ୟାଣ୍ଟ୍ ପିନ୍ଧି ପାରିବେ । ଏହା ବେଶ୍ ଆରାମଦାୟକ । ସେଲର୍ ପ୍ୟାଣ୍ଟକୁ କନଟ୍ରାଷ୍ଟ୍ କଲରରେ ମ୍ୟାଚିଙ୍ଗ୍ କରି ଆପଣ ଯେ କୌଣସି ଟପ୍ ଟିମଅପ୍ କରନ୍ତୁ । ଏହା ସହିତ ଡିଜାଇନ୍ ସ୍କାର୍ଫ ଆପଣଙ୍କୁ ଆହୁରି ଫ୍ୟାଶନେବୁଲ୍ ଲୁକ୍ ଦେବ ।