ଟ୍ରେଣ୍ଡରେ ରହିଛି ହାପ୍ ମଙ୍ଗଳସୂତ୍ର, ଜାଣନ୍ତୁ ଏଳଭି ଆଉ କିଛି ଜୁଏଲାରୀ ସମ୍ପର୍କରେ

ଟିନଏଜ୍ ଝିଅ ହୁଅନ୍ତୁ କିମ୍ବା କର୍ମଜୀବୀ ମହିଳା, ଆଜିକାଲି ସମସ୍ତେ ହାଲକା, ଛୋଟ ଓ ଷ୍ଟାଇଲିସ୍ ଜୁଏଲାରୀ ପସନ୍ଦ କରୁଛନ୍ତି । କାରଣ ହେଭି ଜୁଏଲାରୀ ଅଫିସ୍ ଆଉଟଫିଟ୍ ପାଇଁ ଆଦୌ ଠିକ୍ ନୁହେଁ । ଏହା ସହିତ ସମସ୍ତେ ଟ୍ରେଣ୍ଡି ଲୁକ୍ ଚାହୁଁଥିବାରୁ ଜୁଏଲାରୀ କ୍ଷେତ୍ରରେ ଏବେ ଅନେକ କିଛି ଏକ୍ସପରିମେଣ୍ଟ୍ କରାଯାଉଛି । ଏହି ଏକ୍ସପରିମେଣ୍ଟର ଏକ ନମୁନା ହେଉଛି ହାପ୍ ମଙ୍ଗଲସୂତ୍ର । ଏହାର ଡିଜାଇନକୁ ନେଇ ଏଭଳି ନାମକରଣ ହୋଇଛି । କାରଣ ଚେନର ଅଧାଭାଗ ସୁନା ଓ ଆଉ ଅଧା ଭାଗରେ କଳାମାଳି ରହୁଛି । ତେଣୁ ଏହା ଦେଖିବାକୁ ବେଶ୍ ନିଆରା ଓ ଟ୍ରେଣ୍ଡି ଲାଗୁଛି । ଅଫିସ୍ ଯାଉଥିବା ମହିଳା ଏହାକୁ ଅଧିକ ପସନ୍ଦ କରୁଥିବାବେଳେ ଗୃହିଣୀମାନେ ମଧ୍ୟ ଏହାକୁ କ୍ୟାରି କରୁଛନ୍ତି ।

ହାପ୍ ମଙ୍ଗଳସୂତ୍ର ଭଳି ଆଉ କିଛି ଟ୍ରେଣ୍ଡି ଜୁଏଲାରୀ ହେଉଛି –
୧- ସରୁ ଚେନ୍ ସହିତ ଛୋଟରୁ ଛୋଟ ପେନଡେଣ୍ଟ୍ ଆଜିକାଲି ଡିମାଣ୍ଡରେ ରହିଛି । ୱେଷ୍ଟର୍ଣ୍ଣ ଆଉଟଫିଟ୍ ସହିତ ଏହା ଅଧିକ ମାନୁଥିବାବେଳେ ଟିନଏଜ୍ ଝିଅମାନେ ଏହାକୁ ବେଶ୍ ପସନ୍ଦ କରୁଛନ୍ତି ।
୨- ହାର୍ଟ କିମ୍ବା ହାର୍ଟବିଟ୍ ଡିଜାଇନର ମୁଦି ଏବେ ଟ୍ରେଣ୍ଡରେ ରହିଛି । ଏହା ସହିତ ଯୁବପିଢ଼ି କଷ୍ଟମାଇଜଡ୍ ରିଙ୍ଗକୁ ମଧ୍ୟ ବେଶ୍ ଆଦର କରୁଛନ୍ତି ।
୩- ବଟରଫ୍ଲାଇ ବ୍ରେସଲେଟକୁ ଆପଣ ଅଫିସ୍ ଆଉଟଫିଟ୍ ସହିତ ଟିମ୍ଅପ୍ କରିପାରିବେ । ଏହି ଡିଜାଇନରେ ଷ୍ଟୋନ୍ ଓ ପର୍ଲଯୁକ୍ତ ବଟରଫ୍ଲାଇ ବ୍ରେସଲେଟ୍ ଏକ କ୍ଲାସି ଲୁକ୍ ଦେଇଥାଏ ।

Leave a Reply

Your email address will not be published. Required fields are marked *