ଶାଢ଼ି ସହିତ ଟ୍ରାଏ କରନ୍ତୁ ଏହି ୫ଟି ଡିଜାଇନର ବ୍ଲାଉଜ୍, ଦେଖାଯିବେ ଟଲ୍
ଯଦି ଆପଣଙ୍କ ହାଇଟ୍ ଅଧିକ ନାହିଁ, ତାହେଲେ ୱେଷ୍ଟର୍ଣ୍ଣ ଆଉଟଫିଟ୍ କିଛି ପରିମାଣରେ ଆପଣଙ୍କୁ ଫ୍ୟାଶନେବୁଲ୍ କରାଇପାରିବ । କିନ୍ତୁ ପାରମ୍ପାରିକ ଲୁକ୍ ଚାହୁଁଥିଲେ ଆପଣ ଅଡ଼ୁଆରେ ପଡ଼ିବେ । ହାଇଟ୍ ନଥିଲେ ଶାଢ଼ି ବିଲକୁଲ୍ ମାନେ ନାହିଁ । ତେବେ ଏହି ସମସ୍ୟାର ସମାଧାନ ପାଇଁ ଫ୍ୟାଶନ୍ ପଣ୍ଡିତମାନେ କିଛି ଟିପ୍ସ ଦେଇଛନ୍ତି । ୫ଟି ଭିନ୍ନ ଡିଜାଇନର ବ୍ଲାଉଜ୍ ରହିଛି ଯାହାକୁ ଶାଢ଼ି ସହିତ ପିନ୍ଧିବା ଦ୍ୱାରା ଆପଣଙ୍କ ଡେଙ୍ଗି ଓ ଟ୍ରେଣ୍ଡି ଲାଗିବେ । ତେବେ ଆସନ୍ତୁ ଜାଣିବା –
୧- କ୍ୱାର୍ଟର୍ ସ୍ଲିଭ୍ ସହିତ ହାଇନେକ୍ ବ୍ଲାଉଜ୍ ପିନ୍ଧିବା ଦ୍ୱାରା ଏକ ନିଆରା ଲୁକ୍ ଆସିଥାଏ । ପ୍ଲେନ୍ ଶାଢ଼ି ସହିତ ହେଭି ୱାର୍କ ହୋଇଥିବା ହାଇନେକ୍ ବ୍ଲାଉଜ୍ ଟ୍ରାଏ କରନ୍ତୁ । ମନେ ରଖନ୍ତୁ ଯଦି ଆପଣ ଡେଙ୍ଗି ନୁହନ୍ତି, ତେବେ ଫୁଲ୍ ସ୍ଲିଭ୍ ବଦଳରେ କ୍ୱାର୍ଟର୍ ସ୍ଲିଭକୁ ଗୁରୁତ୍ୱ ଦିଅନ୍ତୁ ।
୨- ଓଲଡ୍ ଇଜ୍ ଗୋଲଡ୍ ଧାରାରେ ଫେରିଆସିଛି କଲର୍ ନେକ୍ ବ୍ଲାଉଜ୍ । ଏହା ବିଭିନ୍ନ ପ୍ରକାର ମେଟେରିଆଲରେ ଆସୁଛି । ଏହା ଆପଣଙ୍କୁ ସ୍ଲିମ୍ ଓ ଟଲ୍ କରିବା ସହିତ ଗ୍ଲାମରସ୍ ଲୁକ୍ ଦେବ ।
୩- ଆପଣଙ୍କ ଶାରୀରିକ ଗଠନ ଯେଉଁଭଳି ହୋଇଥାଉ ନା କାହିଁକି ବୋଟ୍ ନେକ୍ ବ୍ଲାଉଜ୍ ଶାଢ଼ି ପାଇଁ ପରଫେକ୍ଟ ଚଏସ୍ । ଏହାକୁ ଆପଣ ସର୍ଟ, ଲଙ୍ଗ କିମ୍ବା ସ୍ଲିଭଲେସ୍ ଭାବେ ବନାଇ ପାରିବେ ।
୪- ଅଧିକ ଖର୍ଚ୍ଚାନ୍ତ ନ ହୋଇ ଷ୍ଟାଇଲିସ୍ ଲୁକ୍ ପାଇବାକୁ ଚାହୁଁଥିଲେ ହେଭି ୱାର୍କ ହୋଇଥିବା ସ୍ଲିଭଲେସ୍ ବ୍ଲାଉଜକୁ ଶାଢ଼ି ସହିତ ଟିମଅପ୍ କରନ୍ତୁ । ଏହା ସହିତ ଝୁମକା, ଲେୟାର୍ ସର୍ଟ ନେକଲେସ୍ ଓ ସିମ୍ପଲ୍ ଡିଜାଇନର ଛୋଟ କମରବନ୍ଧ ବେଶ୍ ମାନିଥାଏ ।
୫- ଯଦି ଆପଣଙ୍କୁ ସ୍ଲିଭଲେସ୍ ବ୍ଲାଉଜ୍ ପସନ୍ଦ ନାହିଁ, ତେବେ ଆପଣ ସର୍ଟ ସ୍ଲିଭ୍ ବ୍ଲାଉଜ୍ ପିନ୍ଧିପାରିବେ । ବ୍ଲାଉଜର ହାତରେ ବଡ଼ ଲଟକନ୍ ଏକ ନିଆରା ଲୁକ୍ ଦେବ । ଆପଣ ଯେ କୌଣସି ଶାଢ଼ି ସହିତ ଏହି ଡିଜାଇନର ବ୍ଲାଉଜକୁ ଟିମଅପ୍ କରିପାରିବେ ।