ଟ୍ରାଭେଲିଙ୍ଗ୍ ସିଜିନ୍ ପାଇଁ ଜାଣିରଖନ୍ତୁ କିଛି ଆଉଟଫିଟ୍ ଟିପ୍ସ
ଫେଷ୍ଟିଭ୍ ସିଜିନ୍ ପରେ ଏବେ ଟ୍ରାଭେଲିଙ୍ଗ୍ ସିଜିନ୍ ପାଇଁ ସମସ୍ତେ ଅଳ୍ପ ବହୁତ ଯୋଜନା ଆରମ୍ଭ କରିସାରିଲେଣି । ପିକନିକ୍ ହେଉ କିମ୍ବା ଲଙ୍ଗ୍ ଟୁର୍, ବାହାରକୁ ବୁଲିଯିବା କଥା ଉଠିଲେ, ପ୍ରଥମେ ସମସ୍ତଙ୍କ ଧ୍ୟାନ ଯାଏ ଆଉଟଫିଟ୍ ଉପରେ । କ’ଣ ଡ୍ରେସ୍ ପିନ୍ଧିବେ, କେଉଁ ଫୁଟୱେୟାର୍ ତାହାକୁ ମ୍ୟାଚ୍ ହେବ, କିଭଳି ମେକଅପ୍ ନେଲେ ଫ୍ୟାଶନେବୁଲ୍ ଲାଗିବ, ତାହାକୁ ନେଇ ଅନେକଜଣ ଦ୍ୱନ୍ଦ୍ୱରେ ରହିଥାନ୍ତି । ତେବେ ଏସବୁ ଦ୍ୱନ୍ଦ୍ୱ ଦୂର କରିବା ସହିତ ଆପଣଙ୍କ ଯାତ୍ରାକୁ ଆରାମଦାୟକ କରିବା ପାଇଁ ଫ୍ୟାଶନ୍ ପଣ୍ଡିତମାନେ ଅନେକ କିଛି ଟିପ୍ସ ଦେଇଥାନ୍ତି ।
ତେବେ ଆସନ୍ତୁ ଜାଣିବା ଏଭଳି କିଛି ଟିପ୍ସ-
୧- ବୁଲିବାକୁ ଯିବା ସମୟରେ କେବେ ମଧ୍ୟ ଟାଇଟ୍ ଫିଟିଙ୍ଗ୍ ଜିନ୍ସ କିମ୍ବା ପ୍ୟାଣ୍ଟ୍ ପିନ୍ଧନ୍ତୁ ନାହିଁ । ପ୍ଲାଜୋ ସବୁଠାରୁ ଭଲ ବିକଳ୍ପ । ଯଦି ଜିନ୍ସ ପିନ୍ଧିବା ଆପଣଙ୍କ ପ୍ରଥମ ପସନ୍ଦ, ତେବେ ଷ୍ଟ୍ରେଚେବୁଲ୍ କିମ୍ବା ଢ଼ିଲା ଜିନ୍ସକୁ ସାମିଲ୍ କରନ୍ତୁ । ଜିନ୍ସ ଭଳି କୂର୍ତ୍ତି କିମ୍ବା ସାଲୱାର କ୍ଷେତ୍ରରେ ମଧ୍ୟ ଅଳ୍ପ ଢ଼ିଲା ପିନ୍ଧନ୍ତୁ ।
୨- ହାଇହିଲକୁ ସମ୍ପୂର୍ଣ୍ଣ ବାଦ୍ ଦିଅନ୍ତୁ । ବୁଲିବାକୁ ଯିବା ସମୟରେ ଟ୍ରାଭେଲିଙ୍ଗ୍ ଶୁ କିମ୍ବା ଫ୍ଲାର୍ଟ କିମ୍ବା ଫ୍ଲିପଫ୍ଲପ୍ ପିନ୍ଧନ୍ତୁ । ଏହା ପାଦକୁ ଆରାମ ଦେଇଥାଏ । ହାପଶୁ’ ମଧ୍ୟ ଏକ ଭଲ ବିକଳ୍ପ । ଲେସ୍ କିମ୍ବା ଅଧିକ ଡିଜାଇନ୍ ଥିବା ଜୋତା ପିନ୍ଧନ୍ତୁ ନାହିଁ ।
୩- ହାଲକା ରଙ୍ଗର ଆଉଟଫିଟ୍ ଆଦୌ ପିନ୍ଧନ୍ତୁ ନାହିଁ । କାରଣ ଯାତ୍ରା ସମୟରେ ଏହା ଶୀଘ୍ର ମଇଳା ହୋଇଥାଏ । ଏହା ଆପଣଙ୍କ ଫ୍ୟାଶନ୍ ସେନ୍ସକୁ ପ୍ରଭାବିତ କରିଥାଏ । ବାହାରକୁ ଯିବା ସମୟରେ ଗାଢ଼ା ରଙ୍ଗର ଫ୍ଲାୱାର୍ ପ୍ରିଣ୍ଟ୍ ଡ୍ରେସ୍ ଏକ ନିଆରା ଲୁକ୍ ଆଣିଥାଏ ।
୪- ଆପଣ ଯେତିକି ଦିନ ବୁଲିବାକୁ ଯାଉଛନ୍ତି, ସେହି ଅନୁଯାୟୀ ଡ୍ରେସ୍ ନିଅନ୍ତୁ । ତା’ଠାରୁ ଅଧିକ ଡ୍ରେସ୍ ନିଅନ୍ତୁ ନାହିଁ । ନଚେତ୍ ଅଧିକ କ୍ୟାରି ବ୍ୟାଗ୍ ଆପଣଙ୍କୁ ଅଡ଼ୁଆରେ ପକାଇବ । ଟ୍ରାଲେଲିଙ୍ଗ୍ ସମୟରେ ମୋବାଇଲ୍, ପର୍ସ, ଚଷମା କିମ୍ବା ସନଗ୍ଲାସ୍ ପାଇଁ କ୍ରସ୍ ବଡି ବ୍ୟାଗ୍ ପାଇଁ ସବୁଠାରୁ ଭଲ ।
୫- ତିବ୍ର ଗନ୍ଧଯୁକ୍ତ ପରଫ୍ୟୁମ୍ ପକାନ୍ତୁ ନାହିଁ । ଏହା ଆପଣଙ୍କ ତ୍ୱଚା ପାଇଁ ଏବଂ ଅନ୍ୟଯାତ୍ରୀମାନଙ୍କ ପାଇଁ ସମସ୍ୟା ସୃଷ୍ଟି କରିଥାଏ ।
୬- ଅଧିକ ଗହଣା ପିନ୍ଧି ଟ୍ରାଭେଲିଙ୍ଗ୍ କରନ୍ତୁ ନାହିଁ । ହାଲକା ଫଙ୍କି ଜୁଏଲାରୀ କିମ୍ବା ହାଲକା ଲେୟାର୍ ନେକଲେସ୍ ସବୁ ଆଉଟଫିଟ୍ ସହିତ ଭଲ ମାନିଥାଏ । ପର୍ଲ ଗହଣା ମଧ୍ୟ ଏକ ପରଫେକ୍ଟ ପସନ୍ଦ ହୋଇପାରିବ ।