କଲେଜ୍ ଗାର୍ଲଙ୍କ ପାଇଁ ଦୀପାବଳିର ବିଶେଷ ଫ୍ୟାଶନ୍ ଟିପ୍ସ

ଆସନ୍ତା ଦୀପାବଳିରେ ମହିଳାମାନଙ୍କ ପାଇଁ ଶାଢ଼ି କିମ୍ବା ହେଭି ଲେହେଙ୍ଗା, ତା’ ସହିତ ଟେମ୍ପୁଲ୍ କଏନ୍ ଜୁଏଲାରୀ ସହିତ ବାହୁବଲୀ ଇୟରିଂ ଓ ହେଭି କଙ୍ଗନ୍ ଏକ ପରଫେକ୍ଟ କମ୍ବିନେସନ୍ । କିନ୍ତୁ କଲେଜ୍ ଗାର୍ଲଙ୍କ ପାଇଁ ଏଭଳି ଅନେକ କିଛି ଫ୍ୟାଶନେବୁଲ୍ ଟିପ୍ସ ରହିଛି, ଯାହାକୁ ଆପଣାଇବା ଦ୍ୱାରା ଆଗାମୀ ଦୀପାବଳିରେ ସେମାନେ ଏକ ଚମକଦାର୍ ଲୁକ୍ ପାଇପାରିବେ । ତେବେ ଆସନ୍ତୁ ଜାଣିବା ସେ ସମ୍ପର୍କିତ କିଛି ଟିପ୍ସ-
୧- ଝିଅମାନଙ୍କ ପାଇଁ ଏ ଲାଇନ୍ କୂର୍ତ୍ତି ଓ ସର୍ଟ କୂର୍ତ୍ତି ଆଜିକାଲି ଟ୍ରେଣ୍ଡରେ ରହିଛି । ଏହି ଆଉଟଫିଟକୁ ମ୍ୟାଚ୍ କରିବା ଭଳି ଛୋଟ ଝୁମକା ଓ ଷ୍ଟେଟମେଣ୍ଟ ଇୟରିଂ ଟ୍ରାଏ କରନ୍ତୁ । ଷ୍ଟୋନଯୁକ୍ତ ଛୋଟ ବ୍ରେସଲେଟ୍ ମଧ୍ୟ ନିଆରା ଲୁକ୍ ଦେବ ।
୨- ପ୍ଳାଜୋ ସହିତ ହାଲକା ରଙ୍ଗର କଟନ୍ କୂର୍ତ୍ତି ପିନ୍ଧୁଥିଲେ, ତା’ ସହିତ ଟ୍ରାଇଭାଲ୍ ଗହଣା କ୍ୟାରି କରନ୍ତୁ । ଯଦି ଗୋଟିଏ ରଙ୍ଗର ସିମ୍ପୁଲ୍ ସାଲୱାର୍ ସୁଟ୍ ପସନ୍ଦ କରୁଛନ୍ତି, ତେବେ ଏହା ଉପରେ ଟାଇଭାଲ୍ ପ୍ରିଣ୍ଟ୍ ଦୁପଟ୍ଟା ପକାନ୍ତୁ ।
୩- ଫେଷ୍ଟିଭ୍ ସିଜିନରେ ରୟାଲ୍ ଲୁକ୍ ପାଇବାକୁ ଚାହୁଁଥିଲେ ହାଲକା ରଙ୍ଗର ଓ ହାଲକା ବୋର୍ଡ଼ର୍ ଥିବା ଶିଫନ୍ ଶାଢ଼ି କିଣନ୍ତୁ । ଏହା ସହିତ ମୋତିର ଛୋଟ ନେକେଲେସ୍ ଓ ଛୋଟ ଇୟରିଂ ପିନ୍ଧନ୍ତୁ । ମୋତିର ଛୋଟ ଝୁମକା ଓ ହାତରେ ମୋତିଯୁକ୍ତ ବଡ଼ ମୁଦି ଏହାକୁ ବେଶ୍ ମାନିଥାଏ ।
୪- ସରାରା ଆଜିକାଲିର ଟେଣ୍ଡରେ ରହିଛି । ଏହା ସହିତ କୁନ୍ଦନର ସିମ୍ପଲ୍ ଓ ଛୋଟ ଡିଜାଇନର ଗହଣା ବାଛନ୍ତୁ । ଯଦି ସରାରା ପିନ୍ଧୁଛନ୍ତି କୁନ୍ଦନର ମଥା ଟିକା ଲଗାଇବାକୁ ଭୁଲନ୍ତୁ ନାହିଁ ।
୫- ଇଣ୍ଡୋ ୱେଷ୍ଟର୍ଣ୍ଣ ଆଉଟଫିଟ୍ ସହିତ ହାଲକା ପୋଲକା ଜୁଲଲାରୀ ହେଉଛି ସବୁଠାରୁ ଭଲ ବିକଳ୍ପ । ଏଭଳି ଆଉଟଫିଟ୍ ସହିତ ଅକ୍ସସାଇଡ୍ କିମ୍ବା ସିଲଭରର ଇୟର କଫ୍ସ ଖୁବ୍ ମାନିଥାଏ ।
୬- ୱେଷ୍ଟର୍ଣ୍ଣ ଆଉଟଫିଟ୍ ସହିତ ଲେୟାରର୍ଡ଼ ନେକଲେସ୍ ଓ ଅକ୍ସସାଇଡର ବଡ଼ ବ୍ରେସଲେଟ୍ ପିନ୍ଧିବାକୁ ଭୁଲନ୍ତୁ ନାହିଁ । ଏହା ଆପଣଙ୍କୁ ବୋଲ୍ଡ ଲୁକ୍ ସହିତ ଫ୍ୟାଶନେବୁଲ୍ କରାଇବ ।

Leave a Reply

Your email address will not be published. Required fields are marked *