ଫ୍ୟାଶନେବୁଲ୍ ଓ ଷ୍ଟାଇଲିସ୍ ଲୁକ୍ ଦେବ ଏହି ୫ଟି ରଙ୍ଗର ଶାଢ଼ି

ନିଜକୁ ଫ୍ୟାଶନେବୁଲ୍ ବୋଲାଇବା ପାଇଁ ଆମ ୱାର୍ଡ଼ରୋବରେ ପୂର୍ବରୁ ଅନେକ ଡାର୍କ ରଙ୍ଗର କମ୍ବିନେସନ୍ ରହିଥିଲା । କୌଣସି ପାର୍ଟି କିମ୍ବା ଉତ୍ସବରେ ହେଭି ୱାର୍କ ଶାଢି କିମ୍ବା ଡ୍ରେସ୍ ଝିଅମାନଙ୍କ ପ୍ରଥମ ପସନ୍ଦ ଥିଲା । କିନ୍ତୁ ଏବେ ଫ୍ୟାଶନ୍ ଆଉ ଟିକେ ଅପଡେଟ୍ ହୋଇଯାଇଛି । ଫ୍ୟାଶନ୍ ଜଗତର ନୂଆ ଟ୍ରେଣ୍ଡ୍ ଅନୁଯାୟୀ ଏବେ ଫ୍ୟାଶନ୍ ପଣ୍ଡିତ ଭାବେ ହାଲ୍କା ରଙ୍ଗକୁ ଅଧିକ ଗୁରୁତ୍ୱ ଦେଉଛନ୍ତି । କିନ୍ତୁ ସବୁ ହାଲ୍କା ରଙ୍ଗ ନୁହେଁ । ସେଥିମଧ୍ୟରୁ ୫ଟି ରଙ୍ଗ ଏବେ ଯୁବପିଢିଙ୍କ ଡିମାଣ୍ଡରେ ରହିଛି ।

ତେବେ ଆପଣ ମଧ୍ୟ ନିଜକୁ ଏକ ଟ୍ରେଣ୍ଡି ଲୁକ୍ ଦେବା ସହ ପାରମ୍ପରିକ ଆଉଟଫିଟ୍ ଚାହୁଁଥାନ୍ତି, ତାହେଲେ ୫ଟି ରଙ୍ଗର ଶାଢିକୁ ନିଜ ୱାର୍ଡ଼ରୋବରେ ସାମିଲ୍ କରନ୍ତୁ । ଆସନ୍ତୁ ଜାଣିବା –
୧- ବ୍ଲାକ୍ ଆଣ୍ଡ୍ ହ୍ୱାଇଟ୍ ରଙ୍ଗର ଶାଢି ଆପଣଙ୍କୁ ଏକ ନିଆରା ଲୁକ୍ ଦେବ । ସବୁ ବୟସର ମହିଳା ମାନେ ଏହି କମ୍ବିନେସନକୁ ନେଇ ଡ୍ରେସ୍ କିମ୍ବା ଶାଢି ଟ୍ରାଏ କରିପାରିବେ । ଗ୍ରେ ରଙ୍ଗର କମ୍ବିନେସନ୍ ସବୁ ଉତ୍ସବ କିମ୍ବା ଅଫିସ୍ ପାଇଁ ପରଫେକ୍ଟ ହେବ ।
୨- ମାଜେଣ୍ଟା ରଙ୍ଗ ଯେ କୌଣସି ସ୍କିନ୍ ଟୋନ୍ ପାଇଁ ମାନିଥାଏ । ଏହି ରଙ୍ଗର ଶାଢିକୁ ଆଉଟିଙ୍ଗ୍ କିମ୍ବା ଡିନର୍ ପାର୍ଟି ପାଇଁ ଆପଣ କ୍ୟାରି କରିପାରିବେ । ସିଫନ୍ ଫେବ୍ରିକ୍ ଶାଢିରେ ଏହି ରଙ୍ଗ ଆହୁରି ଭଲ ଲାଗେ । ଯଦି ଆପଣ ପ୍ଲେନ୍ ଶାଢୀ ଚାହୁଁଛନ୍ତି, ତେବେ ଏହା ସହିତ ଫ୍ଲୋରାଲ୍ ବ୍ଲାଉଜ ଏକ ଭଲ ମ୍ୟାଚିଙ୍ଗ୍ ହେବ ।
୩- ବଟରସ୍କଚ୍ ୟେଲୋ କଲର୍ ଉପରେ ଫ୍ଲୋରାଲ୍ ପ୍ରିଣ୍ଟ୍ ଆପଣଙ୍କୁ ଏକ ୟଙ୍ଗ୍ ଲୁକ୍ ଦେବାରେ ସାହାଯ୍ୟ କରିଥାଏ । ବଟରସ୍କଚ୍ ରଙ୍ଗର ଶାଢିକୁ ଆପଣ ଯେ କୌଣସି କମ୍ବିନେସନ୍ ସହ ଟ୍ରାଏ କରିପାରିବେ । କିନ୍ତୁ ମନେ ରଖନ୍ତୁ, ଆପଣ ଏହା ସହିତ ଗାଢା ରଙ୍ଗର ମ୍ୟାଚିଙ୍ଗ୍ ଗହଣା ହିଁ ପିନ୍ଧନ୍ତୁ । ନଚେତ୍ ଆପଣଙ୍କ ଲୁକ୍ ଫିକା ଲାଗିବ ।
୪- ମିଣ୍ଟ୍ ଗ୍ରୀନ୍ ରଙ୍ଗର ଶାଢିରେ ଆପଣ ବେଶ୍ ଫ୍ୟାଶନେବୁଲ୍ ଲାଗିବେ । ଏହି ରଙ୍ଗର ଶାଢିକୁ ଆପଣ କାଜୁଆଲ୍ ଠାରୁ ଆରମ୍ଭ କରି ଫରମାଲ୍ ଓ ଆଉଟିଙ୍ଗ୍ କିମ୍ବା ପାର୍ଟି, ଯେ କୌଣସି ସମୟରେ ପିନ୍ଧି ପାରିବେ । ଏହା ସହିତ ସବୁବେଳେ ଡାର୍କ ରଙ୍ଗର ହାଇନେକ୍ ବ୍ଲାଉଜ୍ ଟ୍ରାଏ କରନ୍ତୁ । ଏହା ଆପଣଙ୍କ ସୁନ୍ଦରତାକୁ ଦ୍ୱିଗୁଣ କରିବ ।
୫- ଡାର୍କ ବ୍ଲୁ ରଙ୍ଗର ଜମାନା ପୁରୁଣା ହୋଇସାରିଥିଲାବେଳେ ତା’ର ସ୍ଥାନ ନେଇଛି ଟରକ୍ୱାଇସ୍ ବ୍ଲୁ । ଏହି ରଙ୍ଗର ଶାଢି କିମ୍ବା ଡ୍ରେସ୍ ଆପଣଙ୍କୁ ଏକ ୟୁନିକ୍ ଲୁକ୍ ଦେବ । ଆଉଟିଙ୍ଗ୍ ପାଇଁ ଏହି ରଙ୍ଗର ସିଫନ୍ ଶାଢି ଓ ନାଇଟ୍ ପାର୍ଟି ପାଇଁ ଟରକ୍ୱାଇସ୍ ବ୍ଲୁ ରଙ୍ଗର ବ୍ରୋକେଡ୍ ସିଲକ୍ ଶାଢି ପରଫେକ୍ଟ ରହିବ ।

Leave a Reply

Your email address will not be published. Required fields are marked *