ଫ୍ୟାଶନ୍ ଗହଣାର ଯତ୍ନ ନେବେ କିପରି?
ଆଜିକାଲି ସୁନା ଓ ରୁପା ବଦଳରେ ପିତଳ, ତମ୍ବା ଓ ବ୍ରାସ୍ ମେଟେରିଆଲ୍ ଯୁକ୍ତ ଗହଣାର ଆଦର ଅଧିକ । ଏହା ଦେଖିବାପାଇଁ ଯେତିକି ଫ୍ୟାଶନେବୁଲ୍ ପିନ୍ଧିବା ପାଇଁ ସେତିକି ଆରାମଦାୟକ । କମ୍ ଖର୍ଚ୍ଚରେ ସୁନ୍ଦର ସୁନ୍ଦର ଗହଣା ମିଳିପାରୁଥିବାରୁ ଯୁବପିଢ଼ି ଫ୍ୟାଶନେବୁଲ୍ ଗହଣା ପ୍ରତି ଅଧିକ ଆଗ୍ରହ ଦେଖାଉଛନ୍ତି । କିନ୍ତୁ ଏହାର ଉପଯୁକ୍ତ ଯତ୍ନ ନିଆଯିବା ଆବଶ୍ୟକ । ନଚେତ୍ ଏହା ଖୁବ୍ କମ୍ ସମୟ ମଧ୍ୟରେ ନଷ୍ଠ ହୋଇଯାଏ । ଏହାର ରଙ୍ଗ ସମ୍ପୂର୍ଣ୍ଣ ଫିକା ପଡ଼ିବା ସହ ବ୍ୟବହାର ଉପଯୋଗୀ ରହେ ନାହିଁ ।
ତେବେ ଆସନ୍ତୁ ଜାଣିବା ଫ୍ୟାଶନେବୁଲ୍ ଗହଣାର କିଭଳି ଭାବେ ଯତ୍ନ ନେବା ଆବଶ୍ୟକ ।
୧- ଏହାକୁ ସବୁବେଳେ ପରଫ୍ୟୁମ୍, ଝାଳ, ପାଣି ଓ ଆଦ୍ରତାରୁ ଦୂରେଇ ରଖନ୍ତୁ । ଗହଣା ରଖିବା ପୂର୍ବରୁ ସେଥିରେ ହାଲକା ଟାଲକମ୍ ପାଉଡର୍ ସିଞ୍ଜି ରଖନ୍ତୁ ।
୨- ଏହାକୁ ଖୋଲା ଭାବେ ନ ରଖି ସବୁବେଳେ ଏକ ଜିପ୍ ବ୍ୟାଗରେ ରଖନ୍ତୁ । ପ୍ରତ୍ୟେକ ଗହଣାକୁ ଅଲଗା ଭାବେ କଟନ୍ କିମ୍ବା ବଟର୍ ପେପରରେ ଗୁଡ଼ାଇ ରଖନ୍ତୁ ।
୩- ଏହାକୁ ପିନ୍ଧିବା ପରେ କୌଣସି ଡିଟରଜେଣ୍ଟ କିମ୍ବା ଅନ୍ୟ କୌଣସି ରସାୟନିକ ପଦାର୍ଥ ଦ୍ୱାରା ସଫା କରନ୍ତୁ ନାହିଁ । ଏହାକୁ କେବଳ ଏକ ସଫା ଓ ନରମ କପଡ଼ାରେ ପୋଛି ଦିଅନ୍ତୁ । କିଛି ଦିନ ବ୍ୟବଧାନରେ ସବୁ ଗହଣାକୁ ବାହାର କରି କିଛି ସମୟ ପାଇଁ ବାହାରେ ରଖନ୍ତୁ ।
୪- ସବୁ ଗହଣାକୁ ଗୋଟିଏ ବକ୍ସ ଭିତରେ ଏକାଠି ଛନ୍ଦି ରଖନ୍ତୁ ନାହିଁ । ଏହାକୁ କୌଣସି ମେକଅପ୍ କିମ୍ବା ଜୁଏଲାରି ବକ୍ସରେ ଅଲଗା ଅଲଗା କରି ରଖନ୍ତୁ ।