ପଶ୍ଚିମାଞ୍ଚଳରେ ଚାଷୀ ଅସନ୍ତୋଷ: ନୋଟାରେ ଭୋଟ୍‌ ଦେବାକୁ ପ୍ରଚାର

ଭୁବନେଶ୍ଵର, (ଓଟି): ରାଜ୍ୟର ପଶ୍ଚିମାଞ୍ଚଳରେ ଚାଷୀ ଅସନ୍ତୋଷ ଉତ୍କଟ ହୋଇଛି। ରାଜନୀତିକ ଦଳମାନେ ଯେଉଁ ଆଶ୍ଵାସନା ଦେଉଛନ୍ତି ତାହାକୁ ପ୍ରରୋଚନା ବୋଲି ସେମାନେ ଅଭିହିତ କରିଛନ୍ତି। ଏହିକ୍ରମରେ ଏଥର ଭୋଟ୍‌ କୌଣସି ଦଳୀୟ ପ୍ରାର୍ଥୀଙ୍କୁ ନୁହେଁ ବରଂ ନୋଟାରେ ଦେବାକୁ ଚାଷୀଙ୍କୁ ଅନୁରୋଧ କରୁଛି ପଶ୍ଚିମ ଓଡ଼ିଶା ଚାଷୀ ସଂଗଠନ। ଏବାବଦରେ ସଂଗଠନର ଆବାହକ ଅଶୋକ ପ୍ରଧାନ ସୂଚନା ଦେଇଛନ୍ତି।

ଶ୍ରୀ ପ୍ରଧାନ କହିଛନ୍ତି, ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଛତିଶଗଡ଼ ବିଧାନସଭା ନିର୍ବାଚନରେ କୃଷକ ବର୍ଗ ତାଙ୍କ କରିସ୍ମା ଦେଖାଇଛନ୍ତି। ଏମାନଙ୍କ ପ୍ରତି ନିରନ୍ତର ଅବହେଳାର ଫଳ ଭୋଗିଛନ୍ତି। ଏହାପରେ ବିଭିନ୍ନ ରାଜନୀତିକ ଦଳଗୁଡ଼ିକ ଚାଷୀଙ୍କୁ ବିଭିନ୍ନ ପ୍ରକାର ଆଶ୍ଵାସନା ଦେଉଛନ୍ତି। କିନ୍ତୁ ଏହାକୁ ଦଳଗୁଡ଼ିକର ଭୋଟ୍‌ ହାତେଇବା ଚକ୍ରାନ୍ତ ବୋଲି ପଶ୍ଚିମ ଓଡ଼ିଶା କୃଷକ ସୁରକ୍ଷା ସଂଗଠନ ଅଭିହିତ କରିଛି।

ଏଣୁ ଲଲିପପ୍‌ ସଦୃଶ ଏଭଳି ଆଶ୍ଵାସନାକୁ ବିଶ୍ଵାସ ନକରି ରାଜନୀତିକ ଦଳଗୁଡ଼ତକୁ ଜବାବ ଦେବା ଲାଗି ସଂଗଠନ ଗାଁ ଗାଁ ବୁଲି ନୋଟା ଅଭିଯାନ ଆରମ୍ଭ କରିଥିବା ସେ ସୂଚନା ଦେଇଛନ୍ତି। ଏହିୀକ୍ରମରେ ବିଭିନ୍ନ ସ୍ଥାନରେ ଚାଷୀ ସମାବେଶ ବି ଆୟୋଜନ କରାଯାଉଛି।

ଶ୍ରୀ ପ୍ରଧାନ କହିଛନ୍ତି, ଚାଷୀ ଆତ୍ମହତ୍ୟାକୁ ସ୍ଵୀକାରୀ ନକରି ସରକାରୀ ଦଳ କଟା ଘା’ରେ ଚୂନ ଲଗାଉଛନ୍ତି। ବ୍ୟବସ୍ଥାରେ ପରିବର୍ତ୍ତନ ସହ ବୀମା ଓ ବଜାର ବ୍ୟବସ୍ଥାରେ ସୁଧାର ସହ ନିଶ୍ଚିତ ଆୟର ବ୍ୟବସ୍ଥା କରାଯାଇ ନାହିଁ। ଏଣୁ ଯେଉଁ ନେତା ତାଙ୍କୁ ଭୋଟ୍‌ ମାଗିବାକୁ ଆସୁଛନ୍ତି ସେମାନଙ୍‌କ ଭୋଟର ପ୍ରଶ୍ନ ପଚାରନ୍ତୁ ବୋଲି କହିଛନ୍ତି ଚାଷୀ ନେତା ସରୋଜ କହିଛନ୍ତି।

Leave a Reply

Your email address will not be published.