ମୋଦି୨.୦: ଚାଷୀ ଓ କ୍ଷୁଦ୍ର ବ୍ୟବସାୟୀଙ୍କୁ ମିଳିବ ପେନ୍ସନ୍
ମୋଦି ସରକାରଙ୍କ ପ୍ରଥମ କ୍ୟାବିନେଟ୍ ବୈଠକରେ ପାରିତ ହୋଇଥିବା ପ୍ରସ୍ତାବ ଗୁଡ଼ିକ ମଭିତରୁ ଗୁରୁତ୍ଵପୂଣ୍ଣ ହେଉଛି ଚାଷୀଙ୍କୁ ପେନ୍ସନ୍। ଏଣିକି ଆଗ୍ରହୀ ଚାଷୀଙ୍କୁ ୬୦ ବର୍ଷ ପହଞ୍ଚିବା ପରେ ମାସିକ ୩ହଜାର ଟଙ୍କା ପେନ୍ସନ୍ ରାଶି ଅନୁମୋଦନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।
ଏଥିଲା ପ୍ରଥମ ତିନିବର୍ଷରେ ୧୦ ହଜାର ୭୭୪ କୋଟି ୫୦ ଲକ୍ଷ ଟଙ୍କା ବ୍ୟୟ ଅନୁମୋଦନ କରାଯାଇଛି। କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ଗଣମାଧ୍ୟମକୁ ଏହି ଅବସରରେ ସୂଚନା ଦେଇ କହିଛନ୍ତି ୧୮ରୁ ୪୦ ବର୍ଷ ଭିତରେ ଥିବା କ୍ଷୁଦ୍ର ଓ ନାମ ମାତ୍ର ଚାଷୀମାନେ ଏହି ଯୋଜନାର ଅନ୍ତର୍ଭୁକ୍ତ ହୋଇପାରିବେ।
ଏହାଛଡ଼ା କେନ୍ଦ୍ର କ୍ୟାବିନେଟ୍ କ୍ଷୁଦ୍ର ବ୍ୟବସାୟୀଙ୍କ ପାଇଁ ମଧ୍ୟ ପେନ୍ସନ୍ ଯୋଜନା ବ୍ୟବସ୍ଥା କରିଛନ୍ତି। ଏହାଦ୍ଵାରା ତିନିକୋଟି ବ୍ୟବସାୟୀ ଓ ଦୋକାନୀ ଉପକୃତ ହେବେ ବୋଲି ଆଶା କରାଯାଇଛି।











