‘ସତେ ପେ ସତା’ର ରିମେକ୍, ଭାଇଜାନଙ୍କୁ ଆପ୍ରୋଚ୍ କରୁଛନ୍ତି ଫରା
ବି ଟାଉନର ମହାନାୟକ ବିଗ୍ ବିଙ୍କ ଅଭିନୀତ ସୁପରଡୁପର୍ ହିଟ୍ ଫିଲ୍ମ ‘ସତେ ପେ ସତା’ର ରିମେକ୍ କରିବାକୁ ଆଗ୍ରହ ଦେଖାଇଛନ୍ତି ଫରା ଖାନ୍ । ଏହାର ମୁଖ୍ୟ ଭୂମିକା ପାଇଁ ଫରା ସଲ୍ଲୁ ଭାଇଜାନଙ୍କୁ ବାରମ୍ବାର ଆପ୍ରୋଚ୍ କରୁଛନ୍ତି ବୋଲି ଖବର ଆସିଛି । କିନ୍ତୁ ଏହା ଏକ ମଲଟିଷ୍ଟାରର୍ ଫିଲ୍ମ ହୋଇଥିବାରୁ ସଲ୍ଲୁ ଏଥିପାଇଁ ରୁଚି ଦେଖାଉନାହାନ୍ତି ବୋଲି ମଧ୍ୟ ଖବର ମିଳିଛି । ବଡ଼ ବଜେଟର ଏହି ଫିଲ୍ମ ପାଇଁ ପ୍ରଥମେ ଫରା ଶାହରୁଖଙ୍କ ସହିତ ମଧ୍ୟ ସାକ୍ଷାତ କରିଥିଲେ ବୋଲି ଚର୍ଚ୍ଚା ଉଠିଥିଲା । ଏହି ଫିଲ୍ମ ଫରା ଓ ରୋହିତଙ୍କ ସବୁଠାରୁ ବିଗ୍ ବଜେଟ୍ ଫିଲ୍ମ ଏବଂ ସଲମାନଙ୍କ ଜବରଦସ୍ତ ଫ୍ୟାନ୍ ଫଲୋଇଙ୍ଗ୍ ପାଇଁ ଏହାର ବକ୍ସ ଅଫିସ୍ ବ୍ୟବସାୟ ୧୦୦% ହେବ ବୋଲି ଫରା ଆଶା ବାନ୍ଧିଛନ୍ତି । ମିଡିଆ ରିପୋର୍ଟ ଅନୁଯାୟୀ କିଛିଦିନ ତଳେ ଏହି ଫିଲ୍ମରୁ ଦୀପିକା ମଧ୍ୟ ହାତ ଖସାଇ ସାରିଛନ୍ତି । ତେବେ ଏହି ଫିଲ୍ମର ଫାଇନାଲ୍ ଷ୍ଟାରକାଷ୍ଟକୁ ନେଇ ଅନିଶ୍ଚିତତା ଲାଗି ରହିଛି । ଯଦି ସବୁକିଛି ଠିକ୍ ହୁଏ, ତାହେଲେ ଖୁବ୍ ଶୀଘ୍ର ଫିଲ୍ମର ସୁଟିଂ ଆରମ୍ଭ କରାଯିବ ବୋଲି ଫିଲ୍ମଟିମ୍ ପକ୍ଷରୁ ସୂଚନା ମିଳିଛି ।