ଫରାହଙ୍କ ଘରେ #କରୋନା
ମୁମ୍ବାଇ (ଓଟି): ବିଶ୍ଵ ସମେତ ଦେଶର ଅନେକ ସେଲିବ୍ରିଟି ମହାମାରୀ କରୋନା କବଳରେ ପଡ଼ିଛନ୍ତି। ଏହିକ୍ରମରେ ବଲିଉଡ୍ ଇଣ୍ଡଷ୍ଟ୍ରି ମଧ୍ୟ ବାଦ୍ ପଡ଼ିନି। ସମ୍ପ୍ରତି ସୁଜୈନ୍ ଖାନ୍ଙ୍କ ଭଉଣୀ ତଥା ଜୁଏଲାରୀ ଡିଜାଇନର୍ ଫରାହ ଖାନ୍ ଅଲିଙ୍କ ଘରେ ମଧ୍ୟ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ଫରାହ ନିଜେ ଟୁଇଟ୍ ଜରିଆରେ ପ୍ରକାଶ କରିଛନ୍ତି। ଏଥିସହ କରୋନା ଭାଇରସ୍ ଠାରୁ କରୋନା ସମ୍ପର୍କିତ ଖବର ଦ୍ରୁତ ବେଗରେ ବ୍ୟାପୁଛି ବୋଲି ସେ ପ୍ରକାଶ କରିଛନ୍ତି।
ଫରାହଙ୍କ କହିବା ଅନୁସାରେ ତାଙ୍କ ଘରର ଜଣେ କର୍ମଚାରୀ କରୋନା ଆକ୍ରାନ୍ତ ହୋଇଛନ୍ତି। ଏନେଇ ସେ ଟୁଇଟ୍ କରିବା ପରେ ଅନେକ ସେଲିବ୍ରିଟି ଚିନ୍ତା ପ୍ରକଟ କରିଛନ୍ତି। ଅନ୍ୟପକ୍ଷରେ ଫରାହଙ୍କ ପରିବାର ସମସ୍ତ ସଦସ୍ୟଙ୍କ ପରୀକ୍ଷା କରାଇଛି ଓ ସମସ୍ତେ ହୋମ୍ କ୍ଵାରେଣ୍ଟାଇନ୍ରେ ରହିଛନ୍ତି। ତେବେ ସମସ୍ତେ ସତର୍କ ଓ ସୁରକ୍ଷିତ ରହିବା ପାଇଁ ଫରାହ ନିବେଦନ କରିବା ସହ ବିପଦ ଟଳିଯିବ ବୋଲି ବିଶ୍ଵାସ ପ୍ରକଟ କରିଛନ୍ତି।
ଫରାହ ହେଉଛନ୍ତି ହ୍ରିତିକ ରୋଶନଙ୍କ ପୂର୍ବତନ ପତ୍ନୀ ସୁଜୈନଙ୍କ ଭଉଣୀ।