ଫନି ଚିନ୍ତା: ମଧ୍ୟାହ୍ନ ୧୨ଟାରେ ପୁରୀ -ଶାଲିମାର ସ୍ଵତନ୍ତ୍ର ଟ୍ରେନ୍‌

ସାମୁଦ୍ରିକ ଝଡ଼ ବାତ୍ୟା ‘ଫନି’ ଯେପରି କମ୍‌ରୁ କମ୍‌ ଧନଜୀବନ କ୍ଷତି କରିବ ସେଥିଲାଗି ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଇଛି। ଏହିକ୍ରମରେ ବିଭିନ୍ନ ସ୍ଥାନରେ ସେନା, ନୌବାହିନୀ ଓ ଆକାଶାବାହିନୀର ଅଭିଜ୍ଞ ଉଦ୍ଧାରକାରୀ ଦଳ ପ୍ରସ୍ତୁତ ରହିଥିବା ବେଳେ ଓଡ଼ିଶା ବିପର୍ଯ୍ୟୟ ପ୍ରଶମନ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ପ୍ରଭାବିତ ହେବାକୁ ଥିବା ଲୋକଙ୍କୁ ସ୍ଥାନାନ୍ତର କରାଯାଉଛି।

ପୁରୀରେ ବାତ୍ୟାର ପ୍ରଭାବ ଅଧିକ ରହିବା ଆଶଙ୍କା ଥିବାରୁ ପ୍ରଶଶସନ ପକ୍ଷରୁ ପର୍ଯ୍ୟଟକଙ୍କୁ ପୁରୀ ଛାଡ଼ିବାକୁ କୁହାଯାଇଚି। ସନ୍ଧ୍ୟା ସୁଦ୍ଧା ପୁରୀ ଛାଡ଼ିବା ଲାଗି ରାଜ୍ୟ ସ୍ଵତନ୍ତ୍ର ରିଲିଫ୍‌ କମିଶନରଙ୍କ ଅଫିସ ପକ୍ଷରୁ ସତର୍କ କରାଯାଇଛି। ଏହିକ୍ରମରେ ପର୍ଯ୍ୟଟକଙ୍କୁ ସହାୟକ ହେବା ଲାଗି ପୂର୍ବତଟ ରେଳବାଇ ପକ୍ଷରୁ ଏକ ସ୍ଵତନ୍ତ୍ର ଟ୍ରେନ୍‌ ମଧ୍ୟାହ୍ନ ୧୨ଟାରେ ଛାଡ଼ିବାକୁ ସ୍ଥିର ହୋଇଛି। ଏହି ଟ୍ରେନ୍‌ ପୁରୀରୁ ଶାଲିମାର ଅଭିମୁଖେ ଯିବ।

ଏହାବାଦ୍‌ ଆହୁରି ଦୁଇଟି ସ୍ଵତନ୍ତ୍ର ଟ୍ରେନ୍‌ କୋଲକାତା ଅଭିମୁଖେ ନେବା ପାଇଁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାୟ ପକ୍ଷରୁ ପ୍ରୟାସ କରାଯାଉଥିବା ସୂଚନା ମିଳିଛି।

ରାଜ୍ୟ ସରକାର ଆଶଙ୍କିତ ବାତ୍ୟାକୁ ମୁକାବିଲା କରିବା ଶପିଁ ପ୍ରସ୍ତୁତ ରହିଛନ୍ତି ଏଣୁ ଆତଙ୍କିତ ନହେବା ଲାଗି ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି।

ପ୍ରତିଟି ଜୀବନ ମୂଲ୍ୟବାନ, ବାତ୍ୟା ସମୟରେ ମହିଳା, ଶିଶୁ, ବୁଢ଼ାବୁଢ଼ି ଓ ଭିନ୍ନକ୍ଷମଙ୍କ ସ୍ଵତନ୍ତ୍ର ଦେଖାଶୁଣା କରନ୍ତୁ। ଆତଙ୍କିତ ହୁଅନ୍ତୁ ନାହିଁ। ସରକାରଙ୍କୁ ସହଯୋଗ କରନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ଏକ ପ୍ରେସ ବାର୍ତ୍ତାଯୋଗେ ଜଣାଇଛନ୍ତି।

Leave a Reply

Your email address will not be published.