ଫନି ଚିନ୍ତା: ଶ୍ରୀମନ୍ଦିରରୁ ବାନା ଖସିଗଲା

ପୁରୀ, ( ଭୀମସେନ ପଲଙ୍କଧାରୀ): ଶ୍ରୀ ଜଗନ୍ନାଥ ମନ୍ଦିରରୁ ବାନା ଉଡ଼ି ଯାଇଛି। ସକାଳ ୮ଟା ସମୟରେ ଶ୍ରୀ ନୀଳଚକ୍ର ଶ୍ରୀହୀନ ଥିବା ଦେଖାଯାଇଛି। ସାମୁଦ୍ରିକ ଝଡ଼ ବତାସ ‘ଫନି’କୁ ଆଖିରେ ରଖି ପ୍ରଶାସନ ଛୋଟ ବାନା (୫ ହାତ) ବାନା ଲଗାଇଥିଲେ ମଧ୍ୟ ମଧ୍‌ୟ ତାହା ଉଡ଼ି ଯାଇଥିବା ପରିଲକ୍ଷିତ ହୋଇଛି। ଘଣ୍ଟା ପ୍ରତି ମାତ୍ର ୨୫-୩୦ କିଲୋମିଟର ବେଗରେ ପବନ ବହିଥିବା ସମୟରେ ଏପରି ଘଟିବାକୁ ଅଘଟଣ ଭାବେ ଗ୍ରହଣ କରାଯାଉଛି।

ଏପ୍ରିଲ୍‌ ୩୦ ତାରିଖରେ ଶ୍ରୀମନ୍ଦିର ପକ୍ଷରୁ ଜାରି ଏକ ବିଜ୍ଞପ୍ତିରେ ଚୁନରା ସେବକ୍କୁ ୧୪ ହାତ ଲମ୍ବ ବାନା ବଦଳରେ ୫ ହାତ ଲମ୍ବ ବାନା ବାନ୍ଧିବାକୁ ପରାମର୍ଶ ଦିଆଯାଇଥିଲା। ଏପରିକି କୌଣସି ସମୟରେ ଯେମିତି ଶ୍ରୀଉଙ୍କ ନୀତି ବ୍ୟାଘାତ ନହେବ ସେଥିଲାଗି ଏକ ଦ୍ଵିତୀୟ ବାନା ମଧ୍ୟ ଶକ୍ତ ଭାବେ ବାନ୍ଧିବା ଆଦେଶ ଦିଆଯାଇଥିଲା। ଏହି ଆଦେଶ ୧ ତାରିଖରୁ ୫ ତାରିଖ ଯାଏ ବଳବତ୍ତର ରହିବ ବୋଲି ମନ୍ଦିର ପକ୍ଷରୁ କୁହାଯାଇଥିଲା।

ସକାଳୁ ମୁଖ୍ୟ ବାନାଟି ଉଡ଼ିଯାଇଥିଲେ ମଧ୍ୟ ଦ୍ଵିତୀୟ ବାନାଟି ଉଡ଼ୁଥିବାରୁ ନୀତି ବ୍ୟାଘାତ ହୋଇ ନାହିଁ। କିନ୍ତୁ ଏହା ପୂର୍ବରୁ ବାତ୍ୟା ସମୟରେ କେବେ ବାନା ଛୋଟ କରିବା ନେଇ କଟକଣା ଲଗାଯାଇ ନଥିଲା। ଏବେ ଏପରି କଟକଣାକୁ ନେଇ ପ୍ରଶାସନ ଉପରେ ସେବାୟତଙ୍କ ଅସନ୍ତୋଷ ବଢ଼ିଛି।

Leave a Reply

Your email address will not be published.