ଫନିର ଆଖି ଫିଟିଲା

ବାତ୍ୟା ଫନିର ଆଖି ଫିଟିଛି। ସମୁଦ୍ର ମଧ୍ୟରେ ଶକ୍ତି ଗୋଟାଉଥିବା ଫନିର ଆଖି ସ୍ପଷ୍ଟ ଭାବେ ଦେଖିବାକୁ ମିଳିଛି । ଆଉ ଏହାସହ ଅଶାନ୍ତ ହୋଇ ଉଠିଛି ସମୁଦ୍ର। ସ୍ଥଳଭାଗ ଛୁଇଁବା ପୂର୍ବରୁ ଫନିର ଆଖି ଦେଖାଯିବା ପରେ ଏହା ଉପରେ ଏବେ ପାଣିପାଗ ବିଭାଗର ନଜର ରହିଛି । କାରଣଫନିର ଆଖିର ପରିଧି ଯେତିକି ବଢିବ ସେତିକି ଅଧିକ ହେବ ତାହାର ପ୍ରଭାବ । ଖାସକରି ଫୋନିର ଆଖି ଯେଉଁ ଅଞ୍ଚଳରେ ମାଡ ହେବ ତାହା ସବୁଠୁ ଅଧିକ କ୍ଷତିଗ୍ରସ୍ତ ହେବ । ତେଣୁ ଫନିର ଆଖି ଉପରେ ଏବେ ସମସ୍ତଙ୍କର ନଜର ରହିଛି ।

ଫନିର ଆଖି ଫିଟିବା ପରେ ସମୁଦ୍ରରେ ଜୁଆର ଉଚ୍ଚ ହେବା ସହ ପବନର ବେଗ ମଧ୍ୟ ବଢିଛି । ଏହାସହ ରାଜ୍ୟର କିଛି ସ୍ଥାନରେ ବର୍ଷା ମଧ୍ୟ ଆରମ୍ଭ ହୋଇଛି । ଫନି ଲ୍ୟାଣ୍ଡଫଲ କରିବା ସମୟରେ ପବନର ବେଗ ୧୭୦ରୁ ୧୮୦ କିଲୋମିଟର ରହିବ ବୋଲି ପାଣିପାଗ ବିଭାଗ ସର୍ତକ କରିଛି । ତେବେ ପବନର ବେଗ କିଛି ସ୍ଥାନରେ ୨୦୦ କିଲୋମିଟର ପ୍ରତି ଘଣ୍ଟା ପାର କରିପାରେ । ଯାହା ରାଜ୍ୟବାସୀଙ୍କ ଚିନ୍ତା ବଢାଇ ଦେଇଛି ।

Leave a Reply

Your email address will not be published.