ରବିବାରସୁଦ୍ଧା ବଡ଼ଦାଣ୍ଡରେ ବିଜୁଳି
ଭୁବନେଶ୍ଵର, (ଓଟି): ରବିବାର ସୁଦ୍ଧା ବଡ଼ଦାଣ୍ଡରେ ବିଜୁଳିବତୀ ଜଳିବ। ଶ୍ରୀମନ୍ଦିର ବି ଆଲୋକିତ ହେବ। ଏହା କହିଛନ୍ତି ରାଜ୍ୟ ସରକାର। ପୁରୀ ଜିଲ୍ଲାରେ ନିୟୋଜିତ ୧୭୫ଟି ଗ୍ୟାଙ୍ଗର ପ୍ରାୟ ୧୮୦୦ ବିଦ୍ୟୁତ କର୍ମଚାରୀ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ କରୁଛନ୍ତି । ୧୫ ତାରିଖରୁ ପୁରୀ ସହରର ଅବଶିଷ୍ଟ ଅଞ୍ଚଳ ଓ କୋଣାର୍କର ଉପଭୋକ୍ତାମାନଙ୍କ ପାଇଁ ବିଦ୍ୟୁତ ଯୋଗାଣ ଆରମ୍ଭ କରାଯିବା ନିମନ୍ତେ ନିରନ୍ତର କାର୍ଯ୍ୟ ଜାରି ରହିଛି । ପଡ଼ୋଶୀ ପଶ୍ଚିମବଙ୍ଗ, ତେଲେଙ୍ଗାନା ଓ ଆନ୍ଧ୍ରପ୍ରଦେଶରୁ ପ୍ରାୟ ୩୦୦ ଗ୍ୟାଙ୍ଗ୍ ଅଣାଯାଇ ସଂଯୋଗୀକରଣ କାର୍ଯ୍ୟରେ ନିୟୋଜିତ କରାଯାଇଛି । ବିହାର ପ୍ରଦେଶରୁୁ ମାନବସମ୍ବଳ ଯୋଗାଇଦେବା ପାଇଁ ଅନୁରୋଧ କରାଯାଇଛି ।