‘ଫୋନି’ ଦ୍ଵାରା ସାଢ଼େ ୩୪ ଲକ୍ଷ ପଶୁପକ୍ଷୀଙ୍କ ମୃତ୍ୟୁ
ଭୁବନେଶ୍ଵର, (ଓଟି): ପ୍ରଳୟଙ୍କରୀ ବାତ୍ୟା ‘ଫୋନି’ ହେତୁ ୩୪ଲକ୍ଷ ୫୬ ହଜାର ୩୬୨ ପଶୁପକ୍ଷୀଙ୍କ ମୃତ୍ୟୁ ଘଟିଛି। ନିରାପଦ ଆଶ୍ରୟସ୍ଥଳୀ ଅଭାବ ହେତୁ ସେମାନଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଠିକ୍ ସେହିପରି ସମୁଦାୟ ୮୭ଲକ୍ଷ ୩୯ ହଜାର ୬୫୭ ପ୍ରାଣୀ ପ୍ରଭାବିତ ହୋଇଛନ୍ତି ବା ଆହତ ହୋଇଛନ୍ତି। ଫୋନି କ୍ଷୟକ୍ଷତି ସମ୍ପର୍କିତ ରିପୋର୍ଟରେ ଏ ବିଷୟ ସ୍ପଷ୍ଟ କରିଛନ୍ତି ରାଜ୍ୟ ସରକାର।
ଶୁକ୍ରବାର ପ୍ରକାଶ ପାଇଥିବା ଏହି ରିପୋର୍ଟରେ କୁହାଯାଇଛି ଯେ, ରାଜ୍ୟର ୧୫୯ଟି ବ୍ଲକ୍ ଓ ୫୨ଟି ସହରାଞ୍ଚଳର ୧୬୬୫୯ ଗାଁ ପ୍ରଭାବିତ ହୋଇଛନ୍ତି। ସମୁଦାୟ ୫ଲକ୍ଷ ୮ ହଜାର ୪୬୭ ଘର ଏହି ବାତ୍ୟାରେ ପ୍ରଭାବିତ ହୋଇଛି। ଅନୁଗୁଳ, ବାଲେଶ୍ଵର, ଖୋର୍ଦ୍ଧା, କଟକ, ପୁରୀ, ମୟୁରଭଞ୍ଜ, ନୟାଗଡ଼, ଗଞ୍ଜାମ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଢେଙ୍କାନାଳ, ଭଦ୍ରକ ପ୍ରଭୃତି ୧୪ଟି ଜିଲ୍ଲା ଏହି ବାତ୍ୟା ଦ୍ଵାରା ପ୍ରଭାବିତ ବୋଲି ସରକାର କହିଛନ୍ତି। ଏଠାରେ ରହୁଥିବା ୧କୋଟି ୫୦ ଲକ୍ଷ ୯୪ ହଜାର ୩୨୧ ଜଣ ଲୋକ ପ୍ରଭାବିତ ହୋଇଛନ୍ତି। ସେଥିରୁ ୪୧ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୪୧ ଜଣ ଆହତ ହୋଇ ଚିକିତ୍ସିତ ହେଉଛନ୍ତି।
ଯେଉଁ ୪୧ଜଣଙ୍କ ମୃତ୍ୟୁ ହୋଇଛି ସେଥିରେ ପୁରୀର ୨୧ ଜଣଙ୍କ ନାଁ ରହିଛି। କିନ୍ତୁ ଅନ୍ୟ ୨୦ ଜଣଙ୍କ ତାଲିକା ପ୍ରକାଶ ପାଇନାହିଁ।
ପୁରୀରେ ସର୍ବାଧିକ ୧୬୦ଜଣ ଆହତ ହୋଇଥିବାବେଳେ ଯାଜପୁରରେ ୭୪, ଭୁବନେଶ୍ଵରରେ ୩ ଏବଂ କେନ୍ଦ୍ରାପଡ଼ାରେ ୪ଜଣ ଗୁରୁତର ହୋଇଛନ୍ତି।
ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିବା ପୁରୀରେ ୧ ଲକ୍ଷ ୮୯ ହଜାର ୯୫ ଘର ଭାଙ୍ଗିଯାଇଛି। ରାସ୍ତାକଡ଼ରେ ଥିବା ଉଠଶଦୋକାନୀମାନେ କ୍ଷତିଗ୍ରସ୍ତ ହୋଇଛନ୍ତି। ପୁରୀର ସ୍ଵତନ୍ତ୍ର ସର୍କିଟ୍ ହାଉସ୍, ଏସ୍ପି ଓ ଜିଲ୍ଲାପାଳଙ୍କ କାର୍ଯ୍ୟାୟ ଏବଂ ଆବାସ କ୍ଷତିଗ୍ରସ୍ତ ହୋଇଥିବା ଦର୍ଶାଯାଇଛି।
ଜନସ୍ଵାସ୍ଥ୍ୟ ଯୋଗାଉଥିବା ୧୦୩୧ଟି ପିଏଚ୍ସି ଭାଙ୍ଗିଯାଇଛି। ୫୨୪୪ଟି ପ୍ରାଥମିକ ସ୍କୁଲ୍ ଏବଂ ୧୫୪୭ଟି ସେକେଣ୍ଡାରୀ ସ୍କୁଲ୍ ଘର ଭାଙ୍ଗିଛି। ୯୮୦.୬୯ କିଲୋମିଟର ନଇ ଏବଂ ଲୁଣାବନ୍ଧ ମାଙ୍ଗିଥିବା ବେଳେ ଭୁବନେଶ୍ଵର, କଟକ, ଯାଜପୁର ଓ ପାରାଦୀପରେ ୫୦ ପ୍ରତିଶତ ଗଛ ଭାଙ୍ଗିଯାଇଛି। ଖୋର୍ଦ୍ଧା, କଟକ, ଯାଜପୁରର ୬୫ଟି କାଜୁ ବଗିଚା କ୍ଷତିଗ୍ରସ୍ତ ହୋଇଛି।
୧୮୦ଟି ଉଚ୍ଚଶିକ୍ଷା ଅନୁଷ୍ଠାନ ଭାଙ୍ଗିଥିବା ବେଳେ ୯୦ଟିରେ କ୍ଷତି ହୋଇଛି।
ପୂର୍ତ୍ତ ବିଭାଗର ୫୫୯୬ କିଲୋମିଟର ରାସ୍ତା କ୍ଷତିଗ୍ରସ୍ତ ହୋଇଥିବାବେଳେ ୩୨୬ଟି କଲ୍ଭର୍ଟ ଭାଙ୍ଗିଛଇ, ରାସ୍ତାରେ ୨୨୭ଟି ଘାଇ ହୋଇଛଇ, ୫୫୬ଟି ରାସ୍ତା ଗଛ ଦ୍ଵାରା ଅବରୋଧ ହୋଇଛି। ଗ୍ରାମ୍ୟ ଉନ୍ନୟନ ବିଭାଗର ୯୬୯୩ କିଲୋମିଟର ରାସ୍ତା ଏଥିରେ ପ୍ରଭାବିତ ହୋଇଛି। ୩୨୯୦ ଗୋଷ୍ଠୀ ଉଠା ଜଳସେଚନ ପ୍ରକଳ୍ପ କ୍ଷତିଗ୍ରସ୍ତ ହେଉଛି ।
ମତ୍ସ୍ୟ ପାଳନ କ୍ଷେତ୍ରରେ ୬୩୮୯ଟି ପାରମ୍ପରିକ ମାଛଧରା ଡଙ୍ଗା, ୭୨୪୦ ଜାଲ, ୨୫୨୪ ପୋଖରି ପ୍ରଭୃତି କ୍ଷତିଗ୍ରସ୍ତ ହୋଇଥଇବା ଏହି ରିପୋର୍ଟରେ ଦର୍ଶାଯାଇଛି।
ବିଜୁଳି ବିଭାଗର ୫ଟି ୪୦୦ କେଭି ଟାୱାର, ୨୭ଟି ୨୨୦ କେଭି, ୨୧ଟି ୧୩୦ କେଭି ଟାୱାର ନଷ୍ଟ ହୋଇଛି। ଚନ୍ଦକା, ବିଡ଼ାନାଶୀ, ସମଗ୍ରା, ମେଣ୍ଢାଶାଳରେ ଥିବା ୪ଟଟି ୨୨୦ କେଭି ଗ୍ରୀଡ଼ ଓ ପୁରୀ, ନିମାପଡ଼ା, ମଞ୍ଚେଶ୍ଵର, ରଣସିଂହପୁରରେ ଥିବା ୪ଟି ୧୩୨ କେଭି ଗ୍ରୀଡ୍ ନଷ୍ଟ ହୋଇଛଇ। ଏହାସହ ୫୦୩୦ କିଲୋମିଟରର ୩୩ କକେଭି ତାର, ୩୮୬୧୩ କିଲୋମିଟର ଲମ୍ବ ୧୧ କେଭି, ୭୯୪୮୫ କିଲୋମିଟର ଏଲ୍ଟି ତାର ତାର ନଷ୍ଟ ହୋଇଥିବାବେଳେ ୬୪୩୦୪ଟଇ ୧୧ କେଭି ଟ୍ରାନ୍ସଫର୍ମର ପଷ୍ଟ ହୋଇଛି।