ପୁରୀ ଉପକୂଳ ପାର କଲା ‘ଫୋନି’

ଭୁବନେଶ୍ଵର, (ଓଟି): ମହାବାତ୍ୟା ପରର ସବୁଠାରୁ ଶକ୍ତିଶାଳୀ ସାମୁଦ୍ରିକ ଝଡ଼ ତୋଫାନ ‘ଫେନୀ’ ପୁରୀ ଉପକୂଳ ଛୁଇଁ ଉତ୍ତର ଓ ଉତ୍ତର ପୂର୍ବ ଦିଗକୁ ଗତିକରିଛି। କାଳକ୍ରମେ ଏହା ଦୁର୍ବଳ ମଧ୍ୟ ହୋଇଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। ଅର୍ଥାତ୍‌ ବିପଦ ଟଳିଛି। ଏବେ କେବଳ କ୍ଷୟକ୍ଷତି ଆକଳନ କରି ପରିସ୍ଥିତିକୁ ସୁଧାରିବା ସମୟ ଆସିଛି।

ପାଣିପାଗ ବିଭାଗ ସୂଚନା ଅନୁସାରେ, ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ଼ ଫୋନି’ ଗଲା ୬ ଘଣ୍ଟା ହେଲା ଘଣ୍ଟାପ୍ରତି ୨୨ କିଲୋମିଟର ଦୂରରେ ଉତ୍ତର ଉତ୍ତରପୂର୍ବ ଦିଗକୁ ଗତି କରୁଛି। ଏହା ପୁରୀ ଓ ଓଡ଼ିଶଶ ଉପକୂଳ ପାର ହୋଇ ଏବେ ଦୁର୍ବଳ ହେବାରେ ଲାଗିଛି।

ସକାଳ ସାଢ଼େ ଆଠଟା ସୁଦ୍ଧା ପାଣିପାଗ ସ୍ଥିତି ବାବଦରେ ଆକଳନ କରି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ, ଉତ୍ତର ଓଡ଼ିଶାର କିଛି ସ୍ଥାନରେ ଆଗାମୀ ୧୨ ଘଣ୍ଟା ଭିତରେ ବର୍ଷା କିମ୍ବା ଘଡ଼ଘଡ଼ି ସହ ବର୍ଷା ହେବାର ଆଶଙ୍କା ରହିଛି। କିଛି ସ୍ଥାନରେ ଅତିଶୟ ବର୍ଷା ହୋଇପାରେ। ଅର୍ଥାତ୍‌ ବାଲେଶ୍ଵର, ଭଦ୍ରକ, କେନ୍ଦୁଝର, ଯାଜପୁର ଜିଲ୍ଲାରେ ସତର୍କ ସୂଚନା ଜାରି ହୋଇଛି।

ଆଶା କରାଯାଉଥିବା ସମୟର ପୂର୍ବରୁ ଶକ୍ତିଶାଳୀ ‘ଫେନୀ’ ପୁରୀ ଉପକୂଳର ଚନ୍ଦ୍ରଭାଗା ନିକଟବର୍ତ୍ତୀ ସ୍ଥାନରେ ଭୂ ପୃଷ୍ଠ ଛୁଇଁଥିଲା। ସକାଳ ୭ଟା ବେଳଠୁ ଏହି ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଦିନ ୧୨ଟା ଯାଏ ଏହି ପ୍ରକିୟା ଚାଲିଥିଲା। ଧୀରେ ଧୀରେ ତାହା ପୁରୀ ଉପକୂଳ ଅତିକ୍ରମ କରି ଉତ୍ତର-ଉତ୍ତର ପୂର୍ବ ଆଡ଼କୁ ଗତି କରିଥିଲା। ଏହାର ପ୍ରଭାବରେ ଭୁବନେଶ୍ଵର, କେନ୍ଦ୍ରାପଡ଼ା, ବାଲେଶ୍ଵର, ଜଗତସିଂହପୁର, ଭଦ୍ରକ, ଯାଜପୁରର କିଛି ଅଞ୍ଚଳରେ ବର୍ଷା ବା ଅତିଶୟ ବର୍ଷା ଦେଖାଦେଇଛି।

ପୁରୀଠାରେ ଭୂପୃଷ୍ଠ ଛୁଇଁବା ସମୟରେ ପବନର ବେଗ ୧୮୦ରୁ ୧୯୦ କିଲୋମିଟର ରହିଥିବା ଜଣାପଡ଼ିଛି। ଯାହା ୨୦୦ରୁ ୨୨୦ କିଲୋମିଟର ଝଡ଼ ଭଳି ଅନୁଭୂିତ ହୋଇଛି। ମହାବାତ୍ୟା ସମୟଠାରୁ ଏହି ପବନର ବେଗ କମ୍‌ ଥିଲେ ମଧ୍ୟ ଏହାର କରାଳ ଯଥେଷ୍ଟ ରହିଛି। ପାଖାପାଖି ୧୦ ହଜାର ଲୋକ ପ୍ରଭାବିତ ହୋଇଥିବା ଆଶଙ୍କା କରାଯାଉଛି। ଠିକ୍‌ ସେହିପରି ଉଚ୍ଚ ଅଟ୍ଟାଳିକା ଏବଂ ଟାୱାର ଭାଙ୍ଗିଥିବାର ଅନେକ ଦୃଶ୍ୟ ସୋଶାଲ୍‌ ମିଡିଆରେ ସାମ୍ନାକୁ ଆସିଛି। ଅପରପକ୍ଷେ ପ୍ରାସନ ପକ୍ଷରୁ କ୍ଷୟକ୍ଷତି ସମ୍ପର୍କରେ ଆକଳନ କରାଯାଇ ନାହିଁ । ଏବେ ପ୍ରଶାସନ ପକ୍ଷରୁ ଉଦ୍ଧାର ଏବଂ ଥଇଥାନ କାର୍ଯ୍ୟ ଜୋରଦାର କରାଯାଇଛି। ବିଭିନ୍ନ ସ୍ଥାନରେ ଗଛ ପଡ଼ି ରାସ୍ତର ଅବରୋଧ ହୋଇଥିବାରୁ ତାହାକୁ କଟା ଯାଉଛି।

ପରବର୍ତ୍ତୀ କରାଳ ପଶ୍ଚିମବଙ୍ଗରେ

ବାତ୍ୟା ‘ଫେନି’ର ପରବର୍ତ୍ତୀ କରାଳ ପଶ୍ଚିମବଙ୍ଗର ଗାଙ୍ଗେୟ ଉପକୂଳ ଅଞ୍ଚଳରେ ରହିବ। ଓଡ଼ିଶାରେ ଏହା ଦୁର୍ବଳ ହେବା ସର ପରିସ୍ଥିତି ସ୍ଵଭାବିକ ହେବ। ଆଉ ବିପଦ ନାହିଁ। କିନ୍ତୁ ଅତିଶୟ ଶକ୍ତିଶାଳୀ ଫନି ପଶ୍ଚିମବଙ୍ଗରେ କରାଳ ସୃଷ୍ଟି କରିପାରେ ବୋଲି ପାଣିପାଗ ବିଭାଗ ଆଶଙ୍କା କରିଛି। ଭାରତ ପାଣିପାଗ ବିଭାଗ ପକ୍ଷରୁ ଜାରି ଚିତ୍ରରେ ଏହା କୁହାଯାଇଛି ଯେ, ‘ଫନି ଏବେ ଉତ୍ତର ଉତ୍ତରପୂର୍ବ ଦିଗରେ ଗତି କରୁଛି। ଆସନ୍ତା ୬ ଘଣ୍ଟା ଭିତରେ ଏହା ଦୁର୍ବଳ ହୋଇ ଅତିଶୟ ବାତ୍ୟା ରୂପ ନେଇପାରେ। ’

ଭୁବନେଶ୍ଵର ସ୍ଥିତି

ପାଣିପାଗ ବିଭାଗ ସୂଚନା ଅନୁସାରେ ଅପରାହ୍ଣ ସାଢ଼େ ଦୁଇଟା ସୁଦ୍ଧା ବର୍ଷା ପରିମାଣ ୧୩୯ ମିଲିମିଟର ରହିଛି। ଏହି ସମୟରେ ଲୋକଙ୍କୁ ତଳିଆ ଅଞ୍ଚଳରୁ ଉଦ୍ଧାର କରିବା ଲାଗି ବିଏମ୍‌ସି ଓ ସ୍ମାର୍ଟସିଟି ଲିମିଟେଡ଼୍‌ ପକ୍ଷରୁଚ ପଦକ୍ଷେପ ନିଆଯାଇଛି। ଏବେ ଭୁବନେଶ୍ଵରର ଆକାଶ ମେଘାଚ୍ଛନ୍ନ ରହିବା ସହ ବାୟୁ ମଣ୍ଡଳରେ ଆଦ୍ରର୍ର୍ତା ହେତୁ ଆଗକୁ ୫୦ ମିଟର ଦୃଶ୍ୟମାନ ରହିଛି। ବିଭିନ୍ନ ସ୍ଥାନରେ ୫ରୁ ୧୦ ସେଣ୍ଟିମିଟର ବର୍ଷା ରେକର୍ଡ଼ କରାଯାଇଚି। ଆସନ୍ତା କାଲି ସକାଳ ସାଢ଼େ ଆଠସୁଦ୍ଧା ବର୍ଷା ପରିମାଣ ୨.୫ରୁ ୫ ସେଣ୍ଟିମିଟର ରହିବ ବୋଲି ଆକଳନ କରାଯାଇଛି।

Leave a Reply

Your email address will not be published. Required fields are marked *