ଫନି ପାଇଁ ୭୪ ଟ୍ରେନ ବାତିଲ
ଭୟଙ୍କର ବାତ୍ୟାର ରୂପ ନେବାକୁ ଯାଉଥିବା ଫନି ପାଇଁ ରେଳ ବିଭାଗ ପକ୍ଷରୁ ୭୪ଟି ଟ୍ରେନକୁ ବାତିଲ କରାଯାଇଛି। ଯାତ୍ରୀମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ପୂର୍ବତଟ ରେଳବାଇ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। ବାତ୍ୟା ସମୟରେ ଟ୍ରେନ ଚଳାଚଳ ଉପରେ ଯଥେଷ୍ଟ ପ୍ରଭାବ ପଡିବାର ସମ୍ଭାବନା ରହିଥିବାରୁ ରେଳ ବିଭାଗ ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି।


ଫନି ବାତ୍ୟାକୁ ନଜରରେ ରଖି ୭୪ଟି ଟ୍ରେନକୁ ରେଳ ବିଭାଗ ପକ୍ଷରୁ ବାତିଲ କରାଯାଇଛି। ବାଙ୍ଗାଲୋର, ଚେନ୍ନାଇ ଓ ସିକନ୍ଦରାବାଦକୁ ଯିବାକୁ ଥିବା ଟ୍ରେନ୍ଗୁଡିକୁ ରେଳ ବିଭାଗ ପକ୍ଷରୁ ବାତିଲ କରିଛି ରେଳ ବିଭାଗ। ପୁରୀ ଓ ଭୁବନେଶ୍ୱ ମଧ୍ୟରେ ଚଳାଚଳ କରୁଥିବା ସମସ୍ତ ଟ୍ରେନକୁ ୩ ତାରିଖରେ ବାତିଲ ଘୋଷଣା କରିଛି ରେଳ ବିଭାଗ। ରେଳ ବିଭାଗ ପକ୍ଷରୁ ଭଦ୍ରକରୁ ଭାଇଜାଗ ମଧ୍ୟରେ ଆସନ୍ତା କାଲି ସନ୍ଧ୍ୟାରୁ ସମସ୍ତ ଟ୍ରେନକୁ ବାତିଲ କରାଯାଇଛି।