ରାଜଧାନୀ ସମେତ ୧୦ ଟ୍ରେନ୍ ବାତିଲ୍
ଫନି ପାଇଁ ନୂଆଦିଲ୍ଲୀ-ଭୁବନେଶ୍ଵର ରାଜଧାନୀ ଏକ୍ସପ୍ରେସ୍ ସମେତ ୧୦ ଟ୍ରେନ୍କୁ ବାତିଲ୍ କରାଯାଇଛି। ସାମୁଦଅିକ ଝଡ଼ ତୋଫାନ ଫନିର ପ୍ରଭାବକୁ ଆଖିରେ ରଖି ଏହି ପଦକ୍ଷେପ ନିଆଯାଇଥିବା ରେଳବାଇ ପକ୍ଷରୁ କୁହାଯାଇଛି। ଏହି ୧୦ ଟ୍ରେନ୍ ଭିତରେ ରହିଛି ନୀଳାଚଳ ଏକ୍ସପ୍ରେସ୍, ଓଡ଼ିଶା ସମ୍ପର୍କ କ୍ରାନ୍ତୀ, ରାଜଧାନୀ, ପୁରୁଷେ୍ାତ୍ତମ, ଏପି ଏକ୍ସପ୍ରେସ୍, କଳିଙ୍ଗ ଉ ତ୍କଳ, ସମତା, ଗରିବ ରଥ, ମଇଶୂର-ହାଓଡ଼ା ଏବଂ ଅଜମୀର-ପୁରୀ ଏକ୍ସପ୍ରେସ୍।
ଅଜମୀର -ପୁରୀ ଏକ୍ସପ୍ରେସ୍ ୭ ତାରିଖ ଦିନ ଅଜମୀର ଛାଡ଼ିଥାଆନ୍ତା।
ପୂର୍ବରୁ ପୂତଟ ରେଳବାଇ ପକ୍ଷରୁ ୧୪୭ ଟ୍ରେନ୍କୁ ବାତିଲ୍ କରାଯାଇଛି। ହାଓଡ଼ା-ଚେନ୍ନାଇ ମେନ୍ ଲାଇନ୍ର ଭଦ୍ରକ-ବିଜିୟନଗରମ୍ ସେକ୍ସନ ଦେଇ ଏହି ଟ୍ରେନ୍ଗୁଡ଼ିକ ଯାତାୟାତ କରୁରୁଥିବା ଏହି ଟ୍ରେନ୍ଗୁଡ଼ିକ ସାମୁଦ୍ରିକ ଝଡ଼ ତୋଫାନ ହେତୁ କ୍ଷତିଗ୍ରସ୍ତ ହେବା ଆଶଙ୍କା ଥିବାରୁ ଏହି ପଦକ୍ଷେପ ନିଆଯାଇଛି।