ପରିବାରବାଦ ରାଜନୀତିକୁ ମତଦାତାଙ୍କ ପ୍ରତ୍ୟାଖାନ
ଚଳିତ ନିର୍ବାଚନରେ ରାଜ୍ୟର ମତଦାତାମାନେ ପରିବାରବାଦକୁ ପ୍ରତ୍ୟାଖାନ କରିଛନ୍ତି। କଂଗ୍ରେସରୁ ପ୍ରାର୍ଥୀ ହୋଇଥିବା ପରିବାରର ଉଭୟ ସଦସ୍ୟ ପରାଜିତ ହୋଇଥିବାବେଳେ ବିଜେପି, ବିଜେଡି ଓ କଂଗ୍ରେସର ପରିବାର ପ୍ରାର୍ଥୀଙ୍କ ମଧ୍ୟରୁ ଜଣକୁ ମତଦାତାମାନେ ବିଜୟୀ କରି ଅନ୍ୟଜଣକୁ ପରାଜୟର ଦ୍ୱାର ଦେଖାଇଛନ୍ତି।

ଏଥର ନିର୍ବାଚନ ମଇଦାନରେ ବହୁ ପରିବାର ରାଜନୀତି ମଇଦାନକୁ ଓହ୍ଲାଇଥିବାର ଦେଖିବାକୁ ମିଳିଥିଲା। ଯାହା ବର୍ତ୍ତମାନ ସୁଦ୍ଧା ସୂଚନା ମିଳୁଛି ସେଥିରେ ବିରୋଧୀ ଦଳ ନେତା ନରସିଂହ ମିଶ୍ର ବଲାଙ୍ଗୀର ବିଧାନସଭା ଆସନରେ ଲଗାତାର ଭାବେ ଆଗରେ ରହିଥିବା ବେଳେ ବଲାଙ୍ଗୀର ଲୋକସଭା ଆସନରେ ପ୍ରାର୍ଥୀ ହୋଇଥିବା ତାଙ୍କ ପୁଅ ସମରେନ୍ଦ୍ର ମିଶ୍ର ପଛରେ ଅଛନ୍ତି। ବିରୋଧୀ ଦଳ ନେତା ଏଥର ହାରି ଯିବେ ବୋଲି ବିଭିନ୍ନ ଗଣମାଧ୍ୟମ ଓ ସଂସ୍ଥା ପ କ୍ଷରୁ ହୋଇଥିବା ସର୍ଭେରେ ଦର୍ଶା ଯାଉଥିଲା। କିନ୍ତୁ ଯାହା ଦେଖାଯାଉଛି ସେ ଜିତିବାକୁ ଯାଉଛନ୍ତି।

ସେହିପରି ରାଜ୍ୟ ରାଜନୀତିର ଅନ୍ୟତମ ହେଭି ଓ୍ବଟେ ନେତା ଡା. ଦାମୋଦର ରାଉତ ବିଜେପି ପ୍ରାର୍ଥୀ ଭାବେ ଏରସମାରୁ ଲଢୁଥିଲା ବେଳେ ତାଙ୍କ ପୁଅ ସମ୍ବିତ ରାଉତରାୟ ବିଜେଡିରୁ ପାରାଦୀପ ବିଧାନସଭା ଆସନରୁ ଲଢୁଛନ୍ତି। ଡା. ରାଉତ ପଛରେ ପଡିଥିଲା ବେଳେ ତାଙ୍କ ପୁଅ ସମ୍ବିତ ଆଗାଉଥିବା ଗଣତିରୁ ସୂଚନା ମିଳୁଛି। ଅବଶ୍ୟ ଡା. ରାଉତ ଏଥର ଜିତିବା ନେଇ ସନ୍ଦେହରେ ଥିଲେ। ବିଜେଡିରୁ ବହିଷ୍କୃତ ହେଲା ପରେ ସେ ବିଜେପିରେ ଯୋଗ ଦେଇଥିଲେ ବି ତାଙ୍କ ପୁଅକୁ ବିଜେଡି ପାରାଦୀପରୁ ପ୍ରାର୍ଥୀ କରୁଥିବାରୁ ଜାଣି ଡା.ରାଉତ ପାରାଦୀପ ବିଧାୟକ ହୋଇଥିଲେ ବି ସେଠାରେ ନ ଲଢି ପୁଅକୁ ବାଟ ଛାଡି ଏରସମା ଯାଇଥିଲେ। ସେ ସେଠାରେ ସଫଳ ହେଉନଥିବାର ଖବର ମିଳୁଛି।

ବିଜେପିରୁ ପାଟଣାଗଡ ବିଧାନସଭା ଆସନରୁ ନିର୍ବାଚନ ଲଢୁଥିବା ବିଜେପି ବିଧାୟକ ଦଳର ନେତା କନକ ବର୍ଦ୍ଧନ ସିଂହଦେଓ ଗଣତିରେ ପଛରେ ପଡିଥିଲା ବେଳେ ବଲାଙ୍ଗୀର ଲୋକସଭା ଆସନରୁ ଲଢୁଥିବା ତାଙ୍କ ପତ୍ନୀ ସଙ୍ଗୀତା ସିଂହଦେଓ ଆଗେଇ ଚାଲିଛନ୍ତି।

କିନ୍ତୁ କଂଗ୍ରେସରୁ କଳାହାଣ୍ଡି ଲୋକସଭା ଆସନରୁ ପ୍ରାର୍ଥୀ ହୋଇଥିବା ଭକ୍ତଚରଣ ଦାସ ପଠରେ ପଡିଥିଲା ବେଳେ ଭବନୀପାଟଣା ବିଧାନସଭା ଆସନରୁ ପ୍ରାର୍ଥୀ ହୋଇଥିବା ତାଙ୍କ ପୁଅ ସାଗର ଚରଣ ଦାସ ଭଭୟ ବାପ ପୁଅ ପଛରେ ପଡିଥିବା ଜଣାପଡିଛି।

ସେହିପରି କଂଗ୍ରେସରୁ ସୁନ୍ଦରଗଡ ଲୋକସଭା ପ୍ରାର୍ଥୀ ହୋଇଥିବା ଜର୍ଜ ତିର୍କୀ ଓ ବିରମିତ୍ରପୁରରୁ ପ୍ରାର୍ଥୀ ହୋଇଥିବା ତାଙ୍କ ପୁଅ ରୋହିତ ଜୋଶେଫ ତୀର୍କୀ ଉଭୟ ପଛରେ ପଡିଛନ୍ତି।

ସେହିପରି ପୂର୍ବଚନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳ ଏଥର ନିର୍ବାଚନ ମଇଦାନକୁ ନ ଆସି ତାଙ୍କର ଦୁଇ ଝିଅକୁ ଭିନ୍ନ ଭିନ୍ନ ଦଳରୁ ପ୍ରାର୍ଥୀ କରାଇବାରେ ସ କ୍ଷମ ହୋଇଥିଲେ ବି ଦୁଇ ଝିଅ ବାପାଙ୍କ ସ୍ୱପ୍ନକୁ ସାକାର କରିବାକୁ ସର୍ମଥ ହୋଇପାରୁନଥିବା ସୂଚନା ମିଳୁଛି। କଂଗ୍ରେସରୁ ସୁନ୍ଦରଗଡ ବିଧାନସଭାରୁ ପ୍ରାର୍ଥୀ ହୋଇଥିବା ଅମିତା ବିଶ୍ୱାଳ ଓ ବିଜେଡିରୁ ଲୋକସଭା ଆସନରୁ ପ୍ରାର୍ଥୀ ହୋଇଥିବା ସୁନିତା ବିଶ୍ୱାଳ ଉଭୟ ଗଣତିରେ ପଛରେ ପଡିଥିବାର ସୂଚନା ମିଳିଛି।

ଆଉ ଏକ ରୋଚକ ଘଟଣା ଦେଖିବାକୁ ମିଳିଛି ଭାଇ-ଭାଇଙ୍କ ଭିତରେ। ଭଦ୍ରକ ବିଧାନସଭା ଆସନରୁ ଡାକ୍ତର ପ୍ରଦୀପ ନାୟକ ବିଜେପି ଟିକଟରେ ପ୍ରତିଦ୍ୱନ୍ଦ୍ୱିତା କରିଛନ୍ତି। କିନ୍ତୁ ସାନଭାଇ ସତ୍ୟପ୍ରକାଶ ନାୟକ କଂଗ୍ରେସ ଟିକଟରେ ଲଢ଼ିଛନ୍ତି ପୁରୀ ଲୋକସଭା ଆସନ ସକାଶେ। ଏହି ଦୁଇ ଭାଇ ଗଣତିରେ ପଛରେ ପଡିଥିବାର ସୂଚନା ମିଳିଛି।

ପୁଅମାନଙ୍କୁ ବାଟ ଛାଡିଥିବା ପିତାମାନଙ୍କର ଜିତାପଟ ହେୁଥିବାର ଦେଖାଯାଉଛି। ବାଙ୍କିରୁ ପ୍ରଭାତ ତ୍ରିପାଠି ପ୍ରାର୍ଥୀ ନ ହୋଇ ତାଙ୍କ ପୁଅ ଦେବୀ ରଞ୍ଜନ ତ୍ରିପାଠୀ, ପ୍ରଭାତ ବିଶ୍ୱାଳଙ୍କ ବଦଳରେ କଟକ-ଚୌଦ୍ୱାର ଆସନରେ ଲଢୁଥିବା ତାଙ୍କ ପୁଅ ସୌଭିକ ବିଶ୍ୱାଳ ଓ ବାସୁଦେବପୁର ବିଧାନସଭା ଆସନରେ ଲଢୁଥିବା ମନ୍ତ୍ରୀ ବିଜୟଶ୍ରୀ ରାଉତରାୟଙ୍କ ପୁଅ ବିଷ୍ଣୁବ୍ରତ ରାଉତରାୟ ଗଣତିରେ ଆଗୁଆ ଅଛନ୍ତି। ହେଲେ ବଲାଙ୍ଗୀର ବିଧାନସଭା ଆସନରେ ଏଥର ପ୍ରାର୍ଥୀ ନ ହୋଇ ଅନଙ୍ଗ ଉଦୟ ସିଂହଦେଓ ପୁଅ ଅର୍କେଶ ନାରାୟଣ ସିଂହଦେଓଙ୍କୁ ବିଜେଡିରୁ ପ୍ରାର୍ଥୀ କରିଥିଲେ ମଧ୍ୟ ସେ ସଫଳ ହେଉନଥିବା ଦେଖାଯାଉଛି। ଗଣତିରେ ସେ ପଛରେ ପଡିଛନ୍ତି।