ପୁଲିସ ହେପାଜତରୁ ଆସମୀ ଚମ୍ପଟ, ପୁଲିସ ମାରି ଦେଇଥିବା ପରିବାର ଲୋକଙ୍କ ଅଭିଯୋଗ

କେନ୍ଦ୍ରାପଡା଼,(ପ୍ରଦୀପ କୁମାର ଜେନା) :କେନ୍ଦ୍ରାପଡ଼ା ପୁଲିସ ହେପାଜତରୁ ଜଣେ ଦୁର୍ଦ୍ଦାନ୍ତ ଅପରାଧୀ ଚମ୍ପଟ ମାରିଥିବା ପୁଲିସ କହୁଥିବା ବେଳେ ସମ୍ପୃକ୍ତ ଅପରାଧୀକୁ ପୁଲିସ ବାଡ଼େି ବାଡ଼େଇ ମାରିଦେଇଥିବା ନେଇ ପରିବାର ଲୋକେ ଅଭିଯୋଗ କରିଛନ୍ତି । ତେବେ ପୁଲିସ ସତ କହୁଛି ନା ଅପରାଧୀର ପରିବାର ଲେଲାକଙ୍କ ଅଭିଯୋଗ ସତ୍ୟ ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ଚମ୍ପଟ ମାରିଥିବା ଅପରାଧୀକୁ ଧରିବା ପାଇଁ ପୁଲିସ ତନାଘନା କରୁଥିଲେ ବି ସଫଳତା ପାଇପାରିନାହିଁ ।

କେନ୍ଦ୍ରାପଡ଼ା ଜିଲ୍ଲାର ନିକିରାଇ ଥାନା ଅନ୍ତର୍ଗତ କୁତରଙ୍ଗ ଗାଁର ସନ୍ତୋଷ ମଳିକ ବିଭିନ୍ନ ଜଘନ୍ୟ ଅପରାଧରେ ଜଡ଼ିତ ଥିବାରୁ ଅନେକ ଦିନ ହେଲା ତା’ ଉପରେ ପୁଲିସ ନଜର ରଖିଥିଲା । ଗତ ମାସ ୩୧ ତାରିଖ ରାତିରେ କେନ୍ଦ୍ରାପଡ଼ା ଇନ୍ଦୁପୁର ରାସ୍ତାର କୌଣିଆଢିଅ ଛକ ନିକଟ ସନ୍ତୋଷ ଜିଲ୍ଲା ପୁଲିସର ସ୍ୱତନ୍ତ୍ର ସ୍କ୍ୱାଡ଼ ହାବୁଡ଼ରେ ପଡ଼ିଥିଲା ଓ ପୁଲିସ ତାକୁ ଗିରଫ କରି ଜିଲ୍ଲା ପୁଲିସ ମୁଖ୍ୟାଳୟରେ ରଖିଥିଲା । ଗତ ୧ ତାରିଖ ରାତିରେ ସନ୍ତୋଷ ସୌଚ ହେବା ବାହାନାରେ ବାହାରକୁ ଯାଇ ଚମ୍ପଟ ମାରିଛି । ପୁଲିସ ମୁଖ୍ୟାଳୟର ଜଗୁଆଳକୁ ସନ୍ତୋଷ ଧକ୍କା ମାରି ପଳାଇ ଯାଇଥିବା ପୁଲିସ ପକ୍ଷରୁ କୁହାଯାଉଛି ।

ପୁଲିସ ହେପାଜତରୁ ସନ୍ତୋଷ ଖସି ଯାଇଥିôବାରୁ ତାକ୍ୁ ଧରିବା ପାଇଁ ଜିଲ୍ଲାର ବିଭିନ୍ନ ଥାନାକୁ ଖବର ଦିଆଯାଇଥିବା ସହ ବରିଷ୍ଠ ଓ ଦକ୍ଷ ପୁଲିସ ଅଫଡ଼ିସରଙ୍କୁ ନେଇ ଏକ ଟିମ ଗଠନ କରାଯାଇ ବିଭିନ୍ନ ସ୍ଥାନରେ ଚଢାଉ କରାଯାଉଥିବା ଏସପି ନିତୀଶେଖର ସୂଚନା ଦେଇଛନ୍ତି । ଅନ୍ୟପକ୍ଷରେ ଗତ ୩୦ ତାରିଖ ରାତିରେ ପୁଲିସ ସନ୍ତୋଷକୁ ଉଠାଇ ନେଇ ପିଟି ପିଟି ମାରିଦେଇଥିବା ସନ୍ତୋଷର ପତ୍ନୀ ଝିଲ୍ଲୀ ମଳିକ ଓ ବାପା ପ୍ରହଲ୍ଲାଦ ମଳିକ କେନ୍ଦ୍ରାପଡ଼ା ଜିଲ୍ଲାପାଳ ଓ ଏସପିଙ୍କ ନିକଟରେ ଅଭିଯୋଗ କରିଛନ୍ତି । ପରିବାର ଲୋକେ ଅଭିଯୋଗ କରିଛନ୍ତି ଯେ, ଗତ ୪ ଦିନ ପୂବେ ପୁଲଲିସ ସନ୍ତୋଷକୁ ଘରୁ ଉଠାଇ ନେଇଥିଲା ଓ ଏବେ ପୁଲିସ ପୁଣି ତାକୁ ଖୋଜାଖୋଜି କରୁଥିବା ସେମାନେ ଜାଣିବାକୁ ପାଇବା ପରେ ବ୍ୟଥିତ ହୋଇଛନ୍ତି ଓ ପରିବାର ଲୋକେ ସନ୍ତୋକୁ ବିଭିନ୍ନ ଜାଗାରେ ଖୋଜାଖୋଜି କରୁଥିଲେ ବି ତାକୁ ନପାଇ ନିରାଶ ହୋଇ ପଡ଼ିଛନ୍ତି । ଏଥିସହ ପୁଲିସ ସନ୍ତୋକୁ ମାରିଦେବା ପରେ କେଉଁଠି ଲୁଚାଇ ରଖି ସନ୍ତୋଷ ପୁଲିସ କବ୍ଚାରୁ ଖସିଯାଇଛି ବୋଲି କହି ଖୋଜାଖୋଜି କରୁଛି ବୋଲି ମଧ୍ୟ ପରିବାର ଲୋକେ କହୁଛନ୍ତି । ସନ୍ତୋଷକୁ ତା’ ପତ୍ନୀ ଝିଲ୍ଲୀ ଏବେ ଦେଖା କରିବାକୁ ଚାହୁଁଛି, ହେଲେ ପୁଲିସ ଝିଲ୍ଲୀ ସହ ସନ୍ତୋଷ ଦେଖା କରାଇ ଦେଉ ନଥିବାରୁ ସନ୍ତୋଷକୁ ପୁଲିସ ମାରିଦେଇଥିବା ନେଇ ସନ୍ଦେହ କରାଯାଉଛି ବୋଲି ଝିଲ୍ଲୀ କହିଛନ୍ତି । ତେବେ ପୁଲିସ ହେପାଜତରୁ ସନ୍ତୋଷ ଚମ୍ପଟ ମାରିଥିବାରୁ ତା’ ନାମରେ ଅଉ ଏକ ମାମଲା ରୁଜ୍ଜୁ କରାଯାଇଛି ବୋଲି ଏସପି ନିତୀଶେଖର କହିଛନ୍ତି ।

ସନ୍ତୋଷ ଜଣେ ଦୁର୍ଦ୍ଦାନ୍ତ ଅପରାଧୀ ଓ ତା’ ନାମରେ ଜିଲ୍ଲାର ବିଭିନ୍ନ ଥାନାରେ ୨୦ରୁ ଅଧିକ ମାମଲା ରହିଥିôବା ଜିଲ୍ଲା ପୁଲିସ ପକ୍ଷରୁ କୁହାଯାଇଛି । ଚୋରି, ଡାକାୟତି, ରାହାଜାନୀ, ଛିନତାଇ, ଦାଦାବଟି ଆଦାୟ, ବୋମା ମାଡ଼ ଭଳି ଅପରାଧୀକ ଘଟଣାକୁ ନେଇ ସନ୍ତୋଷ ନାମରେ ମାମଲା ରହିଥିବା ବେଳେ ଜିଲ୍ଲା ବାହାରେ ଆହରି ଅଧିକ ସଙ୍ଗୀପ ଅପରାଧରେ ସନ୍ତୋଷ ଜଡ଼ିତ ଥିବା ପୁଲିସ ପକ୍ଷରୁ ସୂଚନା ମିଳିଛି । ତେବେ ଅପରାଧ ଘଟାଇବା ପରେ ପୁଲିସ ଆଖିରେ ଧୂଳି ଦେଇ ଚମ୍ପଟ ମାରିବାରେ ସନ୍ତୋଷ ମାହିର ବୋଲି ପୁଲିସ କହିଛି । 

Leave a Reply

Your email address will not be published. Required fields are marked *