ବଲିଉଡକୁ ଫେରୁଛନ୍ତି ଫୈଜଲ୍

ଦୀର୍ଘ ୧୯ ବର୍ଷ ପରେ ମିଷ୍ଟର୍ ପରଫେକ୍ଟ ଅମୀରଙ୍କ ଭାଇ ଫୈଜଲ୍ ଖାନ୍ ବଲିଉଡକୁ କମବ୍ୟାକ୍ କରୁଛନ୍ତି ବୋଲି ଖବର ଆସିଛି । କିନ୍ତୁ ସେ ଅଭିନେତା ଭାବେ ନୁହେଁ, ବରଂ ଫିଲ୍ମ ନିର୍ଦ୍ଦେଶକ ଭାବେ ଡେବ୍ୟୁ କରିବେ । ବି ଟାଉନର୍ ଆଗାମୀ ଆକ୍ସନ୍ ଥ୍ରୀଲର୍ ‘ଫେକ୍ଟ୍ରି’ର ନିର୍ଦ୍ଦେଶକ ଭାବେ ଫୈଜଲ୍ ଏକ ନୂଆ ପରିଚୟ ସୃଷ୍ଟି କରିବେ । ଏହି ଖବର ଅମୀର୍ ଓ ତାଙ୍କ ମା’ ମଧ୍ୟ ଜାଣିନଥିଲେ ବୋଲି ଫୈଜଲ୍ କହିଛନ୍ତି । କାରଣ ଫିଲ୍ମର ଗୋଟିଏ ସେଡ୍ୟୁଲ୍ ସମ୍ପୂର୍ଣ୍ଣ ହେବା ପରେ ଫୈଜଲ୍ ସେ ଦୁହିଁଙ୍କୁ ଏକ ବଡ଼ ସରପ୍ରାଇଜ୍ ଦେବାକୁ ଚାହୁଁଥିଲେ । କିନ୍ତୁ ଏବେ ଏହି ଖବର ଭାଇରାଲ୍ ହେବା ପରେ ସେ ଅମୀର୍ ଓ ତାଙ୍କ ମା’ଙ୍କ ପ୍ରତିକ୍ରିୟା ଅପେକ୍ଷାରେ ଅଛନ୍ତି ।

ଫିଲ୍ମ ସମ୍ପର୍କିତ ଆଉ ଗୋଟିଏ ବଡ଼ ଖବର ହେଉଛି ଫୈଜଲ୍ ଏହି ଫିଲ୍ମର ‘ଇସ୍କ ତେରା…’ ଗୀତଟିକୁ ନିଜ ସ୍ୱରରେ ସଜାଇବାକୁ ଯାଉଛନ୍ତି । ସୂଚନାଯୋଗ୍ୟ ୨୦୦୦ ମସିହାରେ ରିଲିଜ୍ ହୋଇଥିବା ‘ମେଲା’ରେ ଫୈଜଲ୍ କୋଷ୍ଟାର୍ ଭାବେ ଥିଲେ । ଟ୍ୱିଙ୍କିଲ୍ ଖାନ୍ନା ଓ ଅମୀର୍ ଖାନଙ୍କ ଅଭିନୀତ ଏହି ଫିଲ୍ମ ବକ୍ସ ଅଫିସରେ ସଫଳ ହୋଇପାରିନଥିଲା । ପ୍ରଶଂସକ ମହଲରେ ସଫଳ ଅଭିନେତା ଭାବେ ପରିଚୟ ହାସଲ କରିପାରିନଥିଲେ ମଧ୍ୟ ନିର୍ଦ୍ଦେଶନା କ୍ଷେତ୍ରରେ ସେ ବେଶ୍ ସଫଳତା ଲାଭ କରିବେ ବୋଲି ଫିଲ୍ମ ସମୀକ୍ଷକମାନେ ଆଶା କରୁଛନ୍ତି ।

Leave a Reply

Your email address will not be published. Required fields are marked *