ଅର୍ଥନୀତିରେ କରୋନା ପ୍ରଭାବ: ଫେସ୍‌ବୁକ୍‌ କିଣିଲା ଜିଓ ଶେୟାର, ଟେକ୍ନୋଲୋଜି କ୍ଷେତ୍ରରେ ସବୁଠାରୁ ବଡ଼ ଏଫ୍‌ଡିଆଇ

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ଭାରତୀୟ ଶିଳ୍ପ ଅର୍ଥନୀତିରେ କରୋନା ପ୍ରଭାବ ବଢ଼ିବାରେ ଲାଗିଛି। କୋଭିଡ୍‌୧୯ ଯୋଗୁ ମାନ୍ଦା ହୋଇଥିବା ବିଶ୍ଵ ବଜାର ଭାରତୀୟ ମୁହାଁ ହୋଇଥିବା ଦେଖିବାକୁ ମିଳୁଛି। ପ୍ରଥମେ ଏଚ୍‌ଡିଏଫ୍‌ସି ବ୍ୟାଙ୍କ୍‌ରେ ଚୀନ ପୁଞ୍ଜି ନିବେଶ ଏବଂ ଏହାକୁ ନେଇ ଭାରତୀୟ କର୍ତ୍ତୃପକ୍ଷଙ୍କ ଆଶଙ୍କା ପରେ ଏବେ ଭାରତରେ ଆମେରିକୀୟ ସଂସ୍ଥା ପୁଞ୍ଜିନିବେଶ କରିଛନ୍ତି। ଏହାପୁଣି ରିଲାଏନ୍ସ ଜିଓରେ। ବିଶ୍ଵର ଏକ ପ୍ରଭାବଶାଳୀ ସୋଶାଲ୍‌ ମିଡିଆ କମ୍ପାନୀ ଭାବେ ପରିଚିତ ଫେସ୍‌ବୁକ୍‌ ରିଲାଏନ୍‌ସ ଜିଓର ୯.୯ ପ୍ରତିଶତ ଅଂଶଧନ କିଣିଛି। ଏହା ବଦରେ ଫେସ୍‌ବୁକ୍‌ ଭାରତରେ ୫.୭ ବିଲିୟନ୍‌ ଡଲାର ବା ୪୩ ହଜାର ୫୦୦କୋଟି ନିବେଶ କରିଛି। ରିଲିଏନ୍ସ ଜିଓ ପକ୍ଷରୁ ଏହି ତଥ୍ୟକୁ ଷତ୍ଟକ୍‌ ଏକ୍ସଚେଞ୍ଜରେ ବିତରଣ କରାଯାଇଛି।

ଯଦିଓ ଏହା ପୂର୍ବରୁ ଫେସ୍‌ବୁକ୍‌ ଅନ୍‌ଏକାଡେମୀ ଏବଂ ମିଶୋ ସୋଶାଲ୍‌ ମିଡିଆ ଆପ୍‌ରେ ପୂର୍ବରୁ ନିବେଶ କରିଛି କିନ୍ତୁ ଜିଓରେ ଏହି ନିବେଶକୁ ଅପ୍ରତ୍ୟାଶିତ ବୋଲି କୁହାଯାଇଛି। କୌଣସି ଟେକ୍ନୋଲୋଜି କମ୍ପାନୀ ଦ୍ଵାରା ମାଇନରିଟି ଷ୍ଟେକ୍‌ କ୍ଷେତ୍ରରେ ଏହା ବିଶ୍ଵର ସବୁଠାରୁ ବଡ଼ ପୁଞ୍ଜି ନିବେଶ। ଏହାଦ୍ଵାରା ଜିଓ ପ୍ଲାଟ୍‌ଫର୍ମ ଭାରତର ପ୍ରଥମ ୫ ଲିଷ୍ଟେଡ୍‌ କମ୍ପାନୀ ଭାବେ ପରିଚିତ ହୋଇପାରିଛି।

ଏହି ନିବେଶ ଭାରତର କ୍ଷୁଦ୍ର ବ୍ୟବସାୟକୁ ଡିଜିଟାଲ୍‌ ପ୍ଲାଟ୍‌ଫର୍ମରେ ଅଧିକରୁ ଅଧିକ ଆକର୍ଷିତ କରିବା ଲାଗି ଉନ୍ମୁକ୍ତ ହେବ। ପୂର୍ବରୁ ଜିଓ ମର୍ଚାଣ୍ଟ ଏବଂ ଅନ୍ୟ ଆପ୍‌ ଜରିଆରେ ରିଟେଲ୍‌ ତଥା କ୍ଷୁଦ୍ର ବ୍ୟସାୟକୁ ଅନେକ ସୁଯୋଗ ଦିଆଯାଇଛି। ଏହାଦ୍ଵାରା ୬ କୋଟି କ୍ଷୁଦ୍ର ବ୍ୟବସାୟୀ ଉପକୃତ ହେବେ ବୋଲି ଧାର୍ଯ୍ୟ କରାଯାଇଛି।

ଫେସ୍‌ବୁକ୍‌ କହିବା ଅନୁସାରେ, ଜିଓର କ୍ଷୁଦ୍ର ବ୍ୟବସାୟୀଙ୍କୁ ଡିଜିଟାଲ୍‌ ଶକ୍ତି ଦେବା ପାଇଁ ନିର୍ମାଣ କରାଯାଇଥିବା ଜିଓ ମାର୍ଟ ପ୍ଲାଟ୍‌ଫର୍ମକୁ ହ୍ବାଟ୍ଆପ୍‌ ଶକ୍ତି ଦେଇ ଆମେ ଲୋକଙ୍କୁ ବ୍ୟବସାୟ ସହ ସମ୍ପୃକ୍ତ କରିବାକୁ ଚାହିଁବୁ। ଏହାଦ୍ଵାରା ସାଧାରଣ ଲୋକେ ବିନା କୌଣସି କଷ୍ଟରେ ନିଜର ଉତ୍ପାଦ ହ୍ବାଟ୍ସଆପ୍‌ ଜରିଆରେ କିଣିପାରିବେ। ଆମର ଏହି ନିବେଶ ଭାରତର ଡିଜିଟାଲ୍‌ ଅର୍ଥନୀତିକୁ ବିକାଶ କରାଇବାରେ ସକ୍ଷମ ହୋଇପାରିବ।

ରିଲାଏନ୍ସ ମଧ୍ୟ ଏହାସଦ୍ଵାରା ଅନେକ ଫାଇଦା ପାଇବ। ମୁଖ୍ୟତଃ କମ୍ପାନୀ ୨୦୨୧ ମାର୍ଚ ସୁଦ୍ଧା ଯେଉଁ ଋଣଭୁକ୍ତ କମ୍ପାନୀ ହେବାକୁ ଚାହିଁଛି ତାହା ପୂରଣ ହୋଇପାରିବ। ରିଲାଏନ୍ସ ପକ୍ଷରୁ ୪୦ ବିଲିୟନ୍‌ ଡଲାର ନିବେଶରେ ଜିଓ ୨୦୧୬ରେ ସୃଷ୍ଟି ହୋଇଥିଲା।

ଫେସ୍‌ବୁକ୍‌ସଙ୍ଗେ ବୁଝାମଣା ପରେ ରିଲାଏନ୍ସ ଏହାର କେମିକାଲ୍‌ ଓ ଅଏଲ୍‌ ବ୍ୟବସାୟର ୨୦ ପ୍ରତିଶତ ଅଂଶଧନକୁ ସାଉଦି କମ୍ପାନୀ ଆରାମ୍‌କୋକୁ ଏବଂ ଟାୱାର ବ୍ୟବସାୟର ଅଂଶଧନକୁ କାନାଡ଼ାର ବ୍ରୁକ୍‌ ଫିଲ୍ଡ ଫାର୍ମକୁ ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛି।

ଜିଓ ପକ୍ଷରୁ କୁହାଯାଇଛି ଯେ, ଫେସ୍‌ବୁକ୍‌ ସହ ଜିଓର ଏହି ବୁଝାମଣା ଦ୍ଵାରା ଭାରତୀୟ ଅର୍ଥନୀତିର ବହୁବିଧ ଉନ୍ନତି ହେବ। ଆମର ଲକ୍ଷ୍ୟ ରହିଛି ଏହା ଦ୍ଵାରା ଦେଶର ୬ କୋଟି କ୍ଷୁଦ୍ର, ଅତିକ୍ଷୁଦ୍ର ଓ ମଧ୍ୟମ ବ୍ୟବସାୟ ସହ ପହଞ୍ଚିବା। ୧କୋଟି ୨୦ ଲକ୍ଷ ଚାଷୀଙ୍କ ପାଖଷର ପହଞ୍ଚି ତାଙ୍କ ଉତ୍ପାଦ ବିକ୍ରି କରିବା।

 

 

 

 

Leave a Reply

Your email address will not be published. Required fields are marked *