ଫେସବୁକରେ ନିର୍ବାଚନୀ ବିଜ୍ଞାପନ : ବିଜେପି ଆଗରେ
ନିର୍ବାଚନ ପାଖେଇ ଆସୁଥିବାବେଳେ ରାଜନୈତିକ ଦଳମାନେ ବିଭିନ୍ନ ସୋସିଆଲ ମିଡିଆରେ ପ୍ରଚାରଉପରେ ବିଶେଷ ଗୁରୁତ୍ୱ ଦେଉଥିବା ଲକ୍ଷ୍ୟ କରାଯାଉଛି। ବିଭିନ୍ନ ସୋସିଆଲ ମିଡିଆ ମଧ୍ୟରୁ ଫେସବୁକ ଉପରେ ଦଳମାନେ ଅଧିକ ଫୋକସ କରୁଥିବା ଦେଖାଯାଇଛି। ଗତ ଫେବ୍ରୁଆରୀ-ମାର୍ଚ୍ଚ ଦୁଇମାସରେ ରାଜନୈତିକ ଦଳମାନେ ଫେସବୁକ ବିଜ୍ଞାପନରେ କେତେ ବ୍ୟୟ କରିଛନ୍ତି ତାହାର ଏକ ରିପୋର୍ଟ ( ଫେସବୁକ ଆଡ ଲାଇବ୍ରେରୀ ରିପୋର୍ଟ) ସାମନାକୁ ଆସିଛି।
ବିଭିନ୍ନ ଦଳମାନେ ଏହି ଦୁଇମାସରେ ଫେସବୁକରେ ମୋଟ ପ୍ରାୟ ୧୦ କୋଟି ଟଙ୍କା ମୂଲ୍ୟର ବିଜ୍ଞାପନ ଦେଇଛନ୍ତି। ଫେସବୁକ ବିଜ୍ଞାପନରେ ବିଜେପି ସବୁଠାରୁ ଆଗରେ ଥିବାବେଳେ ତାପଛକୁ ରହିଛି କଂଗ୍ରେସ। କିନ୍ତୁ ଆଶ୍ଚର୍ଯ୍ୟଜନକ ହେଉଛି ଯେ ଓଡ଼ିଶାର ଆଞ୍ଚଳିକ ଦଳ ବିଜେଡି ଏହି ତାଲିକାର ୩ୟ ସ୍ଥାନରେ ରହିଛି।
ବିଜେପି ଏହି ଦୁଇମାସରେ ଫେସବୁକରେ ପ୍ରାୟ ୩୭୦୦ ଟି ବିଜ୍ଞାପନ ଦେଇଥିବାବେଳେ ଏଗୁଡ଼ିକର ମୂଲ୍ୟ ୨.୨୩ କୋଟି ଟଙ୍କା ରହିଛି। ଭାରତକେ ମନ କି ବାତ ପେଜ ମାଧ୍ୟମରେ ବିଜେପି ଏସବୁ ବିଜ୍ଞାପନ ଦେଇଛି। ସେହିପରି ଆଉ ଦୁଇଟି ପେଜ ‘ମାଇଁ ଫାଷ୍ଟ ଭୋଟ ଫର ମୋଦି’ ଓ ‘ନେସନ ଓ୍ଵିଥ ନମୋ’ ମାଧ୍ୟମରେ ଆଉ ୩୬.୨ ଲକ୍ଷ ଟଙ୍କା ବ୍ୟୟ କରିଛି ।
ସେହିପରି କଂଗ୍ରେସ ୪୧୦ଟି ବିଜ୍ଞାପନ ଦେଇ ପ୍ରାୟ ୫.୯୧ ଲକ୍ଷ ଟଙ୍କା ବ୍ୟୟ କରିଛି ।
ବିଜୁ ଜନତା ଦଳ ୮.୫୬ ଲକ୍ଷ ଟଙ୍କା ବ୍ୟୟ କରିଥିବାବେଳେ ଟିଡିପି ୧.୫୮ଲକ୍ଷ ଟଙ୍କା ବ୍ୟୟ କରିଛି ।