ପୁଲିସ ନିର୍ଯାତନାର କାହାଣୀ ଶୁଣନ୍ତୁ ତାଙ୍କଠାରୁ
ରାହୁଲ ନାଏକ। କୋଟଗଡ଼ ଏନ୍କାଉଣ୍ଟରର ପୀଡ଼ିତ। ସିଧାସଳଖ ତାଙ୍କ ଦେହରେ ଗୁଳି ବାଜିନି, ତାଙ୍କ ଦେହରୁ ରକ୍ତ ହୋହିନୀ କିନ୍ତୁ ପୁଲିସ-ନକ୍ସଲ ଗୁଳି ଚଳାଚଳରେ ତାଙ୍କ ବାପା ଓ ମା’ ଧୋବୀ ନାୟକ ଓ ବୁଦ୍ଧି ନାୟକଙ୍କ ଜୀବନ ଚାଲିଗଲା। ଏହା ପୁଲିସର ଏକ ଅମାନିବକ କାର୍ଯ୍ୟ ଓ ଦୋଷ ବୋଲି ମାନବାଧିକାର କମିଶନ ସ୍ଵୀକାର କରିଛନ୍ତି। ତାଙ୍କୁ କ୍ଷତିପୂରଣ ଆଦେଶ ଦେଇଛନ୍ତି। ହେଲେ ସେ କଷ୍ଟ ସେ ଦୁଃଖ କ’ଣ କେହି ଭୋଗିଛନ୍ତି? ଭଗବାନ କରନ୍ତୁ ତାହା କାହା ଭାଗ୍ୟରେ ନଆସୁ ।
ସେମିତି ଆଉଜଣେ। ସିନି ସୟ, ପୁଅକୁ ହରାଇଥିବା ମା’। ଆଖି ଆଗରେ ପୁଲିସର ଗୁଳି ତାଙ୍କ ପୁଅ ଭଗବାନ ସୟଙ୍କ ଉପରେ ବାଜିଲା। ଆଉ ଭଗବାନ ସେଥିନ ଚାଲିଗଲା। କଷ୍ଟ ସେତିକିରେ ସରିଲାନି। ପୁଲିସ ବାନ୍ଧିନେଲା ତାଙ୍କୁ। ଦେଶ ନ୍ରୋହ ମାମଲାରେ ତାଙ୍କୁ ଗିରଫ କରାଗଲା ଆଉ ଆଉ ସେ ଭୋଗିଲେ ଦୁଇ ବର୍ଷରୁ ଅଧିକ କାରାଦଣ୍ଡ।

ବହୁଚର୍ଚିତ ଭାଲିଆଗୁଡ଼ା ଏନ୍କାଉଣ୍ଟରରେ ଯେଉଁ ୫ ଜଣଙ୍କ ମୃତ୍ୟୁ ଘଟିଥିଲା ସେ ଭିତରେ ରହିଥିଲେ ଲକ୍ଷ୍ମୀ ବାଗ୍ଚୀଙ୍କ ସ୍ଵାମୀ। ସେ ବି ପୁଲିସର ବର୍ବରତାର ଶିକାର ହୋଇଛନ୍ତି। ଏମିତି ନିଜ ନିଜ କାହାଣୀକୁ ବଖାଣିବାବେଳେ ତାଙ୍କ ଆଖି କଥା ଛାଡ଼ନ୍ତୁ ଆପଣ ଶୁଣିଲେ ଲୁହ ବୋହି ଆସିବା ସ୍ଵଭାବିକ। ଆଉ ମନରେ ପ୍ରଶ୍ନ ହେବା ନିଶ୍ଚିତ ଯେ, ଏବେ ବି ଖାକି ପିନ୍ଧିଲେ ମଣିଷଟି ଦାନବ ପାଲଟିଯାଇପାରୁଛି? କାହିଁକି?
ଭୁବନେଶ୍ଵରରେ ଆୟୋଜିତ ଏକ ସମାବେଶରେ ଏମିତି ଅନେକ କାହାଣୀ କିନ୍ତୁ ଶୁଣିବାକୁ ମିଳିଥିଲା। ଏହାକୁ ମିଛ ମାମଲଶ ବୋଲି କୁହାଯାଉଛି। ପୁଲିସ-ସାଧାରଣ ଲୋକଙ୍କ ଭିତରେ ସଂହଘର୍ଷର ଉଦାହରଣ ବୋଲି କୁହାଯାଉଛି ଯାହା ଓଡ଼ିଶାର ଜଙ୍ଗଲ, ନିରୀହ ଆଦିବାସୀ ଅଞ୍ଚଳରେ ଜାରି ରହିଛି।
ଏମିତି ଏକ କାହାଣୀ ହେଉଛି ଆରତୀ ମାଝିଙ୍କର। ଗଜପତି ଜିଲ୍ଲା ଅଡ଼ବା ଥାନା ଅଞ୍ଚଳରେ ତାଙ୍କ ଘର। ସେ ଡାକତା ମାଝିଙ୍କ ଝିଅ। ତାଙ୍କୁ ଯେତେବେଳେ ୧୮ରୁ ୧୯ ବର୍ଷ ବୟସ ହୋଇଥିଲା, ପୁଲିସ ସେତେବେଳେ ସଶସ୍ତ୍ର ତାଙ୍କ ଘଷର ପଶିଥିଲା। କହିଲା ବେଳେ ସମୟକୁ ରାତି ୩ଟା ହେବ ବୋଲି ସୂଚନା ଦେଲେ। ଖାଲି ଉଠାଇନେଲେ ନାହିଁ କିଛଇ ଦିନ କ୍ୟାମ୍ପରେ ରଖିଲେ। ତାଙ୍କ ସଙ୍ଗେ ଅନେକ ଅସଦ୍ ବ୍ୟବହାର କଲେ। ତା ପରେ ତାଙ୍କୁ ଜେଲ୍ ଭୋଗିବାକୁ ପଡ଼ିଲା, ପ୍ରାୟ ତିନିବର୍ଷ। କିଛିଦିନ ତଳେ ତାଙ୍କ ବାହାଘର ହୋଇଥିଲା। କିନ୍ତୁ ଯେଉଁ ପିଲାକୁ ଏବେ ବାହା ହୋଇଥିଲେ ସେ ଅଲଗା ରେହୁଛନ୍ତି। ଏବେ ଆରତୀ ୨ ପିଲାଙ୍କ ମା’ । ଦେଶ ଦ୍ରୋହୀ ଓ ଦେଶ ବିରୋଧରେ ଯୁଦ୍ଧ ଘୋଷଣା କରିଛନ୍ତି ବୋଲି ଅପରାଧ ଲଗାଯାଇଛି ।
ଆଉ ଏକ କାହାଣୀ ଅନୀତା ମଲ୍ଲିକଙ୍କର। କୁଇ ସାଂସ୍କୃତିକ କର୍ମୀ। ପାରମ୍ପରିକ ନାଚଗୀତ ମାଧ୍ୟମରେ ସେ ଲୋକଙ୍କ ପାଖରେ ସଚେତନତା ପହଞ୍ଚାନ୍ତି। ହିନ୍ଦି ଫିଲ୍ମ ‘ଲାଲ୍ ସଲାମ୍’କୁ ାସେ ସେ ଦିନ ଗାଁରେ ଦେଖାଉଥିଲେ। ଅଡ଼ବା ପୁଲିସ ତାଙ୍କୁ ଉଠାଇନେଲା। ତାଙ୍କ ଗୋଡ଼ରୁ ପିନ୍ଧିଥିବା ଅଳଙ୍କାରକୁ ବି ଜବତ କଲା ପୁଲିସ। ଜେଲ୍ କାଟି ଫେରିଛନ୍ତି। ଏକ ବର୍ଷରୁ ଅଧିକ ସମୟ।

କନ୍ଧମାଳର ନିଳାଦ୍ରୀ ନାୟକ ମଧ୍ୟ ସେମିତି ଆଉଜଣେ ଉଦାହରଣ। ଯିଏ ପୁଲିସ ଦ୍ଵାରା ନିର୍ଯାତିତ। ମିଛ ମାମଲାର ଶିକାର। ଏବେ ଭିଏଚ୍ପି ନେତା ଲକ୍ଷ୍ମଣାନନ୍ଦଙ୍କୁ ହତ୍ୟା ଅଭିଯୋଗରେ ଆଜୀବନ ଭୋଗୁଛନ୍ତି ତାଙ୍କ ସ୍ଵାମୀ। ପୁଲିସ ତାଙ୍କୁ ବି ଦୋଷୀ ବୋଲି ଭାବେ। ପୁଲିସ ହିଂସା ଓ ରାଷ୍ଟ୍ର ହିଂସାର କିପରି ଶିକାର ହୋଇଛନ୍ତି ତାହାକୁ ବଣ୍ଣନା କରିଥିଲେ।
ଏମିତି ଅନେକ କାହାଣୀ ରହିଛି ଓଡ଼ିଶାର ଆଦିବାସୀ ଗାଁଗୁଡ଼ିକରେ। ସେଇମାନଙ୍କ କାହାଣୀ ନା ଗଣମାଧ୍ୟମକୁ ଆସୁଛି ନା ସରକାର ଗୁରୁତ୍ଵ ଦେଉଛନ୍ତି। ବେଳେବେଳେ ମାନବାଧିକାର କମିଶନ ତାଙ୍କ ଅଧିକାର ବିଷୟ ଶୁଣୁଛନ୍ତି। ହେଲେ ତାହା ଅବଦମିତ କରିପାରୁ ନାହିଁ ପୁଲିସର ବଳର ଗୁଣ୍ଡାରାଜକୁ। ଫଳରେ ଭୟଭୀତ ହେବାକୁ ସେମାନେ ଆଜିବି ବାଧ୍ୟ।