ବିପୁଳ ବିସ୍ଫୋରକ ଜବତ

ଭୁବନେଶ୍ଵର(ଓଟି): ଗୋଦାମରେ ଥିଲା ବିପୁଳ ବିସ୍ଫୋରକ ସାମଗ୍ରୀ। କେଜି କି ଦୁଇ କେଜି ନୁହେଁ ଧରାପଡ଼ିଲା ୧୯୬ କ୍ଵିଣ୍ଟାଲ। ଗଞ୍ଜାମ ଜିଲ୍ଲାରେ ଆଜି ଏଭଳି ସାମଗ୍ରୀ ଜବତ କରିଛି ଏସଟିଏଫ୍। ରମ୍ଭା ଥାନା ଅନ୍ତର୍ଗତ ଗୋପାଳପୁର ଅଞ୍ଚଳ ଉକ୍ତ ଗୋଦାମରେ ଏସଟିଏଫ୍ ପକ୍ଷରୁ ଚଢ଼ଉ କରାଯାଇଥିବାବେଳେ ସେଠାରୁ ୧୯୬ କ୍ଵିଣ୍ଟାଲ ଆମୋନିୟମ ନାଇଟ୍ରେଟ୍ ଜବତ କରାଯାଇଛି। ଏଥିସହ ୩୨ଶହ ଜିଲାଟିନ ଷ୍ଟିକ ଓ ୪୦୬ ଡିଟୋନେଟର ଜବତ ହୋଇଛି। ବେଆଇନ ବିସ୍ପୋରକ ସାମଗ୍ରୀ ରଖିଥିବା ଅଭିଯୋଗରେ ଜଣଙ୍କୁ ଗିରଫ କରାଯାଇଛି।  

Leave a Reply

Your email address will not be published.