ଓୟୁଏଟି କ୍ଵାର୍ଟରରେ ବନ୍ଧୁକ କାରଖାନା
ଓଡ଼ିଶା କୃଷି ବିଶ୍ଵବିଦ୍ୟାଳୟ ( ଓୟୁଏଟି)ର ଷ୍ଟାଫ୍ କ୍ଵାର୍ଟରରେ ଚାଲିଛି ବନ୍ଧୁକ କାରଖାନା। ବିଶ୍ଵାସ ହେଉ ନଥିଲେ ବି ଏହା ସତ। ସରକାରୀ ଘରକୁ ସୁରକ୍ଷିତ ଭାନି ଦୀର୍ଘଦିନ ହେଲା ଏଠାରେ ବନ୍ଧୁକ ଓ ବିସ୍ଫୋରକ ତିଆରି ହେଉଥିବା ସଳଚନା ମିଳିଛି। ନିର୍ବାଚନ ପରିପ୍ରେକ୍ଷୀରେ ଚାଲିଥିବା ଧରପଗଡ଼ ବେଳେ ଏହା ସାମ୍ନାକୁ ଆସିଛି।
ପୁଲିସ ଚଢ଼ାଉ ବେଳେ ଏହି ଘର ୩ଟି ଅର୍ଦ୍ଧ ନିର୍ମିତ ବନ୍ଧୁକ ସହ ବିପୁଳ ବିସ୍ଫୋରକ ଜବତ ହୋଇଛି। ପୁଣି ଏଥିରେ ଅଭିଯୁକ୍ତ ହେଉଛନ୍ତି ସେ ଘରର ମାଲିକ ନୃସିଂହ ନାୟକ। ସେ ଓୟୁଏଟିରେ ଚାକିରି କରନ୍ତି।
ଗତକାଲି ବନ୍ଧୁକ ଭିଡ଼ୁଥିବା ସମୟରେ ହଠାତ୍ ବିସ୍ଫୋରଣ ହୋଇଥିଲା। ଏ ବାବଦରେ ସୂଚନା ପାଇଁ ପୁଲିସ ସମ୍ପୃକ୍ତ ଘର ଚଢ଼ାଉ କରିଥିଲା। ସେତେବେଳେ ବନ୍ଧୁକ ତିଆରି ପାଇଁ ଆବଶ୍ୟକ ବିଭିନ୍ନ ଯନ୍ତ୍ରପାତି ଜବତ କରାଯାଇଥିଲା।