ଧର୍ମେନ୍ଦ୍ରଙ୍କୁ ଭେଟିଲେ ପ୍ରଦୀପ

ବରଗଡ଼ (ଓଟି): ଅଞ୍ଚଳର ବିକାଶ ପାଇଁ ସାମୂହିକ ଉଦ୍ୟମ ଦରକାର। ଜନନେତାଙ୍କ ଆନ୍ତରିକ ଉଦ୍ୟମରେ ଜନତାଙ୍କ ଉନ୍ନତି ହୋଇପାରିବ। ଏହି ମର୍ମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟିଛନ୍ତି ପଦ୍ମପୁରର ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ। ପଦ୍ମପୁର ଅଞ୍ଚଳର ବିକାଶ ପାଇଁ ସେ କେନ୍ଦ୍ରମନ୍ତ୍ରୀଙ୍କ ସହ ଆଲୋଚନା କରିଥିବା ଜଣାପଡ଼ିଛି।

ସୂଚନା ଅନୁସାରେ ବିଜେପିର ବରିଷ୍ଠ ନେତା ଶ୍ରୀ ପୁରୋହିତ ଦିଲ୍ଲୀଠାରେ ଦିଲ୍ଲୀଠାରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କୁ ସାକ୍ଷାତ କରି ଅଞ୍ଚଳର ବିକାଶ ପାଇଁ ଅନୁରୋଧ କରିଥିଲେ। ଏଦିଗରେ ମନ୍ତ୍ରୀ ସକାରାତ୍ମକ ପ୍ରତିଶ୍ରୁତି ଦେଇଥିବା ଜଣାପଡ଼ିଛି। ଶ୍ରୀ ପୁରୋହିତ ପଦ୍ମପୁର ଅଞ୍ଚଳର ଉନ୍ନତି ପାଇଁ କେତେଗୁଡ଼ିଏ ପ୍ରସ୍ତାବ ଦେଇଥିବାବେଳେ ସେବୁର ସମୀକ୍ଷା କରି ଉଚିତ ପଦକ୍ଷେପ ନେବେ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ପ୍ରକାଶ କରିଛନ୍ତି। ପଦ୍ମପୁରର ବିକାଶ ଦିଗରେ ମନ୍ତ୍ରୀ ଆଗ୍ରହ ପ୍ରକାଶ କରିଥିବାରୁ ଶ୍ରୀ ପୁରୋହିତ ଓ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କୁ ଅଞ୍ଚଳବାସୀ କୃତଜ୍ଞତା ଜ୍ଞାପନ କରିଛନ୍ତି।

Leave a Reply

Your email address will not be published. Required fields are marked *