କଟକ ରେଳ ଷ୍ଟେସନରେ ଏସ୍କାଲେଟର

କଟକ – ବ୍ରହ୍ମପୁର ମେମୁର ସଂପ୍ରସାରଣ ଓ ହୀରାକୁଦ ଏବଂ ପୁରୀ – ଆଜମେର ଏକ୍ସପ୍ରେସର ଅତିରିକ୍ତ ରହଣି ଘୋଷିତ

କଟକର ସିଆରଆରଆଇ ଠାରେ ଆୟୋଜିତ ଏକ ଉତ୍ସବରେ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ରାଧାମୋହନ ସିଂଙ୍କ ଦ୍ୱାରା କଟକ ରେଳଷ୍ଟେସନ ସମ୍ମୁ‌ଖରୁ ଦେଖିବା ଓ ପରିବେଷ୍ଟିତ ଅଞ୍ଚଳର ବିକାଶ କାର୍ଯ୍ୟକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରିଛନ୍ତି। କେନ୍ଦ୍ର ମନ୍ତ୍ରୀ ମଧ୍ୟ ୬ମିଟର ଚଉଡ଼ାର ଫୁଟ ଓଭର ବ୍ରିଜ, ଅଧିକ ଯାତ୍ରୀ ସୁବିଧା ବ୍ୟବସ୍ଥା ସହ ରେଳଷ୍ଟେସନର ପୂର୍ବ ପାର୍ଶ୍ୱରେ ଏସ୍କାଲେଟର ବ୍ୟବସ୍ଥା ସହ ବିଶାଖାପାଟଣା- ଅମୃତସର-ବିଶାଖାପାଟଣା ହୀରାକୁଦ ଏକ୍ସପ୍ରେସ ଓ ପୁରୀ- ଆଜମେର-ପୁରୀ ଏକ୍ସପ୍ରେସର ନରାଜ ମାର୍ଥାପୁରଠାରେ ଅତିରିକ୍ତ ରହଣି ଘୋଷଣା କରିଛନ୍ତି।

ରେଳ ମନ୍ତ୍ରାଳୟ ପକ୍ଷରୁୁ କଟକ ରେଳ ଷ୍ଟେସନରେ ଯାତ୍ରୀ ସୁବିଧା ସୁଯୋଗକୁ ଆହୁରି ଅଧିକ ବୃଦ୍ଧି ପାଇଁ ବଛାଯାଇଥିଲା। ଏଥିପାଇଁ ମନ୍ତ୍ରାଳୟ ପକ୍ଷରୁ ଟ.୧୦ କୋଟି ଟଙ୍କା ମଞ୍ଜୁରୀ ଦିଆଯାଇଥିଲା। ଉପରୋକ୍ତ ଦୃଷ୍ଟିକୋଣରୁ ଷ୍ଟେସନର ପୁନଃବିକାଶ କାର୍ଯ୍ୟ ମଧ୍ୟରେ ପରିବେଷ୍ଟିତ ଅଞ୍ଚଳ, ପାର୍କିଂ ସ୍ଥାନ, ସଂଯୁକ୍ତ ସଡ଼କ ଓ ପାଥେୱ ପ୍ରଶସ୍ତିକରଣ ଓ ଗେଟ ନଂ ୧ ଓ ୨ ପ୍ରବେଶ ପଥକୁ ସବୁଜ ବଳୟରେ ବିକଶିତ, ସବୁ ପ୍ଲାଟଫର୍ମରେ ୦୬ ମିଟର ପ୍ରସସ୍ଥ ନୂଆ ଏଫଓବି, ଏସ୍କାଲେଟର/ଲିଫ‌୍‍ଟ ବ୍ୟବସ୍ଥା, ଆକ୍ସେସ କଂଟ୍ରୋଲ ୱାଲ‌୍‍ ସହିତ ଷ୍ଟେସନର ଉଭୟ ପାର୍ଶ୍ୱରେ ଥିମାଟିକ ପେଣ୍ଟି, ଯାତ୍ରୀମାନଙ୍କର ସମସ୍ତ ସୁବିଧାରେ ଉନ୍ନତିକରଣ ଯଥା ବିଶ୍ରାମ କକ୍ଷ, ରିଟାୟରିଂ ରୁମ‌୍‍, ଫୁଡ଼‌୍‍ ପ୍ଲାଜା, ୱାଟର ବୁଟ‌୍‍, ଯାତ୍ରୀ ସୂଚନା ପ୍ରଣାଳୀ ଏବଂ ପ୍ଲାଟଫର୍ମ ଇତ୍ୟାଦି। ସୁରକ୍ଷା ବିକାଶ କ୍ରମରେ, ଅତିରିକ୍ତ ସିସିଟିଭି କ୍ୟାମେରା, ସମନ୍ୱିତ ସୁରକ୍ଷା ପ୍ରଣାଳୀକୁ ସଂସ୍ଥାପନ କରାଯାଇଛି।

Leave a Reply

Your email address will not be published.