ବିଶ୍ୱ ପରିବେଶ ଦିବସକୁ ନେଇ ସ୍ପେଶାଲ୍ ସଙ୍ଗ୍ ‘ହୱା ଆନେ ଦୋ…’

ଆଜି ବିଶ୍ୱ ପରିବେଶ ଦିବସ । ପରିବେଶକୁ ସ୍ୱଚ୍ଛ ଓ ସୁନ୍ଦର କରି ଗଢିବା ପାଇଁ ଏକ ବିଶେଷ ଗୀତ ମାଧ୍ୟମରେ ବାର୍ତ୍ତା ପ୍ରଦାନ କରାଯାଇଛି । ଭାମଲା ଫାଉଣ୍ଡେସନ୍ ଏକ ବେସରକାରୀ ସଂଗଠନ ଓ ପରିବେଶ ମନ୍ତ୍ରଣାଳୟର ମିଳିତ ଆନୁକୂଲ୍ୟରେ ଭିଡିଓଟି ପ୍ରସ୍ତୁତ ହୋଇଛି । ଚଳିତବର୍ଷର ଥିମ୍ ‘ବାୟୁ ପ୍ରଦୁଷଣ’ ଅନୁଯାୟୀ ଗୀତର ନାଁ ରହିଛି ‘ହୱା ଆନେ ଦୋ…’ । ଏହି ଗୀତରେ ବି ଟାଉନର ଅନେକ ସେଲିବ୍ରିଟିଙ୍କୁ ଦେଖିବାକୁ ମିଳିଛି । ବାୟୁ ପ୍ରଦୁଷଣକୁ ରୋକିବା ପାଇଁ ସେଲିବ୍ରିଟିମାନେ ଗୀତ ମାଧ୍ୟମରେ ମେସେଜ୍ ଦେଉଛନ୍ତି । ଗୀତର ପ୍ରଥମ ଦୃଶ୍ୟରେ ଅକ୍ଷୟ କୁମାର ନଜର ଆସିଛନ୍ତି ।

ଅନ୍ୟ ତାରକାଙ୍କ ମଧ୍ୟରେ ଅଛନ୍ତି ବିକି କୌଶଲ, ରାଜକୁମାର ରାଓ, କପିଲ୍ ଶର୍ମା, କୋରିଓଗ୍ରାଫର୍ ସାମକ୍ ଡାବର, ସିଙ୍ଗର ସୁନିଧି ଚୌହାନ୍ ଓ ଶଙ୍କର ମହାଦେବନ୍ ଭଳି ଆହୁରି ଅନେକ ନାମୀଦାମୀ ତାରକା । ବାୟୁ ପ୍ରଦୁଷଣ ସମସ୍ୟାର ସମାଧାଦ ଦିଗରେ ସନ୍ଦେଶ ଦେଇ ଆସୁଥିବା ବିଭିନ୍ନ ସଂସ୍ଥାର କୁନି କୁନି ପିଲାଙ୍କୁ ମଧ୍ୟ ଭିଡିଓରେ ଦେଖିବାକୁ ମିଳିଛି । ଆଗାମୀ ପିଢି ଓ ବାୟୁ ପ୍ରଦୁଷଣ ଜନିତ ସମସ୍ୟାକୁ ନେଇ ସମ୍ପୂର୍ଣ୍ଣ ଗୀତ ଫୋକସ୍ କରାଯାଇଛି । ଗଛ ଲଗାଇବା ଓ ଟ୍ରାଫିକ୍ ପାଇଁ ବାୟୁ ପ୍ରଦୁଷଣ ଉପରେ ଅଧିକ ଗୁରୁତ୍ୱ ଦିଆଯାଇଛି ।

Leave a Reply

Your email address will not be published. Required fields are marked *