ନବରଙ୍ଗପୁର, ବଲାଙ୍ଗିରରେ ଓ ଢେଙ୍କାନାଳରେ ବିଜେପି ଆଗୁଆ
ଆଜି ସାରା ଦେଶରେ ଭୋଟ୍ ଗଣତି ଚାଲିଥିବା ବେଳେ ବିଜେପି ଆଗୁଆ ରହିଛି। ଓଡ଼ିଶାରେ ମଧ୍ୟ ପ୍ରାରମ୍ଭରୁ ବିଜେପି ଆଗରେ ଚାଲିଛି। ଏଠାରେ ଦଳ ଆଗରେ ଚାଲିଛି। ବିଜେପି ଲୋକସଭା ପ୍ରାର୍ଥୀ ବଳଭଦ୍ର ମାଝି ନବରଙ୍ଗପୁରରେ, ବଲାଙ୍ଗିର ଲୋକସଭା ଆସନରେ ବିଜେପି ପ୍ରାର୍ଥୀ ସଙ୍ଗୀତା ସିଂହଦେଓ ଆଗରେ ଚାଲିଛନ୍ତି। ସେହିପରି ଢେଙ୍କାନାଳ ଲୋକସଭା ଆସନରେ ବିଜେପି ପ୍ରାର୍ଥୀ ରୁଦ୍ର ନାରାୟଣ ପାଣି ଆଗରେ ଚାଲିଛନ୍ତି।
ବୀରମହାରାଜପୁର ବିଧାନସଭା ଆସନରେ ମଧ୍ୟ ବିଜେପି ପ୍ରାର୍ଥୀ ରଘୁନାଥ ଜଗଦଳା ଆଗରେ ଚାଲିଛନ୍ତି।
ସେହିପରି ସାରା ଦେଶରେ ୫୪୨ଟି ଲୋକସଭା ଆସନରୁ ୩୨୦ଟିରେ ୧୯୬ଟି ଆସନରେ ବିଜେପି ଓ ଏହାର ମେଣ୍ଟ ଦଳ ଆଗରେ ଚାଲିଥିବା ବେଳେ କଂଗ୍ରେସ ଓ ଏହାର ମେଣ୍ଟ ଦଳ ୬୩ଟି ଆସନରେ ଆଗୁଆ ଚାଲିଛନ୍ତି।