ଘୋଷଣା ହେଲା ଦିଲ୍ଲୀ ନିର୍ବାଚନ ତାରିଖ: ଫେବୃଆରୀ ୮ରେ ଭୋଟ
ନୂଆଦିଲ୍ଲୀ: ଫେବ୍ରୁଆରୀ ୨୨ରେ ଦିଲ୍ଲୀ ବିଧାନସଭାର କାର୍ଯ୍ୟକାଳ ସରିବାକୁ ଥିବା ଦିଲ୍ଲୀ ବିଧାନସଭା ପାଇଁ ନିର୍ବାଚନ ପ୍ରକ୍ରିୟା ଘୋଷଣା କରିଛନ୍ତି ମୁଖ୍ୟ ନିର୍ବାଚନ କମିଶନର। ମୁଖ୍ୟ ନିର୍ବାଚନ କମିଶନର ସୁନୀଲ ଅରୋରାଙ୍କ ଘୋଷଣା ଅନୁସାରେ ଫେବ୍ରୁଆରୀ ୮ରେ ମତଦାନ ଗ୍ରହଣ କରାଯିବ । ନୀର୍ବାଚନ କମିଶନ ଏନେଇ ବିଧିବଦ୍ଧ ଘୋଷଣା କରିଛନ୍ତି। ଏହି ଘୋଷଣା ପରେ ବିଭିନ୍ନ ରାଜନୀତିକ ଦଳରେ ଉଷ୍ମତା ପ୍ରକାଶ ପାଇଛି । ସବୁ ଦଳ ନିଜନିଜର ସଫଳତା ବଖାଣିବା ସହ ଭୋଟରଙ୍କ ମନଜିଣିବା ପାଇଁ ମତ ପ୍ରକାଶ କରିବା ଆରମ୍ଭ କରିଦେଇଛନ୍ତି ।
ଶ୍ରୀ ଅରୋରା କହିଛନ୍ତି, ଆସନ୍ତା ୧୪ ତାରିଖରେ ଏ ସଂକ୍ରାନ୍ତ ବିଜ୍ଞପ୍ତି ପ୍ରକାଶ ପାଇବ । ଆଶାୟୀ ପ୍ରାର୍ଥୀଙ୍କ ଲାଗି ଜାନୁଆରୀ ୨୧ରେ ନାମାନଙ୍କନ ପତ୍ର ଦାଖଲ ଶେଷ ତାରିଖ ରହିବ। ୨୨ରେ ଯାଞ୍ଚ, ଫେବ୍ରୁଆରୀ ୮ରେ ଭୋଟ ଗ୍ରହଣ ଓ ୧୧ରେ ଗଣନା କରାଯିବ ।
ଅନ୍ୟପକ୍ଷରେ ଆସନ୍ତା ଦିଲ୍ଲୀ ନିର୍ବାଚନରେ ତ୍ରିମୁଖୀ ଲଢ଼େଇ ହେବା ପ୍ରାୟତଃ ସ୍ପଷ୍ଟ ହୋଇଯାଇଛି । ଆମ୍ ଆଦମୀ ପାର୍ଟି (ଆପ), ବିଜେପି ଓ କଂଗ୍ରେସ ମଧ୍ୟରେ କଡ଼ା ମୁକାବିଲା ହେବ ବୋଲି ଜଣାପଡ଼ିଛି । ୨୦୧୪ ସାଧାରଣ ନିର୍ବାଚନରେ ବିଜେପି ସବୁ ଆସନ ଅକ୍ତିଆର କରିଥିବାବେଳେ ୨୦୧୫ ବିଧାନସଭା ନିର୍ବାଚନରେ କିନ୍ତୁ ଆପ୍ କ୍ଷମତାକୁ େ‘ରିବାକୁ ସମର୍ଥ ହୋଇପାରିଥିଲା । ତେଣୁ ଆସନ୍ତା ନିର୍ବାଚନ କିଭଳି ହେବ ସେନେଇ ସାଧାରଣରେ ଉତ୍ସୁକତା ପ୍ରକାଶ ପାଇଛି ।
ରିପୋର୍ଟ: ଏସ୍ପି