ଲୋକସଭା ନିର୍ବାଚନକୁ ନେଇ ନିର୍ମାଣ ହେବ ଡକ୍ୟୁମେଣ୍ଟାରୀ

ନ୍ୟାସନାଲ୍ ଜିଓଗ୍ରାଫିକ୍ ଚ୍ୟାନେଲ୍ ପକ୍ଷରୁ ଲୋକସଭା ନିର୍ବାଚନ ୨୦୧୯କୁ ନେଇ ଏକ ଡକ୍ୟୁମେଣ୍ଟାରୀ ନିର୍ମିତ ହେବ ବୋଲି ଘୋଷଣା କରାଯାଇଛି । ଏଥିରେ ସମସ୍ତ ଦଳର ର‌୍ୟାଲି ଓ ନିର୍ବାଚନ ପ୍ରଚାରର ଝଲକ ରହିବ । ଚ୍ୟାନେଲ୍ ପକ୍ଷରୁ କୁହାଯାଇଛି ଯେ ଦେଶର ୩୭ଟି ସ୍ଥାନରେ ମଲଟି-କ୍ରୁ ପ୍ରଡକସନ୍ ମାଧ୍ୟମରେ ସେସବୁର ସୁଟିଂ କରାଯାଇଛି । ସେଥିରେ ବୁଥ୍ ଅଧିକାରୀ, ପ୍ରଥମ ଥର ଭୋଟ୍ ଦେଉଥିବା ଯୁବକ ଯୁବତୀ ଓ ସବୁଠାରୁ ବୃଦ୍ଧ ଭୋଟରଙ୍କ ଅନୁଭବ ରେକର୍ଡ଼୍ କରାଯାଇଛି ।

ଏହି ଡକ୍ୟୁମେଣ୍ଟାରୀରେ ଦିଲ୍ଲୀ ନିର୍ବାଚନ ଆୟୋଗ କାର୍ଯ୍ୟାଳୟ, ଭାରତ-ଚୀନ୍ ସୀମାରେ ଥିବା ଗାଁ ଓ ସହର, ଉତ୍ତରପ୍ରଦେଶ ଓ ତାମିଲନାଡ଼ୁର ଘନ ଜନବସତି ଅଂଚଳ ଓ ଛତିଶଗଡ଼ର କେତେକାଂଶରେ ନିର୍ବାଚନ ପ୍ରଚାରକୁ ଦେଖିବାକୁ ମିଳିବ । ନିର୍ବାଚନ ପ୍ରଚାର ପାଇଁ ସୋସିଆଲ୍ ମିଡିଆର ଭୂମିକାକୁ ମଧ୍ୟ ଡକ୍ୟୁମେଣ୍ଟାରୀରେ ସ୍ଥାନ ଦିଆଯାଇଛି । ଏହାର ପ୍ରସ୍ତୁତି ଖୁବ୍ ଜୋରସୋରରେ ଆଗେଇ ଚାଲିଛି ଏବଂ ଆଗାମୀ କିଛିଦିନ ମଧ୍ୟରେ ନ୍ୟାସନାଲ୍ ଜିଓଗ୍ରାଫିକ୍ ଚ୍ୟାନେଲରେ ଏହାର ପ୍ରସାରଣ କରାଯିବ ବୋଲି ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *