ଆଜିଠୁ ଲାଗୁ ହେଲା ଆଚରଣ ବିଧି, ପ୍ରଚାର ଉପରେ କଟକଣା

ନିର୍ବାଚନ କମିଶନର ଭାରତରେ ସଂସଦୀୟ ନିର୍ବାଚନ ପାଇଁ ତାରିଖ ଘୋଷଣା କରିବାକୁ ଯାଉଛନ୍ତି। ଏହାସହ ୫ ରାଜ୍ୟର ବିଧାନସଭା ପାଇଁ ତାରିଖ ଘୋଷଣା କରାଯିବ। ଏହି ଅନୁସାରେ ନିର୍ବାଚନ କମିଶନର ବିଧି ଅନୁସାରେ ଆଚରଣ ବିଧି ଲାଗୁ କରିଛନ୍ତି। ଏହାସହ ନିର୍ବାଚନ ପ୍ରଚାର ଉପରେ କଟକଣା ଲାଗୁ କରିଛନ୍ତି। ଜନସାଧାରଣଙ୍କୁ କ୍ଷମତା ଦେବା ଉଦ୍ଦେଶ୍ୟରେ ସିଟିଜେନ୍‌ ପୋର୍ଟାଲ ଆରମ୍ଭ କରାଯାଇଥିବା ମୁଖ୍ୟ ନିବାଚନ ଆୟୁକ୍ତ ସୁନୀଲ ଅରୋରା କହିଛନ୍ତି।

ରାତି ୧୦ ପରେ ମାଇକ୍‌ ମନା

ନିର୍ବାଚନ ପ୍ରଚାର ସମୟରେ ଶବ୍ଦ ପ୍ରଦୂଷଣକୁ ଧ୍ୟାନ ରଖାଯାଇଛି। ପରିବେଶକୁ ଧ୍ୟାନ ରଖି ଯେପରି ପ୍ରଚାର ହେବ ସେଥିପ୍ରତି କମିଶନର ଧୟାନ ରଖାଯାଇଛି। କେଣସି ମୁହୂର୍ତ୍ତରେ ରାତି ୧୦ଟା ପରେ ଲାଉଡ୍ସସ୍ପିକର ବାଜିବ ନାହିଁ। ସକାଳ ୬ ପୂର୍ବରୁ କୌଣସି ମାଇକ୍‌ ବାଜିବ ନାହିଁ।

ପର୍ବପର୍ବାଣୀ, ପରୀକ୍ଷାକୁ ଦୃଷ୍ଟିରେ ରଖି ତାରିଖ ଚିହ୍ନଟ

ସାମ୍ବିଧାନିକ ବ୍ୟବସ୍ଥାକୁ ଆଖିରେ ରଖି ମୁଖ୍ୟ ନିର୍ବାଚନ କମିଶନର ସୁନୀଲ୍‌ ଅରୋରା ନିର୍ବାଚନ ତାରିଖ ଘୋଷଣା କରିଛନ୍ତି। ଏଥିଲାଗି ସମସ୍ତ ପ୍ରସ୍ତୁତି ସରିଛି। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ, ରାଜ୍ୟଗୁଡ଼ିକର ମୁଖ୍ୟ ସଚିବ, ଡିଜି ଏବଂ ପୁଲିସ ନୋଡାଲ୍‌ ଅଧିକାରୀଙ୍କ ସହ ଜାନୁୟାରୀ ମାସରେ ଆଲୋଚନା ହୋଇଛି। ଏଥିରେ ବିଭିନ୍ନ ଅଞ୍ଚଳରେ ଆବଶ୍ୟକ ସାମରିକ ବାହିନୀଙ୍କ ବାବଦରେ ଆଲୋଚନା ହୋଇଛି। ରାଜ୍ୟ ଗୃହ ସଚିବ ଓ କେନ୍ଦ୍ର ଗୃହ ସଚିବଙ୍କ ସହ ାଲୋଚନା ହୋଇଛି। ରେଳବାଇ ସହ ମଧ୍ୟ ଆଲୋଚନା ହୋଇଛି। ବିଭିନ୍ନ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳକୁ ନିର୍ବାଚନ କମିଶନଙ୍କ ପ୍ରତିନିଧି ଯାଇ ବିଭିନ୍ନ ରାଜନୀତିକ ଦଳ ଏବଂ ନିର୍ବାଚନ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ଜିଲ୍ଲାପାଳ, ଏସ୍‌ପି, ଆଇଜି, କମିଶନର ପୁଲିସ ଏବଂ ଅନ୍ୟ ସହଯୋଗୀ ଅଧିକାରୀ, ଇନ୍‌କମ୍‌ ଟ୍ୟାକ୍ସ, ରାଜ୍ୟ ଏକ୍ସାଇଜ୍‌ଙ୍କ ସହ ଆଲୋଚନା ହୋଇଛି।

ବିଭିନ୍ନ ରାଜ୍ୟର ପରୀକ୍ଷା ବୋଡ଼, ସିବିଏସ୍‌ଇ, ବିଭିନ୍ନ ଉତ୍ସବ, ଧର୍ମିକ ପର୍ବପର୍ବାଣୀ ବିଷୟରେ ଆଲୋଚନା ହୋଇଛି। ଅମଳ ଋତୁ ବାବଦରେ ମଧ୍ୟ ଆଲୋଚନା ହୋଇଛି।

୯୦ କୋଟି ଭୋଟର, ଦେଢ଼କୋଟି ନୂଆ ଭୋଟର

୮କୋଟି ୪୩ ଲକ୍ଷ ଗୋଟର ବଢ଼ିଛନ୍ତି। ଏଥର ୯୦ କୋଟି ଭୋଟର ଭୋଟ୍‌ ଦେବେ। ୧୦ କୋଟି ପୋଲିଂ ବୁଥ୍‌ କରାଯାଇଛି। ଗତ ଥର ୯ ଲକ୍ଷ ସଂଖ୍ୟା ଥିଲା। ଯଦି ଆବଶ୍ୟକ ପଡ଼ିବ ତେବେ ଅଧିକ ସଂଖ୍ୟଶରେ ସହାୟକ ପୋଲିଂ ବୁଥ୍‌ କରାଯିବ। ୧୮ରୁ ୧୯ ବର୍ଷ ଭିତରେ ଏଥର ଭୋଟରଙ୍କ ସଂଖ୍ୟା ଦେଢ଼ କୋଟି ରହିବ।

ସବୁ ପୁଲିଂ ବୁଥରେ ଭିଭିପ୍ୟାଟ୍‌ ମସିନ୍‌ ରହିବ। ନୋଟା ବ୍ୟବସ୍ଥା ରହିବ। ୧୭.୪ ଲକ୍ଷ ଅଧିକ ଭିଭିପ୍ୟାଟ୍‌ ବ୍ୟବସ୍ଥା କରାଯାଇଛି। ଏହିମସିନ୍‌ସବୁ ଆବଶ୍ୟକ ସମୟରେ କାମରେ ଆସିପାରିବ।

Leave a Reply

Your email address will not be published.