ଏକତାଙ୍କ ପାଇଁ ସନ୍ତାନ କେବଳ ଫ୍ୟାଶନ୍ କି? ଟ୍ରୋଲ୍ ହେଉଛନ୍ତି ଏକତା କପୁର୍
ନିକଟରେ ଏକତା କପୁର୍ ସରୋଗେସୀ ଦ୍ୱାରା ମା’ ହେବାର ସୌଭାଗ୍ୟଲାଭ କରିଛନ୍ତି । ଏକତା ତାଙ୍କର ପୁଅର ନାମ ରଖିଛନ୍ତି ରବି । ସୋମବାର ଦିନ ରବିଙ୍କର ପ୍ରଥମ ଝଲକ ଦେଖିବାକୁ ମିଳିଥିଲା । ଏକତା ଓ ରବିଙ୍କ କିଛି ଫଟୋଗ୍ରାଫ୍ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି ଏବଂ ସେଗୁଡ଼ିକୁ ନେଇ ଏକତା ଟ୍ରୋଲ୍ ହେବାରେ ଲାଗିଛନ୍ତି। ଗୋଟିଏ ଫଟୋରେ ଏକତାଙ୍କ ପୁଅ ରବି ନୈନିଙ୍କ କୋଳରେ ଅଛି ଏବଂ ଏକତା ତାଙ୍କ ପାଖରେ ଅଛନ୍ତି । ଏହି ଫଟୋକୁ ନେଇ ଭ୍ୟୁଅର୍ସମାନେ କମେଣ୍ଟ୍ ବକ୍ସରେ ଲେଖିଛନ୍ତି ଯେ – ‘ଏକତା କ’ଣ ନିଜ ସନ୍ତାନକୁ ନିଜ କୋଳରେ ରଖିପାରୁ ନାହାନ୍ତି କି? ଫେକ୍ ମା’ ସବୁବେଳେ ଫେକ୍ ହିଁ ରହିବ’ ।
ଆଉ ଜଣେ ୟୁଜର୍ସ ଲେଖିଛନ୍ତି – ଏକତା ମା’ ନା ଆଉ କିଛି, ପୁଅର ଲାଳନପାଳନ ପାଇଁ ନୈନି ମଧ୍ୟ ରଖିସାରିଛନ୍ତି । ମା’ର ଭାବନା କ’ଣ ମନ ଭିତରେ ଆସିବ? ଆଉ କିଛି ୟୁଜର୍ସ କମେଣ୍ଟ୍ କରିଛନ୍ତି – ଏକତାଙ୍କ ପାଇଁ ସନ୍ତାନ କେବଳ ଏକ ଫ୍ୟାଶନ୍ କି? ଆଉ କିଛି ଭ୍ୟୁଅର୍ସ ଟ୍ରୋଲ୍ କରି ଏକତାଙ୍କୁ ଅନୁରୋଧ କରିଛନ୍ତି – ଦୟାକରି ନିଜ ସନ୍ତାନକୁ ନିଜ କୋଳରେ ଧରନ୍ତୁ । ସୂଚନାଯୋଗ୍ୟ ନିକଟରେ ଏକତାଙ୍କ ପୁଅର ନାମକରଣ ଉତ୍ସବ ଅନୁଷ୍ଠିତ ହୋଇଥିଲା ଏବଂ ଟେଲି ଦୁନିଆର ଅନେକ ନାମୀଦାମୀ କଳାକାର ଉତ୍ସବରେ ସାମିଲ୍ ହୋଇଥିଲେ ।