ମା’ ହେଲେ ଏକତା କପୁର୍

ସରୋଗେସି ମାଧ୍ୟମରେ ଏକତା କପୁର୍ ମା’ ହେବାର ସୌଭାଗ୍ୟଲାଭ କରିଛନ୍ତି । ଗତ ୨୭ ତାରିଖରେ ଜନ୍ମ ହୋଇଥିବା ଏକତାଙ୍କ ପୁତ୍ର ଖୁବ୍ ଶୀଘ୍ର ଘରକୁ ଆସିବ ବୋଲି ଖବର ମିଳିଛି । ଏକତା ଶିଶୁଙ୍କୁ ଖୁବ୍ ଭଲ ପାଆନ୍ତି । ତାଙ୍କ ଭାଇ ତୁଷାର କପୁର୍ଙ୍କ ପୁଅ ଲକ୍ଷ୍ୟ ସହିତ ଏକତାଙ୍କୁ ଅନେକଥର ସ୍ପଟ୍ କରାଯାଇଛି । ତୁଷାର ମଧ୍ୟ ସରୋଗେସି ମାଧ୍ୟମରେ ବାପା ହେବାର ସୌଭାଗ୍ୟଲାଭ କରିଥଲେ । ଏକତା ବାହା ହେବାକୁ ଚାହୁନାହାନ୍ତି । କିନ୍ତୁ କ୍ୟୁଟ୍ ଲକ୍ଷ୍ୟ ତାଙ୍କ ଜୀବନକୁ ଆସିବା ପରେ ସେ ମାତୃତ୍ୱ ସୁଖ ଚାହାନ୍ତି ବୋଲି ଏକଦା ସେ କହିଥିଲେ । ତେଣୁ ଏହି ଇଛାକୁ ପୁରଣ କରିବା ପାଇଁ ଏକତା ସରୋଗେସି ପଦ୍ଧତି ଆପଣାଇଛନ୍ତି । ଏହି ଖବର ସୋସିଆଲ୍ ମିଡିଆକୁ ଆସିବା ପରେ ତାଙ୍କ ପାଖକୁ ଶୁଭକାମନାର ସୁଅ ଛୁଟିଛି ଏବଂ ଏକତାଙ୍କ ସହିତ ତାଙ୍କ କୁନି ପୁଅକୁ ଦେଖିବା ପାଇଁ ପ୍ରଶଂସକମାନେ ଉତ୍ସାହର ସହ ଅପେକ୍ଷା କରିଛନ୍ତି ।

Leave a Reply

Your email address will not be published. Required fields are marked *