‘ଏକ୍ ଲଡ଼୍କି କୋ ଦେଖା ତୋ ଐସା ଲଗା’ର ବକ୍ସ ଅଫିସ୍ ହାଲ୍ଚାଲ୍
୧ ଫେବୃୟାରୀରେ ମୁକ୍ତିଲାଭ କରିଛି ଅନିଲ୍ କପୁର୍ ଓ ସୋନମ୍ଙ୍କ ଅଭିନୀତ ‘ଏକ୍ ଲଡ଼୍କି କୋ ଦେଖା ତୋ ଐସା ଲଗା’ । ଏଥିରେ ଜୁହି ଚାୱଲା ଓ ରାଜକୁମାର ରାଓ ମଧ୍ୟ ସ୍କ୍ରୀନ୍ ସେୟାର୍ କରିଛନ୍ତି । ପ୍ରଥମ ଦିନ ଏହା ୩.୩୦କୋଟି ଟଙ୍କାର ବ୍ୟବସାୟ କରିଛି । ଟ୍ରେଡ୍ ଆନାଲିଷ୍ଟ୍ ତରଣ ଆଦର୍ଶ ଟ୍ୱିଟ ମାଧ୍ୟମରେ ଏହି ସୂଚନା ଦେଇଛନ୍ତି ।
ରିଲିଜ୍ ପୂର୍ବରୁ ଅନ୍ୟ ଜଣେ ଟ୍ରେଡ୍ ଆନାଲିଷ୍ଟ୍ ଗିରୀଶ ଜୋହର୍ ଏହାର ବ୍ୟବସାୟ ସମ୍ପର୍କରେ ପୂର୍ବ ଅନୁମାନ କରି କହିଥିଯେ – ଫିଲ୍ମ ପ୍ରଥମ ଦିନ ୨.୫ରୁ ୩ କୋଟି ବକ୍ସ ଅଫିସ୍ ବ୍ୟବସାୟ କରିବ । କିନ୍ତୁ ‘ଏକ୍ ଲଡ଼୍କି କୋ ଦେଖା ତୋ ଐସା ଲଗା’ ଏହି ଅନୁମାନ ଠାରୁ ଅଧିକ ବ୍ୟବସାୟ କରିଛି । ଟୁଇଷ୍ଟ୍ ଓ ଟର୍ଣ୍ଣରେ ଭରପୂର ଏକ ନିଆରା ଲଭ୍ଷ୍ଟୋରୀ ‘ଏକ୍ ଲଡ଼୍କି କୋ ଦେଖା ତୋ ଐସା ଲଗା’ ଦର୍ଶକଙ୍କୁ ଖୁବ୍ ଆକର୍ଷିତ କରିଛି । ଫିଲ୍ମ ପ୍ରତି ଦର୍ଶକଙ୍କ ପ୍ରତିକ୍ରିୟା ଦେଖିବା ପରେ ଆକଳନ କରାଯାଉଛି ଯେ ୩୦-୩୫ କୋଟି ବଜେଟରେ ନିର୍ମିତ ଏହି ଫିଲ୍ମ ପ୍ରଥମ ସପ୍ତାହରେ ଭଲ ବ୍ୟବସାୟ କରିବ ।