ନଜର ପକାଇ ନିଅନ୍ତୁ ଏଇ ଶୁକ୍ରବାର ରିଲିଜ୍‌ ହେବାକୁ ଥିବା ୮ ନୂଆ ଫିଲ୍ମ ଉପରେ

ମୁମ୍ବାଇ, (ଅମରନାଥ): ନିର୍ବାଚନ ସରିଲା। ଗୁରୁବାର ଫଳାଫଳ ବି ପ୍ରକାଶ ପାଇବ। ଏ ଭିତରେ ଏକ୍‌ଜିଟ୍‌ ପୋଲ୍‌ ଅନୁମାନ କରିସାରିଲେଣି କିଏ ଜିତିବ ଆଉ କିଏ ହାରିବ। ପୁଣିଥରେ ନରେନ୍ଦ୍ରମୋଦି ଦେଶରେ ସରକାର ଗଢ଼ିବେ ବୋଲି ପୂର୍ବ ସୂଚନା ବି ମିଳୁଛି। ଏ ଖବର ପାଉ ପାଉ ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ ଚଳଚଞ୍ଚଳ ହୋଇଛି। ବିଭିନ୍ନ କମ୍ପାନୀର ଭାଉ ବି ବଢ଼ିଛି। ନିଫ୍ଟି ଓ ବିଏସ୍‌ଇ କାରବାର ଯଥେଷ୍ଟ ବଢ଼ିଯାଇଛି। ସେ ଭିତରେ ଉତ୍ସାହ ବଢ଼ିଛି ହିନ୍ଦି ଫିଲ୍ମ ଇଣ୍ଡଷ୍ଟ୍ରି ବଲିଉଡ୍‌ର। ବକେୟା ପଡ଼ିଥିବା କିଛି ଫଇଲ୍ମ ରିଲିଜ୍‌ ସାଙ୍ଗକୁ କିଛି ସୁପର କମର୍ସିଆଲ୍‌ ଆଉ ଚିଲ୍ଷଡ୍ରନ୍‌ ଫିଲ୍ମ ବି ରହିଛି ମୁକ୍ତିଲାଭ ଅପେକ୍ଷାରେ।

ଆସନ୍ତୁ ନଜର ପକାଇବା ଏଇ ଶୁକ୍ରବାର କେଉଁସବୁ ଫିଲ୍ମ ରିଲିଜ୍‌ ହେବାକୁ ଯାଉଛି, ଆଉ ସେଥିରେ କ’ଣ ରହିଛି ଖାସ୍‌ କଥା। ପ୍ରଥମତଃ ଏଥର ୮ଟି ଫିଲ୍ମ ରିଲିଜ୍‌ ହେବ। ଏଥିପାଇଁ ସାରା ଦେଶରେ ସିନେମା ପର୍ଦାସବୁ ବୁକ୍‌ ସରିଲାଣି। ନିର୍ବାଚନ ମାହୋଲ୍‌ ପାଇଁ ଯେଉଁଭଳି ଭାବେ ବ୍ୟବସାୟ ମାନ୍ଦା ଥିଲା ଏବେ ସେଇ ଧାରା ଆଉ ରହିବ ନାହିଁ ବୋଲି ଆଶା କରାଯାଉଛି।

ପିଏମ୍‌ ନରେନ୍ଦ୍ର ମୋଦି

ଯେଉଁ ଆଠଟି ଫିଲ୍ମ ରିଲିଜ୍‌ ହେବ ସେଥିରେ ଆଗରେ ରହିଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାୟୋପିକ୍‌ ‘ପିଏମ୍‌ ନରେନ୍ଦ୍ର ମୋଦି। ବିବେକ୍‌ ଓବେରାୟ, ବର୍ଖା ବିଶିତ୍‌ ସେନ୍‌ଗୁପ୍ତା, ଜାରିନା ୱାହାବ୍‌, ମନୋଜ୍‌ ଜୋଶୀ, ବୋମନ୍‌ ଇରାନୀଙ୍କ କଳାକାରୀରେ ଏ ଫିଲ୍ମ ପର୍ଦାରେ ଚମକିବ। ପୂର୍ବରୁ ବିବାଦରେ ଏ ଫଇଲ୍ମ ଥିଲା। ଯାହାର ରିଲିଜ୍‌ ଉପରେ ରୋକ୍‌ ଲାଗିଥିଲା। ଏଣୁ ଏ ଫିଲ୍ମର ଅନେକ ପ୍ରମୋଶନ ହୋଇଛି କହିଲେ ଅତ୍ୟୁକ୍ତି ହେବ ନାହିଁ।

ଇଣ୍ଡିଆସ୍‌ ମୋଷ୍ଟ ୱାଣ୍ଟେଡ୍‌

ଅନ୍ୟ ଏକ ଚର୍ଚିତ ଫିଲ୍ମ ହେଲା ଅଜୁର୍ର୍ନ୍‌ କପୁର ଅଭିନୀତ ଇଣ୍ଡିଆସ୍‌ ମୋଷ୍ଟ ୱାଣ୍ଟେଡ୍‌। ଫକ୍ସ ଷ୍ଟାର୍‌ ଷ୍ଟୁଡିଓ ବ୍ୟାନରରେ ନିର୍ମିତ ଏହି ଫଇଲ୍ମ ବକସ ଅଫିସ୍‌ ହିଟ୍‌ କରିବା ୨୪ ମେରେ। ରାଜକୁମାର ଗୁପ୍ତା ଏହାର ପ୍ରଡୁ୍ୟସର ଓ ନିର୍ଦେଶକ ରହିଛନ୍ତି।

ୟେ ହେ ଇଣ୍ଡିଆ

ତୃତୀୟ ଚର୍ଚିତ ଫିଲ୍ମ ହେଉଛି ଅନ୍ତରା ବାନାର୍ଜୀ, ଡାଏନା ଉପ୍ପଲ୍‌ଙ୍କ ୍ରଭିନୀତ ଡିଏଲ୍‌ବି ଫିଲ୍ମସର ୟେ ହେ ଇଣ୍ଡିଆ। ଲୋମ୍‌ ହର୍ସ ଏହାକୁ ନି;ର୍ଦଶନା ଦେଇଥିବାବେଳେ ରସନ୍ଦୀପ ଚୌଧୁରୀ ଏହାର ପ୍ରଯୋଜକ ରହିଛନ୍ତି। ର୍ର୍ଅନ୍ୟ ୫ଟି ଫିଲ୍ମ ମଧ୍ୟରେ ରହିଛଇ ଚତୁରନାଥ, କଡ୍‌କେ କମାଲ, ଖେଲ୍‌ ଆଲାଜ୍‌, ବ୍ରାଇଟ୍‌ ବର୍ନ ଏବଂ ଡିଜ୍‌ନୀର ଆଲ୍ଲାଦିନ୍‌।

ଅର୍ଥାତ୍‌ ଯୁବାବର୍ଗଠାରୁ ଆରମ୍ଭ କରି ପିଲାଙ୍କ ଯାଏ ସମସ୍ତେ ଏହି ସପ୍ତାହରେ ଫିଲ୍ମ ହଲ୍‌ରେ ମଜା ଉଠାଇପାରିବେ। ଅର୍ଥାତ୍‌ ଏଥର ରିଲିଜ୍‌ ହେବାକୁ ଥିବା ଫଇଲ୍ମ ଗୁଚ୍ଛ ଭିତରେ ରୋମାନ୍ସ, ଆକ୍ସନ, କମେଡି ଏବଂ ପିଲାଙ୍କ ଦୁଃସାହାସ ତଥା ପାରମ୍ପରିକ କାହାଣୀ ବି ସାମିଲ୍‌।

ତା’ ହେଲେ ଅପେକ୍ଷା କହିଁକି ନିକଟସ୍ଥ ପ୍ରେକ୍ଷାଳୟରେ ନିଜ ପାଇଁ ଟିକେଟ୍‌ ବୁକ୍‌ କରନ୍ତୁ।

Leave a Reply

Your email address will not be published.